Wednesday, April 22, 2026 04:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଭିଜିଲାନସକୁ ଡରି ଛାତ ଡେଇଁଲେ

ଜଳଯୋଗାଣ ଜେଇ ସୁନିଲ ପାଢ଼ୀଙ୍କ ବିପୁଳ ସମ୍ପତ୍ତି

by Our Correspondent
30 Nov, 2023- 03:27 PM
in Crime, Latest News, News
1 min read
0
ଭିଜିଲାନସକୁ ଡରି ଛାତ ଡେଇଁଲେ

ଭୁବନେଶ୍ୱର: ଦୁର୍ନୀତି ଉପାୟରେ ସମ୍ପତ୍ତି କମେଇଲେ କିଭଳି ଅବସ୍ଥା ଭୋଗିବାକୁ ପଡ଼େ ତାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ କାର୍ଯ୍ୟରତ ଜଳଯୋଗାଣ ବିଭାଗର ଜୁନିଅର ଇଞ୍ଜିନିୟର ସୁନିଲ କୁମାର ପାଢ଼ୀଙ୍କ ଘରେ ଭିଜିଲାନସ୍ ଚଢ଼ଉ ବେଳେ ସେ ବାବୁ ଛାନିଆଁରେ ଛାତରୁ ଡେଇଁ ଚମ୍ପଟ୍ ମାରିଥିଲେ । ପଡୋଶୀ ଘରେ ପ୍ରାୟ ୯ ଘଣ୍ଟା ଧରି ଲୁଚିବା ପରେ ସେଠାରୁ ତଡ଼ାଖାଇ ନିଜ ଘରକୁ ଫେରିଛନ୍ତି । ଭିଜିଲାନସ୍ କବଜାକୁ ଆସିଥିବା ଏହି ବାବୁଙ୍କ ଘରୁ ଏ ପର୍ଯ୍ୟନ୍ତ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହେଲାଣି ।

ଭୁବନେଶ୍ୱରର RWS&S( ପାନୀୟ ଜଳଯୋଗାଣ) ଅଫିସରେ ଜୁନିଅର ଇଞ୍ଜିନିୟର ଅଛନ୍ତି ସୁନିଲ ପାଢ଼ୀ । ପ୍ରବଳ ଖାଉ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି । ବିଳମ୍ବରେ ହେଉ ପଛେ, ବେଆଇନ ସମ୍ପତ୍ତି ଠୁଳ କରିଥିବା ସୂଚନା ପାଇ ଭିଜିଲାନସ୍ ଟିମ୍ ଆଜି ଭୋର୍ ୪ଟାରେ ତାଙ୍କ ଜାଗମରାସ୍ଥିତ ଘର(ପାଢ଼ୀ ଭିଲ୍ଲା, ପ୍ଲଟ୍ ନଂ ୫୦୦/୫୧୨୦, ମଲ୍ଲିକ କମ୍ପ୍ଲେକ୍ସ), ଅଫିସ, ଗଞ୍ଜାମ ଜିଲ୍ଲା ଆସ୍କାରେ ଥିବା ପୈତୃକ ଘର, ଆସ୍କାରେ ଗଢ଼ିଥିବା ମାର୍କେଟ୍ କପ୍ଲେକ୍ସ, ଭଞ୍ଜନଗରରେ ଥିବା ଛନ୍ତିସମ୍ପର୍କୀୟଙ୍କ ଘର ଏହିଭଳି ୫ଟି ଜାଗାରେ ଏକକାଳୀନ ଚଢ଼ଉ କରିଥିଲା । ଏହି ଚଢ଼ଉରେ ସାମିଲ ଅଛନ୍ତି ୬ ଡିଏସପି, ୩ ଇନସପେକ୍ଟର, ୭ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ।

ଭୋର୍ ୪ଟା ବେଳେ ଭିଜିଲାନସ୍ ଟିମ୍ ତାଙ୍କ ଘର କବାଟ ବାଡେଇଲା କ୍ଷଣି ନିଦରୁ ଉଠି ପଡ଼ିଥିଲେ ଶ୍ରୀ ପାଢ଼ୀ । ଭିଜିଲାନସ୍ ବୋଲି ଜାଣିଲା ପରେ ବିକଳିଆ ହୋଇ ଘରର ଛାତକୁ ଦୌଡ଼ିଥିଲେ । ସେଠାରୁ ପଡୋଶୀ ଘରର ଛାତକୁ ଡେଇଁ ଛୁ ମାରିଥିଲେ । ଭିଜିଲାନସ୍ ଅଧିକାରୀମାନେ ତାଙ୍କୁ ଖୋଜି ନ ପାଇବା ପରେ ଘରର ସମ୍ପତ୍ତି ଛାନଭିନ୍ ଆରମ୍ଭ କରିଦେଇଥିଲେ । ତାଙ୍କର ରାଜପ୍ରାସାଦ ଭଳି ଘର, ଭିତର ଡିଜାଇନ୍, ଦାମୀ ସାମଗ୍ରୀ ଓ ଆସବାବପତ୍ର ସମସ୍ତଙ୍କୁ ତାଜୁବ କରିଛି । ଘରର ସବୁଠି ବିଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି ।

ପ୍ରାଥମିକ ତଦନ୍ତରୁ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି, ଜାଗାବାଡି, ବ୍ୟାଙ୍କ ଡିପୋଜିଟ୍ ଥିବା ଜଣାପଡ଼ିଛି । ଜାଗମରାସ୍ଥିତ ତାଙ୍କର ତିନି ମହଲା ଘରର ଦାମ ଆନୁମାନିକ କୋଟିଏ ୧୦ ଲକ୍ଷ ହେବ । ତାଙ୍କର ଏକାଧିକ ଘର ଓ ପ୍ଲଟଗୁଡ଼ିକର ଆକଳନ କରାଯାଉଛି । ଆସ୍କାରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ ମୂଲ୍ୟ ମଧ୍ୟ ଆକଳନ କରାଯାଉଛି । ତାଙ୍କର ୧୭ଟି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ଅଛି । ଏହାଛଡ଼ା ଏକାଧିକ ଗାଡ଼ି, ଇନସୁରାନ୍ସ, ପୋଷ୍ଟାଲ୍ ଏବଂ ଅନ୍ୟାନ୍ୟ ଡିପୋଜିଟ୍ ରହିଛି । ଚଢ଼ଉ ଜାରି ରହିଥିବାରୁ ହିସାବ ପରେ ସବିଶେଷ ତଥ୍ୟ ଜଣାପଡ଼ିବ ।

ଜେଇ ସୁନୀଲ ପାଢ଼ୀଙ୍କ ସମ୍ପର୍କରେ ଆଉ ଏକ ରୋଚକ ତଥ୍ୟ ଜଣାପଡ଼ିଛି । ତାଙ୍କ ବାପା ଜଗବନ୍ଧୁ ପାଢ଼ୀ ବନ ବିଭାଗରେ ରେଞ୍ଜର ଚାକିରି କରିଥିଲେ । ତାଙ୍କ ଚାକିରି କାଳରେ ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇ ଦୁଇ ଥର ଭିଜିଲାନସ୍ ଚଢ଼ଉ ହୋଇଥିଲା । ସେହି କେସ୍ ର ଫଇସଲା ଏ ପର୍ଯ୍ୟନ୍ତ ହୋଇନାହିଁ । ଏବେ ପୁଅ ସେହି ରାସ୍ତାରେ ଯାଇଛନ୍ତି ।

 

Previous Post

ଚର୍ଚ୍ଚାରେ ଓଡ଼ିଆ ଝିଅ ମନୀଷା ପାଢ଼ୀ

Next Post

ପୌର ଉପନିର୍ବାଚନରେ ବିଜେଡି ବିଜୟୀ

Next Post
ପୌର ଉପନିର୍ବାଚନରେ ବିଜେଡି ବିଜୟୀ

ପୌର ଉପନିର୍ବାଚନରେ ବିଜେଡି ବିଜୟୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA