Friday, May 15, 2026 04:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

ସୀମା ପୁନଃନିର୍ଦ୍ଧାରଣ ବିଲ୍ କାଟ ପ୍ରସଂଗ

by Samar Pradhan
18 Apr, 2026- 08:22 PM
in Latest News, News
1 min read
0
ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

ଭୁବନେଶ୍ୱର: ୨୦୧୧ ଜନଗଣନା ଭିତ୍ତିରେ ଲୋକସଭା ଓ ବିଧାନସଭାର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ଏନଡିଏ ସରକାରଙ୍କ ଚାଲ୍ ଭଣ୍ଡୁର ହୋଇଯାଇଛି । ମହିଳା ସଂରକ୍ଷଣ ବିଲ୍ କୁ ଯୋଡି ୧୩୧ ତମ ସଂଶୋଧନ ବିଲ୍ କୁ ପାରିତ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ ହୋଇଛନ୍ତି । ଗତକାଲି ଲୋକସଭାରେ ଏହି ବିଲ୍ କାଟ ଖାଇଛି । ଭୋଟ ଗ୍ରହଣ ସମୟରେ ୫୨୮ ସଦସ୍ୟ ଉପସ୍ଥିତ ଥିବା ବେଳେ ୨୯୮ ଜଣ ସଦସ୍ୟ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ । ବିଲ୍ ବିପକ୍ଷରେ ୨୩୦ ସଦସ୍ୟ ଭୋଟ ଦେଇଥିଲେ । ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୩୫୨ ଭୋଟ ଦରକାର ଥିଲେ ମଧ୍ୟ ୫୪ ଭୋଟ କମ୍ ମିଳିଥିଲା । ୧୨ ବର୍ଷ ଭିତରେ ପ୍ରଥମ ଥର ପାଇଁ ମୋଦୀ ସରକାର ସଂସଦରେ କୌଣସି ବିଲ୍ ଗୃହୀତ କରାଇବାରେ ଫେଲ୍ ହୋଇଛନ୍ତି । ଜାତୀୟ ରାଜନୀତିରେ ଏହା ହଟଚମଟ ସୃଷ୍ଟି କରିଥିବା ବେଳେ ବିଜେଡିର ଭୂମିକା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ମହିଳା ସଂରକ୍ଷଣକୁ ଯୋଡି ତରବରିଆ ଭାବେ ପୁରୁଣା ଜନଗଣନା ଅନୁଯାୟୀ ସୀମା ନିର୍ଦ୍ଧାରଣ ଉଦ୍ୟମକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋର ବିରୋଧ କରିଥିଲେ । ଉଭୟ ରାଜନୈତିକ ଓ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଯୁକ୍ତି ଦର୍ଶାଇ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ପାଇଁ ସ୍ୱର ଉଠାଇବାକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ସବୁ ସାଂସଦମାନଙ୍କୁ ଚିଠି ଲେଖିଥିଲେ ।

ନବୀନଙ୍କର ଏହି ଯୁକ୍ତିକୁ ବିଜେପି ନେତାମାନେ ଖଣ୍ଡନ କରି ସମାଲୋଚନା କରିଥିଲେ । ନବୀନ ବାବୁ କଂଗ୍ରେସ ପ୍ରେମରେ ପଡ଼ିଛନ୍ତି କହି କଟାକ୍ଷ କରିଥିଲେ । ଗତକାଲି ସମ୍ବିଧାନ ସଂଶୋଧନ ବିଲ୍ କାଟ୍ ଖାଇଲା ପରେ ସ୍ୱାଭାବିକ ଭାବରେ ବିଜେଡି ବେଶୀ ଖୁସି ହୋଇଛି । ଦଳର ସାଂସଦମାନେ ଟୁଇଟ୍ କରି ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ନବୀନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲା ବେଳେ ରାଜ୍ୟର ୨୦ ଜଣ ବିଜେପି ସାଂସଦଙ୍କୁ ଭର୍ତ୍ସନା କରିଛନ୍ତି । ସେମାନେ ଦଳସ୍ୱାର୍ଥ ଆଗରେ ରାଜ୍ୟ ସ୍ୱାର୍ଥକୁ ଭୁଲିଗଲେ ବୋଲି ସମାଲୋଚନା କରିଛନ୍ତି ।

ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବା ଦୁର୍ଭାଗ୍ୟଜନକ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଦଳର ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ସହିତ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ବିଲ୍କୁ ପାରିତ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି କହିଥିଲେ ।

ଶ୍ରୀମତୀ ମଲ୍ଲିକ କହିଥିଲେ, ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ସମୟରେ ବିଜେଡିର ୧୨ ଜଣ ଲୋକସଭା ଓ ୯ ଜଣ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିଥିଲେ । ଏହା ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପଠାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା ପାଇଁ କେବଳ କଥାରେ ନୁହେଁ, କାମରେ କରି ଦେଖାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ୍ ଦେଇ ଉଦାହରଣ ସୃଷ୍ଟି କରିଥିଲା ବିଜୁ ଜନତା ଦଳ । ମହିଳା ସଶକ୍ତିକରଣକୁ ନେଇ ବିଜେଡି ଉପରେ ହାସ୍ୟାସ୍ପଦ ଟିପ୍ପଣୀ ଦେଉଥିବା ରାଜ୍ୟ ବିଜେପି ନେତା ମାନେ ଇତିହାସ ପଢ଼ନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।

ଶ୍ରୀ ବକ୍ସିପାତ୍ର କହିଥିଲେ, ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ କମି ୩.୪ ପ୍ରତିଶତ ହୋଇଥାନ୍ତା । ଏହାଦ୍ୱାରା କେବଳ ଓଡ଼ିଶାର ସ୍ୱର ଦୁର୍ବଳ ହୋଇନଥାନ୍ତା, ତତ୍ସହିତ ଆର୍ଥିକ ଅନୁଦାନ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ କ୍ଷତି ସହିଥାନ୍ତା । ବର୍ତ୍ତମାନର ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରୁ ଓଡ଼ିଶା ପାଇଁ ଅଧିକ ଅନୁଦାନ ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ଏଭଳି ଏକ ବିଲ୍ ସପକ୍ଷରେ ୨୦ ଜଣ ସାଂସଦ ଭୋଟ ଦେବା ନିନ୍ଦନୀୟ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ରାଜ୍ୟର ସମସ୍ତ ସାଂସଦଙ୍କୁ ଏ ବାବଦରେ ଚିଠି ଲେଖିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବିଲ୍ କୁ ସମର୍ଥନ କରି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ଅସଲ ମୁଖା ଖୋଲିଯାଇଛି । ମହିଳା ସଶକ୍ତିକରଣ ପାଇଁ ବିଜେଡିର ପ୍ରତିବଦ୍ଧତା ଉପରେ ରାଜ୍ୟ ବିଜେପି ନେତା ମାନେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ ।

ଅନ୍ୟପକ୍ଷରେ ବିଜେଡିର ନୂଆ ଭୂମିକାକୁ ବିଜେପି ସମାଲୋଚନା କରିଛି । ବିଜେଡିର ଅଣକଂଗ୍ରେସ ଚରିତ୍ର ଆଉ ନାହିଁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । କଂଗ୍ରେସ ସହିତ ଚୋରା ପୀରତି କାହିଁକି ଖୋଲା ପୀରତି ହେଉ ବୋଲି ସେ କଟାକ୍ଷ କରିଛନ୍ତି । ସୁରେଶଙ୍କୁ ଜବାବ ଦେଇଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ସବୁବେଳେ କାମ କରୁଛି । ଓଡ଼ିଶା ସ୍ୱାର୍ଥରେ ଯିଏ ଆସିବ ଆମେ ସମର୍ଥନ କରିବୁ । ପ୍ରସଙ୍ଗ ଭିତ୍ତିରେ ଲଢ଼େଇ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Previous Post

ଲାଷ୍ଟ ମାଇଲ ଡେଲିଭରୀ ଉପରେ ଫୋକସ

Next Post

ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା

Next Post
ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା

ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA