Friday, June 5, 2026 05:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲାଷ୍ଟ ମାଇଲ ଡେଲିଭରୀ ଉପରେ ଫୋକସ

ଜିଲ୍ଲାପାଳ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

by Our Correspondent
17 Apr, 2026- 11:59 PM
in Latest News, News
1 min read
0
ଲାଷ୍ଟ ମାଇଲ ଡେଲିଭରୀ ଉପରେ ଫୋକସ
Spread the love

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ପ୍ରତ୍ୟେକ ଚାଷୀ, କ୍ଷୁଦ୍ର ହୁଅନ୍ତୁ ବା ନାମମାତ୍ର, ସମସ୍ତେ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଜନିତ ପରିସ୍ଥିତି ଯୋଗୁ ସାର ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ତେଣୁ, ଖରିଫ ୠତୁରେ ଯେପରି ଚାଷୀ ଉଚିତ୍ ମୂଲ୍ୟରେ ଆବଶ୍ୟକତା ଅନୁଯାୟୀ ସାର ପାଇବେ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଜିଲ୍ଲାପାଳ ମାନଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଙ୍ଗ ଜରିଆରେ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ କୃଷି ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାରର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା ରଖି କହିଥିଲେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ ସାର ପାଇଁ ୧୧,୪୨,୯୫୦ ମେଟ୍ରିକ ଟନର ସାର ଯୋଗାଇଦେବେ। ଏପ୍ରିଲ ମାସ ପାଇଁ ୭୯,୬୩୦ ମେଟ୍ରିକ ଟନ ସାର ଆବଶ୍ୟକ ଥିବାବେଳେ, ଏପ୍ରିଲ ୧୫ ସୁଦ୍ଧା ୩,୬୧,୪୯୦ ମେଟ୍ରିକ ଟନ ସାର ଉପଲବ୍ଧ ଅଛି। ରାଜ୍ୟରେ ସାର ହୋଲସେଲର ବିକ୍ରେତା ମାନଙ୍କ ସଂଖ୍ୟା ୧୦୨୯ ଥିବାବେଳେ ଖୁଚୁରା ବିକ୍ରେତାଙ୍କ ସଂଖ୍ୟା ୧୨,୦୯୩ ଅଛି। ବିଭିନ୍ନ ସାର ଯୋଗାଣ କମ୍ପାନୀଙ୍କ ପକ୍ଷରୁ ସାର ଯୋଗାଣ ମଧ୍ୟ ଠିକ୍ ରହିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଡିଲର ପଏଣ୍ଟ ଯାଞ୍ଚ କରାଯାଇ ୬ଟି ଲାଇସେନ୍‌ସ ବାତିଲ୍ କରାଯାଇଛି। ବୈଠକରେ ସୂଚନା ଦିଆଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ସାର ବିଭାଗ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଫର୍ଟିଲାଇଜର ମ୍ୟାନେଜମେଣ୍ଟ ସିଷ୍ଟମ (IFMS) ଆରମ୍ଭ କରାଯାଇଛି। ଏଥିରେ ପ୍ରତ୍ୟେକ ଜିଲ୍ଲାର ଦୈନିକ ସାର ଉପଲବ୍ଧତା ଓ ଆବଣ୍ଟନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଉଛି।

ଜିଲ୍ଲାପାଳ ମାନଙ୍କ ସହିତ ସାର ଯୋଗାଣ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଓ ୬୦ ହଜାର ମେଟ୍ରିକ ଟନରୁ ଅଧିକ DAP ସାର ମହଜୁଦ ଅଛି। ତେବେ ପରିସଂଖ୍ୟାନରେ ସୀମିତ ନରହି ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଛୋଟ ଚାଷୀ ହେଉ ବା ନାମମାତ୍ର, ବର୍ତ୍ତମାନ ସମୟରେ ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁରୂପ ସାର ପାଇବ ତାହାକୁ ଜିଲ୍ଲାପାଳ ମାନେ ସୁନିଶ୍ଚିତ କରନ୍ତୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୬ଟି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

୧- କଳାବଜାରୀ ଓ ସାର ମହଜୁଦକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ସମୟ ସମୟରେ ଯାଞ୍ଚ କରାଯାଉ। ଜିଲ୍ଲାପାଳ ମାନେ ହଠାତ ପରିଦର୍ଶନରେ ଯାଇ ଯାଞ୍ଚ କରନ୍ତୁ। ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ FIR କରି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଉ ବୋଲି ସେ କହିଥିଲେ।

୨- ସାର ଯୋଗାଣର ଏହି ପରିସ୍ଥିତି ସମୟରେ ଯେପରି ପଡୋଶୀ ରାଜ୍ୟକୁ ସାର ଚୋରାଚାଲଣ ନହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଗୁଡିକ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, Fertiliser Movement Control Order ଅନୁଯାୟୀ ପ୍ରତ୍ୟେକ ସନ୍ଦେହ ଜନକ ଗାଡିର ଯାଞ୍ଚ ହେବା ଜରୁରୀ।

୩- ବେଳେବେଳେ ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷପାଇଁ ଉଦ୍ଦିଷ୍ଟ ସବସିଡ୍‌ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ। ତେଣୁ, ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡିକ ଏହାର ଯାଞ୍ଚ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

୪- ପଞ୍ଚାୟତ ସ୍ତରରେ ସାରର ଉପଲବ୍ଧତା ଏବଂ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରୀତ କରିବା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି (ନିଗ୍‌ରାନୀ ସମିତି) ଗଠନ କରାଯାଉଛି। ସୂଚନାଯୋଗ୍ୟ ରାଜ୍ୟରେ ୬୭୯୪ଟି ଗ୍ରାମପଞ୍ଚାୟତ ଥିବା ବେଳେ, ତନ୍ମଧ୍ୟରୁ ୬୨୨୯ଟି ପଞ୍ଚାୟତରେ ଏହା ଗଠନ କରାଯାଇଛି। ବାକି ୫୬୫ଟି ପଞ୍ଚାୟତରେ ବାକି ଅଛି। ଏହାକୁ ଦୁଇ-ତିନ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

୫- ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୪୪ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୫ ଲକ୍ଷ ଚାଷୀଙ୍କର Digital Farmer ID କରାଯାଇଛି। ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ସମସ୍ତ ପ୍ରକାର ସରକାରୀ ସୁବିଧା ଓ ସହାୟତା ଠିକ୍ ଭାବେ ପାଇବା ସହିତ ସାର ବଣ୍ଟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଆସିପାରିବ।

୬- ଚାଷୀମାନଙ୍କୁ ୟୁରିଆ ପରି ଅଧିକ କେମିକାଲ ସାର ବ୍ୟବହାର ନକରି ସନ୍ତୁଳିତ ସାର ପ୍ରୟୋଗ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଜୈବିକ ସାର, ନାନୋ ୟୁରିଆ ପ୍ରଭୃତି ବିକଳ୍ପ ସାର ବ୍ୟବହାର କରିବା ପାଇଁ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।

୭- ବିଭିନ୍ନ ସାର ବିକ୍ରୟ କେନ୍ଦ୍ର ମାନଙ୍କରେ ସାରର ଷ୍ଟକ୍ ପରିମାଣ ଓ ଏହାର ଦାମ୍ ସଂପର୍କରେ ତଥ୍ୟ ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଯେପରି ବୁଝି ପାରିବେ, ତାକୁ ଧ୍ୟାନରେ ଓଡ଼ିଆ ଭାଷାରେ ବଡ ବଡ ଅକ୍ଷରରେ ଏହି ତଥ୍ୟ ପ୍ରଦର୍ଶନ କରିବା ଅତ୍ୟନ୍ତ ଜରୁରୀ।

ଏହା ସହିତ ରାଜ୍ୟର ପ୍ରତ୍ୟେକ ସବ୍ ଡିଭିଜନ ରେ ଥିବା electronic display boardରେ ମଧ୍ୟ ଏହି ତଥ୍ୟ ପ୍ରଦର୍ଶିତ କରିବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଥିଲେ ଯେ, କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ମଝିରେ ମଝିରେ ସାର ସମ୍ପର୍କରେ ପରାମର୍ଶ (Advisory) ଦେଉଛନ୍ତି। କୃଷି ବିଭାଗ ଅଧିକାରୀମାନେ ଏହାକୁ ଅନୁସରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି ଅଧିକାରୀମାନଙ୍କୁ ସାର ବଣ୍ଟନ ବ୍ୟବସ୍ଥା ସୁନିୟନ୍ତ୍ରୀତ କରିବା ପାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ୍ ଏବଂ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Previous Post

ଓଡ଼ିଆ ସ୍ୱାଭିମାନ ବିପଦରେ: ନବୀନ

Next Post

ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

Next Post
ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA