Friday, June 5, 2026 07:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା

ଯୋଜନା ଓ ସଂଯୋଜନ ବିଭାଗର ସଂକଳ୍ପ

by Our Correspondent
18 Apr, 2026- 08:27 PM
in Latest News, News
1 min read
0
ଯୋଜନା ବୋର୍ଡ ବଦଳରେ SITI ଓଡ଼ିଶା
Spread the love

ଭୁବନେଶ୍ୱର: ରାଜ୍ୟ ସରକାର ଖୁବ୍ ଶୀଘ୍ର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଟ୍ରାନ୍ସଫର୍ମେଟିଭ୍ ଇନିସିଏଟିଭ୍‌ସ’ (SITI Odisha) ପ୍ରତିଷ୍ଠା କରିବେ। ଏହା ରାଜ୍ୟ ସରକାରଙ୍କ ଏକ ଥିଙ୍କ ଟ୍ୟାଙ୍କ ବା ଏକ ଶୀର୍ଷସ୍ତରୀୟ ରଣନୈତିକ ପରାମର୍ଶଦାତା ସଂସ୍ଥା ଭାବେ କାର୍ଯ୍ୟ କରିବ। ସମୃଦ୍ଧ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଏହା ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ସଂକଳ୍ପ ପ୍ରକାଶ ପାଇଛି। ରାଜ୍ୟ ସରକାର ପୂର୍ବରୁ ୧୮ ଜୁଲାଇ ୨୦୨୪ ରେ ‘ରାଜ୍ୟ ଯୋଜନା ବୋର୍ଡ’କୁ ଭାଙ୍ଗି ଦେଇଛନ୍ତି। ଯେହେତୁ ପାରମ୍ପରିକ ଯୋଜନା ପ୍ରଣାଳୀ ବର୍ତ୍ତମାନ ସମୟରେ ଅପ୍ରାସଙ୍ଗିକ ହୋଇପଡ଼ିଛି, SITI Odisha ବର୍ତ୍ତମାନ ସମୟରେ ଏକ ଦୂରଦୃଷ୍ଟିସମ୍ପନ୍ନ ବିକଳ୍ପ ବ୍ୟବସ୍ଥା ପ୍ରଦାନ କରିବ। ବିକାଶର ଲକ୍ଷ୍ୟ ହାସଲ କରିବା ପାଇଁ ନୀତି ପ୍ରସ୍ତୁତ କରିବାକୁ ଆଧୁନିକ ଚିନ୍ତାଧାରା ସହିତ ଇନୋଭେସନ, କୋ-ଅପରେଟିଭ୍ ଫେଡେରାଲିଜିମ୍ ଏବଂ ମାପଯୋଗ୍ୟ ଫଳାଫଳ ସମ୍ପର୍କରେ ପରାମର୍ଶ ଯୋଗାଇଦେବ । ଏହା ସର୍ବୋଚ୍ଚ ସ୍ତରରେ ସରକାରଙ୍କୁ ରଣନୈତିକ ଦିଗଦର୍ଶନ ପ୍ରଦାନ କରିବ।

SITI-Odisha ମୁଖ୍ୟତଃ ଛଅଟି ବିଷୟ ଅର୍ଥନୀତି ଓ ଅର୍ଥ, ଗ୍ରାମୀଣ ଅର୍ଥନୀତି ଓ ଜୀବିକା, ନିଯୁକ୍ତି ଓ ସହରୀ ବିକାଶ, ଚିନ୍ତାଧାରା ଓ ଇନୋଭେସନ, ଶକ୍ତି ପରିବର୍ତ୍ତନ, ପରିବେଶ ଓ ଜଙ୍ଗଲ ଏବଂ ଖଣି ଓ ପ୍ରାକୃତିକ ସମ୍ପଦ ଉପରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶନ କରିବ। ଏକ ଗଭର୍ଣ୍ଣିଙ୍ଗ କାଉନସିଲ୍ ରହିବ। ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ। ଏଥିସହ ଜଣେ ଉପାଧ୍ୟକ୍ଷ, ଚାରିଜଣ ପୂର୍ଣ୍ଣ କାଳୀନ ସଦସ୍ୟ, ନଅଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଦୁଇଜଣ ସ୍ପେଶାଲ ଇନ୍‌ଭାଇଟି ରହିବେ। ଏହି ପରିଷଦ ବର୍ଷକୁ ଅତିକମରେ ଥରେ ବୈଠକ କରିବେ। ସିଟି ଓଡିଶାର ଉପାଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ହେବେ ଏବଂ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିବ।

ବିଭିନ୍ନ କ୍ଷେତ୍ରର ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରିବେ। ସେମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହାର ସଦସ୍ୟ ସଚିବ ଦାୟିତ୍ୱ ତୁଲାଇବେ।
ମୁଖ୍ୟମନ୍ତ୍ରୀ ଜଣେ ଚିଫ ଏକ୍‌ଜିକ୍ୟୁଟିଭ୍ ଅଫିସର ବା ସିଇଓ ନିଯୁକ୍ତ କରିବେ। ସିଇଓ ଆଇଏଏସ୍ କ୍ୟାଡରରେ ଜଣେ ପ୍ରମୁଖ ସଚିବ କିମ୍ବା କମିଶନର-ତଥା-ସଚିବ ପାହ୍ୟାର ହୋଇଥିବେ। ଏଥିସହିତ, ସମ୍ପୃକ୍ତ ବିଷୟବସ୍ତୁ ଉପରେ ଜ୍ଞାନ ଓ ଅଭିଜ୍ଞତା ଥିବା ଜଣେ ପ୍ରୋଗ୍ରାମ ଡାଇରେକ୍ଟର, ଏକ ବହୁମୁଖୀ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟ୍ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏକ ପ୍ରଶାସନିକ ୟୁନିଟ୍ ରହିବ। SITI Odisha ଅଧୀନରେ ଷ୍ଟେଟ ମନିଟରିଂ ଆଣ୍ଡ ଇଭାଲ୍ୟୁଏସନ ଅଫିସ ମଧ୍ୟ ରହିବ। SITI-Odisha ସମ୍ପୂର୍ଣ୍ଣ ଭାବେ ଯୋଜନା ଓ ସଂଯୋଜନ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ।

Previous Post

ଦଳ ସ୍ୱାର୍ଥ ନା ରାଜ୍ୟ ସ୍ୱାର୍ଥ?

Next Post

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା!

Next Post
ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା!

ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA