Friday, June 26, 2026 08:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ପ୍ରଶଂସା

ରାଜ୍ୟ ସମବାୟ ବ୍ୟାଙ୍କରୁ ଫାଇଦା ନେବା ଅଭିଯୋଗ ଖାରଜ

by Our Correspondent
09 Jul, 2021- 11:56 PM
in Latest News, News
1 min read
0
ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ କ୍ଲିନଚିଟ୍, ପ୍ରଶଂସା

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଏବଂ ସମବାୟ ସଂସ୍ଥାରୁ ବେଆଇନ ଭାବେ ନିଜର ଚିକିତ୍ସା ଖର୍ଚ୍ଚ ଓ ବୋନସ୍ ନେଇଥିବା ଅଭିଯୋଗକୁ ଆଜି ଖାରଜ କରିଛନ୍ତି ଲୋକାୟୁକ୍ତ । ଚିକିତ୍ସା ଖର୍ଚ୍ଚ ପାଇବାର ହକଦାର ହୋଇ ମଧ୍ୟ ତାକୁ ଫେରାଇ ଦେଇଥିବାରୁ ଶ୍ରୀ ସେଠୀଙ୍କୁ ଲୋକାୟୁକ୍ତ ଓଲଟି ପ୍ରଶଂସା କରିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ମେଡ଼ିକାଲ୍ ବିଲ୍ ଭରଣା କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ସେଠୀଙ୍କ ବିରୋଧରେ ଜନୈକ ସୂଚନା ଅଧିକାର କର୍ମୀ ଲୋକାୟୁକ୍ତଙ୍କ ନିକଟରେ ଦୁଇଟି ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରଥମ ଅଭିଯୋଗଟି ଥିଲା, ଶ୍ରୀ ସେଠୀ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ(ଓଏସସିବି)ର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କ ବାପା ଓ ପତ୍ନୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦ ୯,୪୬, ୨୭୩ ଟଙ୍କା ଓଏସସିବିରୁ ନେଇଛନ୍ତି । ଯାହା କି ସମ୍ପୂର୍ଣ୍ଣ ବେଆଇନ । ଶ୍ରୀ ସେଠୀ କ୍ଷମତାର ଅପବ୍ୟବହାର ପୂର୍ବକ ଏହି ସୁବିଧା ହାସଲ କରିଛନ୍ତି । ଦ୍ୱିତୀୟ ଅଭିଯୋଗଟି ଥିଲା ଶ୍ରୀ ସେଠୀ ଓଏସସିବିର ନିୟମିତ କର୍ମଚାରୀ ନ ହୋଇ ମଧ୍ୟ ସଂସ୍ଥାର ଲାଭାଂଶ ଭାଗ ବୋନସ୍ ଆକାରରେ ନେଇଛନ୍ତି । ଏହି ବୋନସ୍ ପାଇବାକୁ ସେ ହକଦାର ନୁହଁନ୍ତି, ତେଣୁ ବେନିୟମ କାର୍ଯ୍ୟ କରିଛନ୍ତି ।

ତେବେ ଶ୍ରୀ ସେଠୀଙ୍କ ପକ୍ଷ ଏବଂ ଲୋକାୟୁକ୍ତଙ୍କ ତଦନ୍ତରେ ଏହି ଅଭିଯୋଗର କୌଣସି ଆଧାର ନ ଥିବା ସ୍ପଷ୍ଟ ହୋଇଛି । ଏହି ମର୍ମରେ ଲୋକାୟୁକ୍ତ ଆଜି ତାଙ୍କ ରାୟ ଶୁଣାଇ ଦେଇଛନ୍ତି ।

ରାୟରେ କୁହାଯାଇଛି ଯେ ଶ୍ରୀ ସେଠୀ ୨୦୧୩ ଫେବୃଆରୀ ମାସରୁ ୨୦୧୫ ଜୁଲାଇ ମାସ ପର୍ଯ୍ୟନ୍ତ ସମବାୟ ବିଭାଗର ସଚିବ ଭାବେ ଓଏସସିବିର ପରିଚାଳନା ଦାୟିତ୍ୱରେ ଥିଲେ । ସେହି ସମୟରେ ତାଙ୍କ ବାପା ଏବଂ ପତ୍ନୀଙ୍କର ଭିନ୍ନ ଭିନ୍ନ ସମୟରେ ଚିକିତ୍ସା ବାବଦକୁ ସମୁଦାୟ ୩,୨୭,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା । ରାଜ୍ୟ ସରକାରଙ୍କ ଅନୁମତିରେ ଏହା ଓଏସସିବିରୁ ଭରଣା ହୋଇଥିଲା ।

ଜଣେ ସରକାରୀ ଅଧିକାରୀ ହୋଇ ମଧ୍ୟ ଓଏସସିବି ପରିଚାଳନାରେ ପୂର୍ଣ୍ଣ ସମୟ ଦେଉଥିବାରୁ ଏହି ମେଡ଼ିକାଲ୍ ଖର୍ଚ୍ଚ ପାଇବାକୁ ସେ ହକଦାର । ଓଡ଼ିଶା ସମବାୟ ବ୍ୟାଙ୍କ ଆଇନ, ୧୯୬୨ ର ଧାରା ୫୬(୨)(ଏଫ) ଅନୁଯାୟୀ ଏହା ଆଇନସିଦ୍ଧ । ଏହି ଆଇନ ବଳରେ ସଂସ୍ଥାରୁ ବୋନସ୍ ପାଇବା ପାଇଁ ମଧ୍ୟ ସେ ହକଦାର । କାରଣ ସରକାରୀ ଅଧିକାରୀ ହୋଇ ମଧ୍ୟ ସେ ସମବାୟ ବ୍ୟାଙ୍କ ପରିଚାଳନାରେ ପୂର୍ଣ୍ଣ ସମୟ ଦେଇଛନ୍ତି ।

ସୂଚନାଥାଉକି, ମାମଲା ଲୋକାୟୁକ୍ତଙ୍କ ପାଖରେ ଥିବା ବେଳେ ରାଜ୍ୟ ସମବାୟ ବ୍ୟାଙ୍କରୁ ଶ୍ରୀ ସେଠୀ ତାଙ୍କ ବାପା ଓ ପତ୍ନୀଙ୍କ ଚିକିତ୍ସା ବାବଦରେ ତିନୋଟି କିସ୍ତିରେ ନେଇଥିବା ୩,୨୭,୦୦୦ ଟଙ୍କା ତିନୋଟି ଚେକ୍ ଜରିଆରେ ଇତିମଧ୍ୟରେ ଫେରାଇ ସାରିଛନ୍ତି । ଶ୍ରୀ ସେଠୀଙ୍କ ଏହି ଉଦାର ମନୋଭାବ ଓ ସଦିଚ୍ଛା ଆଚରଣକୁ ଲୋକାୟୁକ୍ତ ପ୍ରଶଂସା କରିଛନ୍ତି ।

Previous Post

ଡ. ଇତି ସାମନ୍ତ ‘ୱାଜା ଓଡ଼ିଶା’ର ଅଧ୍ୟକ୍ଷା ମନୋନୀତ

Next Post

କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Next Post
କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କାଳିଆ ପ୍ରେମରେ ବିଭୋର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA