ଭୁବନେଶ୍ୱର: ଗତକାଲି ଅନୁଷ୍ଠିତ ପୌର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରାର୍ଥୀ ଦେବସ୍ମିତା ଶତପଥୀ ୨୩୫୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୩୧୧୧ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ୭୫୬ ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ୬୧୪ ଖଣ୍ଡ ଭୋଟ ମିଳିଛି । ପ୍ରାକ୍ତନ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ପରେ ଅଧ୍ୟକ୍ଷା ପଦବୀ ନିମନ୍ତେ ଗତକାଲି ଭୋଟ ଗ୍ରହଣ ହୋଇଥିଲା ।
ସେହିଭଳି ଚିକିଟି ଏନଏସି ୩ ନମ୍ବର ୱାର୍ଡ କାଉନସିଲର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହର ପ୍ରସାଦ ଚୌBJDଧୁରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କଠାରୁ ୪୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୪୮୪ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୧୫ ଖଣ୍ଡ ଭୋଟ । କଂଗ୍ରେସ ଏଠି ଖାତା ଖୋଲି ନାହିଁ ।
ଜଗତସିଂହପୁର ମ୍ୟୁନିସିପାଲିଟି ୱାର୍ଡ ନଂ ୬ ରେ ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ମାତ୍ର ଖଣ୍ଡିଏ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୪୦୭ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ୪୦୬ ଭୋଟ । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୨୧ଟି ଭୋଟ ମିଳିଛି ।
ଯୋଡା ମ୍ୟୁନିସିପାଲିଟି ୱାର୍ଡ ନଂ ୮ରେ ବିଜେଡି ପ୍ରାର୍ଥୀ ଶୁଭମ ନାୟକ ୫୭୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ୮୦୬ ଭୋଟ ମିଳିଥିବା ବେଳେ ବିଜେପିକୁ ୨୨୯ ଏବଂ କଂଗ୍ରେସକୁ ମିଳିଛି ୨୧ ଖଣ୍ଡ ଭୋଟ ।