Thursday, June 25, 2026 07:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ବିଜେପିରୁ ଇସ୍ତଫା ଦେବାର ଦୁଇଘଣ୍ଟା ପରେ ଶଙ୍ଖ ଧରିଲେ

by Our Correspondent
07 Apr, 2024- 12:14 PM
in Latest News, News, Politics
1 min read
0
ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ରାଜ୍ୟ ବିଜେପିର ବଡ଼ ଚେହେରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକଦା ଦୃଢ଼ ସମାଲୋଚକ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେବାର ଦୁଇ ଘଣ୍ଟା ପରେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।

ଶଙ୍ଖ ଭବନରେ ଆୟାଜିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତଥା ଦଳର ସମସ୍ତ ନେତୃବୃନ୍ଦଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କହିଛନ୍ତି, ଖୋଲା ହୃଦୟରେ ମୋତେ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟ ମୋତେ ଅନୁପ୍ରାଣିତ କରିଛି । ୫-ଟି ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏହି ବିକାଶ କାର୍ଯ୍ୟ ଆଗକୁ ବଢ଼ି ଚାଲିଛି । ମୁଁ ଗୁଣ୍ଡୁଚି ମୂଷା ଭଳି ଏଥିରେ ସହଯୋଗ କରିବାକୁ ଚେଷ୍ଟା କରିବି ।

୧୦ ବର୍ଷ ଧରି ବିଜେପିରେ ଥିଲି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ କାମ କରିବାକୁ ଇଚ୍ଛା ଥିଲା । ସେଥିପାଇଁ ନିଷ୍ଠାର ସହ କାମ ବି କରୁଥିଲି । ଯାହା ମୋ ଦ୍ୱାରା ସମ୍ଭବ ବିଜେପି ପାଇଁ କରିଥିଲି । ମାତ୍ର ସେଠାରେ ବିଶ୍ୱାସ ଭାଜନ ହୋଇପାରିଲି ନାହିଁ । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଦଳ ଯେଉଁ ଦାୟିତ୍ୱ ଦେବେ ତାକୁ ନିଷ୍ଠାର ସହ ପାଳନ କରିବାକୁ ଚେଷ୍ଟା ରଖିବି ବୋଲି କହିଛନ୍ତି ଲେଖାଶ୍ରୀ ।

ଏହି ମିଶ୍ରଣ ପର୍ବରେ ବିଜେଡିର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ରଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।

ସୂଚନାଥାଉକି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଖାସ୍ ଅନୁଗତ ଭାବେ ପରିଚିତ ଏହି ଫାୟାରବ୍ରାଣ୍ଡ ନେତ୍ରୀଙ୍କୁ ରାଜ୍ୟ ବିଜେପି ନେତୃତ୍ୱ ବାରମ୍ବାର ଉପେକ୍ଷା କରି ଆସୁଥିଲେ । ଗତଥର ନୀଳଗିରି ବିଧାନସଭା ଆସନରୁ ସେ ଟିକେଟ ଆଶାୟୀ ଥିଲେ । ତାଙ୍କର ଦ୍ୱିତୀୟ ପସନ୍ଦ ଥିଲା ବାଲେଶ୍ୱର ସାଂସଦ ଟିକେଟ୍ । ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଗତ ବିଏମସି ନିର୍ବାଚନରେ ବିଜେପିର ମେୟର ପ୍ରାର୍ଥୀ ଭାବେ ତାଙ୍କ ନାଁ ଚର୍ଚ୍ଚାର ଆଗରେ ଥିଲେ ମଧ୍ୟ ତାହା ବି ହୋଇପାରିଲାନି । ଏହାପୂର୍ବରୁ ୨୦୧୪ ନିର୍ବାଚନରେ ମଧ୍ୟ ସେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ି ରହିଥିଲେ । ମାତ୍ର ତାଙ୍କର ଆଶା ପୂରଣ ହୋଇପାରିଲା ନାହିଁ ।

ଚଳିତ ନିର୍ବାଚନରେ କନ୍ଧମାଳ ଆସନରୁ ଏମପି ଟିକେଟ୍ ପାଇଁ ସେ କୁଆଡ଼େ ପ୍ରତିଶ୍ରୁତି ପାଇଥିଲେ । ସେହି ଅନୁଯାୟୀ ଗତ ୬ ମାସ ହେଲା ସେଠାରେ ପଡ଼ି ରହି ପ୍ରଚାର ଅଭିଯାନ ଚଳାଇଥିଲେ । ମାତ୍ର ସୁକାନ୍ତ ପାଣିଗ୍ରାହୀଙ୍କ ନାଁ ଘୋଷଣା ହେବା ପରେ ସେ ଭାଙ୍ଗି ପଡ଼ିଥିଲେ । ତାଙ୍କୁ ଆଉ କେଉଁଠୁ ଯେ ଟିକେଟ୍ ମିଳିବ ସେ ଆଶା ମଉଳି ଗଲା ପରେ ଆଜି ଦଳ ଛାଡ଼ିଛନ୍ତି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ଆଜି ସକାଳେ ସେ ଇସ୍ତଫାପତ୍ର ପଠାଇ ତାହାକୁ ସୋସିଆଲ୍ ମିଡିଆରେ ସାର୍ବଜନୀନ କରିଥିଲେ । ଇସ୍ତଫାପତ୍ରରେ ଶ୍ରୀମତୀ ସାମନ୍ତସିଂହାର ଲେଖିଛନ୍ତି,

‘ଗତ ୧୦ ବର୍ଷ ଧରି ବିଜେପିକୁ ମୋର ଝାଳ ଏବଂ ରକ୍ତ ଦେଇଛି । କାର୍ଯ୍ୟନିଷ୍ଠତା ଏବଂ କଠିନ ପରିଶ୍ରମ ସତ୍ତ୍ୱେ ମୁଁ କିନ୍ତୁ ନେତୃତ୍ୱଙ୍କର ବିଶ୍ୱାସଭାଜନ ହୋଇପାରିଲି ନାହିଁ । ଏହାଦ୍ୱାରା ଲୋକଙ୍କ ସେବା କରିବା ପାଇଁ ମୋ ମନରେ ଥିବା ଇଚ୍ଛାରେ ବ୍ୟାଘାତ ସୃଷ୍ଟି ହୋଇଛି । ମୋ ଇଚ୍ଛା ସାକାର କରିବାକୁ ଏହି ଦଳରେ ମୋ ପାଇଁ ସ୍ଥାନ ନ ଥିବା ମୋର ଅନୁଭବ ହୋଇଛି । ଏଣୁକରି ମୁଁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୋତେ ଏତେବର୍ଷ ଧରି ଦଳରେ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।’

 

Previous Post

ଅଶୋକ ପାର୍, ବୁନୁ ଝୁଲିଲେ

Next Post

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

Next Post
ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

ଗ୍ୟାଷ୍ଟ୍ରୋଇନ୍‍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA