Friday, April 24, 2026 02:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରାଣୀଧନ ନିରୀକ୍ଷକଙ୍କ ୯୧ ପ୍ଲଟ୍, ୭ କୋଟିର ମାଲିକ

ଭିଜିଲାନସ୍ ଜାଲରେ କଳାରାହାଙ୍ଗ ଏଲଆଇ ଜଗନ୍ନାଥ ରାଉତ

by Our Correspondent
05 May, 2022- 08:29 PM
in Latest News, News
1 min read
0
ପ୍ରାଣୀଧନ ନିରୀକ୍ଷକଙ୍କ ୯୧ ପ୍ଲଟ୍, ୭ କୋଟିର ମାଲିକ

ଭୁବନେଶ୍ୱର: ଜଣେ ପ୍ରାଣୀଧନ ନିରୀକ୍ଷକ(ଏଲଆଇ)ଙ୍କର ଆଖି ତରାଟି ହେଲା ଭଳି ସମ୍ପତ୍ତି । କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ଭୁବନେଶ୍ୱର ଓ କଟକର ମୁଖ୍ୟ ଜାଗାରେ ତାଙ୍କର ଅଛି ୯୧ ଟି ପ୍ଲଟ୍ । ସେଥିମଧ୍ୟରୁ ଭୁବନେଶ୍ୱରରେ ୮୧ ଏବଂ କଟକରେ ୧୦ ପ୍ଲଟ୍ ଅଛି । ରେଜିଷ୍ଟ୍ରର ବିକ୍ରୀ ଦଲିଲରେ ଏହାର ମୂଲ୍ୟ ୩ କୋଟି ୩୩ ଲକ୍ଷ ରହିଥିଲେ ମଧ୍ୟ ପ୍ରକୃତ ମୂଲ୍ୟ ଯଥେଷ୍ଟ ଅଧିକ ହେବ । ତା’ ସାଙ୍ଗରେ ୫ ଟି ବିଲଡିଂ, ୨ ଟି ଫ୍ଲାଟ୍ ଏବଂ ଗୋଟିଏ ଆଉଟ୍ ହାଉସ୍ ର ବି ସେ ମାଲିକ ।

ଭିଜିଲାନସ୍ ଖୋଳତାଡ଼ରେ ଏ ପର୍ଯ୍ୟନ୍ତ ତାଙ୍କ ଘରୁ ସଂପୃକ୍ତ ଜାଗାବାଡ଼ିର କାଗଜପତ୍ର ସାଙ୍ଗକୁ ଅଧକିଲୋ ସୁନା, ବିଭିନ୍ନ ବ୍ୟାଙ୍କ ଏବଂ ବୀମା କମ୍ପାନୀରେ ୩୯.୪୮ ଲକ୍ଷର ଡିପୋଜିଟ୍ ଦୃଶ୍ୟମାନ ହୋଇଛି । ଯୁଆଡ଼େ ହାତ ମାରିଲେ ଗଦା ଗଦା ସମ୍ପତ୍ତି ବହାରୁଥିବାରୁ ଭିଜିଲାନସ୍ ଅଧିକାରୀମାନଙ୍କ ପାଇଁ ହିସାବ କଷ୍ଟକର ହୋଇପଡ଼ିଛି । ବର୍ତ୍ତମାନ ସୁଦ୍ଧା ଠାବ ସମ୍ପତ୍ତିର ମୂଲ୍ୟ ୭ କୋଟି ୨୧ ଲକ୍ଷ ଆକଳନ କରାଯାଇଛି ।

ଭିଜିଲାନସ୍ ହାବୁଡ଼ରେ ପଡ଼ିଥିବା ଏହି ଅମାପ ସମ୍ପତ୍ତିଧାରୀ ପ୍ରାଣୀଧନ ନିରୀକ୍ଷକ ବା ଲାଇଭ୍ ଷ୍ଟକ୍ ଇନସପେକ୍ଟର ହେଉଛନ୍ତି ଜଗନ୍ନାଥ ରାଉତ । ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଅନ୍ତର୍ଗତ କଳାରାହାଙ୍ଗଠାରେ ସେ ଅବସ୍ଥାପିତ । ରଘୁନାଥପୁର ବାସିନ୍ଦା ଜଗନ୍ନାଥ ତାଙ୍କର ଗାଁରେ ହିଁ ମାଳ ମାଳ ପ୍ଲଟ୍, କୋଠାବାଡ଼ି କରିପକେଇଛନ୍ତି । ତାଙ୍କର ଅମାପ ସମ୍ପତ୍ତି ଯେ ପୈତୃକ ଧନ ତାହା ନୁହେଁ । ସରକାରୀ ଚାକିରି କାଳରେ ବେଆଇନ ସମ୍ପତ୍ତି ଠୁଳ କରିଥିବା ଭିଜିଲାନସ୍ ବିଭାଗ ପାଖରେ ଖବର ପହଞ୍ଚିଛି ।

୫ ଜଣ ଡିଏସପି ଏବଂ ୧୦ ଇନସପେକ୍ଟରଙ୍କ ନେତୃତ୍ୱରେ ଜଗନ୍ନାଥଙ୍କର ୯ଟି ଜାଗା ଉପରେ ଆଜି ସକାଳୁ ଏକକାଳୀନ ଚଢ଼ଉ ଆରମ୍ଭ ହୋଇଥିଲା । ଅପରାହ୍ନ ସୁଦ୍ଧା ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଅଛି

– ଭୁବନେଶ୍ୱର ଓ କଟକରେ ସମୁଦାୟ ୯୧ଟି ପ୍ଲଟ୍ ।

– ରଘୁନାଥପୁରସ୍ଥିତ ରୟାଲ୍ ଲାଗୁନ୍ ଆପାର୍ଟମେଣ୍ଟରେ ତିନି ଶୋଇବା ରୁମ୍ ବିଶିଷ୍ଟ ଫ୍ଲାଟ୍ । ଯାହାର ଦାମ୍ ୫୦ ଲକ୍ଷ ହେବ ।

– ରଘୁନାଥପୁରଠାରେ ୬ ହଜାର ବର୍ଗଫୁଟ୍ ଜାଗାରେ ଏକ ତିନି ମହଲାର କୋଠା ।

– ଏହାର ଠିକ୍ ପଛପଟେ ୬ ହଜାର ବର୍ଗଫୁଟ୍ ଜାଗାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ ।

– ରଘୁନାଥପୁରଠାରେ ଦୁଇ ହଜାର ବର୍ଗଫୁଟ୍ ଜାଗାରେ ଏକ ଦୁଇ ମହଲା କୋଠା ।

-୧୫୦୦ ବର୍ଗଫୁଟ୍ ଜାଗାରେ ଏକ ମହଲାର କୋଠା ।

– ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ତିନି ଶୋଇବା ରୁମ୍ ବିଶିଷ୍ଟ ଫ୍ଲାଟ୍(ନଂ ୩୦୧)

– ରୟାଲ୍ ଆର୍କେଡ୍ ର ଚତୁର୍ଥ ମହଲାରେ ତିନି ଶୋଇବା ରୁମ୍ ବିଶିଷ୍ଟ ଫ୍ଲାଟ୍(ନଂ ୪୦୧)

– ବାଙ୍କୀର ଚାରିଘରିଆଠାରେ ଏକ ଆଉଟ୍ ହାଉସ୍(ପ୍ଲଟ୍ ନଂ ୯୨୧)

– ୫୦୦ ଗ୍ରାମ୍ ସୁନା

– ବିଭିନ୍ନ ବ୍ୟାଙ୍କ/ବୀମା କମ୍ପାନୀରେ ୩୯.୪୮ ଲକ୍ଷର ଡିପୋଜିଟ୍

– ଗୋଟିଏ ମାରୁତି ସ୍ୱିଫ୍ଟ କାର, ମୋଟର ସାଇକେଲ

– ୧୫.୧୬ ଲକ୍ଷ ଟଙ୍କାର ଆସବାବପତ୍ର

ଏହାଛଡ଼ା ଆହୁରି କିଛି ଜାଗାରେ ତାଙ୍କର ବିପୁଳ ଇନଭେଷ୍ଟମେଣ୍ଟ ରହିଥିବା ଜଣାପଡ଼ିଛି । ଭିଜିଲାନସ୍ ଅଧିକାରୀମାନେ ତାହାର ହିସାବ କରୁଛନ୍ତି । ତଦନ୍ତ ଜାରି ରହିଥିବାରୁ ପ୍ରକୃତ ସମ୍ପତ୍ତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ପରିମାଣ ପରେ ଜଣାପଡ଼ିବ ବୋଲି ଭିଜିଲାନସ୍ ସୂତ୍ରରୁ ଜଣାପଡ଼ିଛି ।

Previous Post

କାଲି ଜଣାପଡ଼ିବ ବାତ୍ୟା ହେବ କି ନାଇଁ

Next Post

ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ

Next Post
ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ

ସୋଆକୁ ସୋସିଆଲ୍ ଲିଡରସିପ୍ ଆୱାର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA