Friday, April 24, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲି ଜଣାପଡ଼ିବ ବାତ୍ୟା ହେବ କି ନାଇଁ

ଯଦି ବାତ୍ୟା ହୁଏ, ଆମେ ପ୍ରସ୍ତୁତ:ଏସଆରସି

by Our Correspondent
05 May, 2022- 08:00 PM
in Latest News, News
1 min read
0
କାଲି ଜଣାପଡ଼ିବ ବାତ୍ୟା ହେବ କି ନାଇଁ

ଭୁୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାଇଁ ଜଣାପଡ଼ିନାହିଁ । ଆସନ୍ତାକାଲି ସଂଧ୍ୟାରେ ଏହି ଚିତ୍ର ସ୍ପଷ୍ଟ ହୋଇପାରେ । ଆଇଏମଡି ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହା ଜଣାଇବା ସତ୍ତ୍ୱେ ମିଡ଼ିଆରେ ସମ୍ଭାବ୍ୟ ବାତ୍ୟା ପ୍ରମୁଖ ଖବର ହୋଇ ରହିଛି । ଅନୁରୂପ ଭାବେ ରାଜ୍ୟ ସରକାର ବାତ୍ୟା ପ୍ରସ୍ତୁତି ବୈଠକକୁ ସାର୍ବଜନୀନ କରୁଥିବାରୁ ଲୋକେ ଭୀଷଣ ଆତଙ୍କିତ ହୋଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ସାମୟିକ ମୂଲ୍ୟ ବୃଦ୍ଧି ଘଟିବା ସହ କଳାବଜାରୀଙ୍କ ପ୍ରାର୍ଦୁଭାବ ବଢ଼ିଯାଇଛି ।

ଆଇଏମଡି ଡିଜିଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଛି । ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ପଶ୍ଚିମକୁ ଗତି କରି ୮ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ । ୮ ତାରିଖ ପରେ ଏହାର ଗତିପଥ ସ୍ପଷ୍ଟ ହେବ । ଆଣ୍ଡାମାନ ସାଗରରେ ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶାଠାରୁ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ପଡ଼ିବନି । ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ ଲଘୁଚାପ ପରେ ସ୍ପଷ୍ଟ ହେବ ।

ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦୋହରାଇଛନ୍ତି । ବାତ୍ୟା ହେବ କି ନାହିଁ, ଏହାର ସମୟ, ବେଗ ଓ ଜାଗା ସମ୍ପର୍କରେ କିଛି ବି ସୂଚନା ଜଣାପଡ଼ିନାହିଁ । ତେବେ ଯଦି ବାତ୍ୟା ହୁଏ, ଆମେ ପ୍ରସ୍ତୁତ ବୋଲି କହିଛନ୍ତି । ଲୋକମାନେ ଆତଙ୍କିତ ହୁଅନ୍ତୁ ନାହିଁ । ବିଶେଷକରି ଗଣମାଧ୍ୟମ ଏହି ଖବର ପରିବେଷଣ କଲା ବେଳେ ଅଧିକ ଯତ୍ନବାନ ହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।

ଏସଆରସି ଶ୍ରୀ ଜେନା କହିଛନ୍ତି, ସମ୍ଭାବ୍ୟ ବାତ୍ୟା ନେଇ ଆଜି ସକାଳେ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସେ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ । ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ କଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏନଡିଆରଏଫ, ଓଡ୍ରାଫ୍, ଅଗ୍ନିଶମ ବାହିନୀ ସହ ସମୀକ୍ଷା ବୈଠକ କରିଥିଲେ । ବାତ୍ୟା ମୁକାବିଲା ପାଇଁ ୧୭ ଏନଡିଆରଏଫ୍ ଟିମ୍, ୨୦ ଓଡ୍ରାଫ୍ ଟିମ୍ ଏବଂ ୧୭୫ ଅଗ୍ନିଶମ ଟିମ୍ ପ୍ରସ୍ତୁତ ରହିଛନ୍ତି । ବିଜୁଳି ସରବରାହ ବ୍ୟାଘାତ ନ ହେବା ପାଇଁ ଶକ୍ତି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି । ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା କହିଥିଲେ ।

ବାତ୍ୟା ପ୍ରଚାର ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସାଧୁ ବ୍ୟବସାୟୀମାନେ କଳା ବଜାର କରୁଥିବା ଅଭିଯୋଗ ଆସିବାରେ ଲାଗିଛି । ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଯଦି ଅଯଥାରେ କେହି ବୃଦ୍ଧି କରୁଥାଏ , ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଆରସି ଚେତାବନୀ ଦେଇଛନ୍ତି । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ମହଜୁଦ ଅଛି । ବାତ୍ୟା ହେଲେ ବି ଏହାର ଯୋଗାଣ ପ୍ରଭାବିତ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Previous Post

ବ୍ରଜରାଜନଗର:୨୭୯ ବୁଥ୍ ରେ ହେବ ମତଦାନ

Next Post

ପ୍ରାଣୀଧନ ନିରୀକ୍ଷକଙ୍କ ୯୧ ପ୍ଲଟ୍, ୭ କୋଟିର ମାଲିକ

Next Post
ପ୍ରାଣୀଧନ ନିରୀକ୍ଷକଙ୍କ ୯୧ ପ୍ଲଟ୍, ୭ କୋଟିର ମାଲିକ

ପ୍ରାଣୀଧନ ନିରୀକ୍ଷକଙ୍କ ୯୧ ପ୍ଲଟ୍, ୭ କୋଟିର ମାଲିକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA