Thursday, April 30, 2026 07:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଏ ସରକାର ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର : ନବୀନ

ବଜେଟ୍ ଉପରେ ବିରୋଧୀ ଦଳ ନେତାଙ୍କ ଆଲୋଚନା

by Our Correspondent
29 Jul, 2024- 08:27 PM
in Latest News, News
1 min read
0
ଏ ସରକାର ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର : ନବୀନ

ଭୁବନେଶ୍ୱର: ବିଜେପି ସରକାରଙ୍କ ପ୍ରଥମ ବଜେଟ୍ କୁ ଆଜି ବିଧାନସଭାରେ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୃହରେ ଉପସ୍ଥାପିତ ବଜେଟ୍ ଉପରେ ଆଜି ସେ ଆଲୋଚନା କରି କହିଥିଲେ ଯେ ଏହି ସରକାର ଆମ ସରକାରଙ୍କ ୪୫ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି । ବିଜେପି କହିଥିଲା ଯେ ସେମାନଙ୍କ ସରକାର ଗେମ୍ ଚେଞ୍ଜର୍ ହେବ । କିନ୍ତୁ ଦୁର୍ଭାଗ୍ୟର କଥା ଏହି ସରକାର ନେମ୍ ଚେଞ୍ଜର ହୋଇଯାଇଛି । ତେବେ ବିଜେଡି ସରକାରଙ୍କ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦%ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ ଜଣାଇଥିଲେ ।

ବଜେଟ୍ ଆଲୋଚନାରେ କ’ଣ କହିଥିଲେ ନବୀନ..

ଜୟ ଜଗନ୍ନାଥ,

ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ । ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ । ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି ।

ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି । ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change – ଏହି ସରକାର ଆମ ସରକାର ଙ୍କ ୪୫ ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି । ଭାରତୀୟ ଜନତା ପାର୍ଟି କହିଥିଲା ଯେ ସେମାନଙ୍କ ସରକାର ହେବ GAME CHANGER କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ସରକାର NAME CHANGER ହୋଇଯାଇଛି ।

ଏହି ବଜେଟ ରୁ ଜଣାପଡିଛି ଯେ ଆମ ସରକାର ର ୮୦% ଯୋଜନା ର ପୁନଃ ପ୍ରବର୍ତ୍ତନ କରାଯାଇଛି । ଏଥିରୁ ଜଣାପଡୁଛି ଯେ ବିଜେଡି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ବାକି ୨୦% ପାଣ୍ଠି ଆବଣ୍ଟନ ଭାରତୀୟ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥ‍ିବା ପ୍ରତିଶ୍ରୁତି ପାଳନ ଦିଗରେ ଖର୍ଚ କରାଯିବ । ବିଜେପିର ନିର୍ବାଚନ ଇସ୍ତାହାରର ଗୋଟିଏ ନକଲ ଆମେ ବାଣ୍ଟିଛୁ । ସେମାନେ ଦିଆଯାଇଥିବା ଅନେକ ପ୍ରତିଶ୍ରୁତି ମଧ୍ୟରୁ ମୁଁ ୩ରୁ ୪ଟି ପ୍ରତିଶ୍ରୁତି ବିଷୟରେ କହିବି ।

ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯିବ । ଓଡିଶାରେ ୨କୋଟି ରୁ ଅଧିକ ମହିଳା ଅଛନ୍ତି। ଅଧିକନ୍ତୁ ୨ ବର୍ଷ ଭିତରେ ସବୁ ମହିଳାଙ୍କୁ ଏହି ଅର୍ଥ ଦେବାପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏହି ପ୍ରତିଶ୍ରୁତି ପାଳନ ପାଇଁ ଆପଣଙ୍କର ୧ଲକ୍ଷ କୋଟି ଟଙ୍କା ଦରକାର । କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି । ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ । ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ?

ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି । କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଆପଣଙ୍କ ବଜେଟରେ ଆପଣ କହିଛନ୍ତି ଯେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ଵା ତା ଠାରୁ ଅଧିକ ଅକ୍ଷମ ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖି ଲୋକମାନେ କାହିଁକି ଏଥିରୁ ବଞ୍ଚିତ ହେବେ ? ଆପଣଙ୍କର ଏହି ପ୍ରତିଶ୍ରୁତି ପୁରା କରିବା ପାଇଁ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ।

ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ଦେଇଥିଲେ ଯେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ ଯଥେଷ୍ଟ ହେବନାହିଁ । ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP ଦେବାପାଇଁ କଣ ଯୋଜନା ରହିଛି ? ଭାରତୀୟ ଜନତା ପାର୍ଟି ୩୦୦ ୟୁନିଟ୍ ମାଗଣା ବିଜଳି ଦେବପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ସାରା ଦେଶର ୧ କୋଟି ଘର କୁ ମାଗଣା ବିଜୁଳି ଦେଵା କୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ତେଣୁ ଓଡିଶା ଭାଗରେ ମାତ୍ର ୩ ଲକ୍ଷ ଘର ପଡିପାରେ । କିନ୍ତୁ ଆମ ରାଜ୍ୟରେ ଦେଢ କୋଟି ଘର ରହିଛି । ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାପାଇଁ ଏହା କଣ ଆପଣଙ୍କ ପ୍ରତିଶ୍ରୁତି ?

ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକ ସଂଖ୍ୟାର ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବନାହିଁ ।

ସାମାଜିକ ଗଣ ମାଧ୍ୟମରେ ଏହି ଯୋଜନାକୁ ଆପଣ ଏଭଳି ଭାବରେ ଉପସ୍ଥାପନ କଲେ ଯେ ଲୋକମାନେ ଜୁଲାଇରୁ ZERO ବିଜୁଳି ବିଲ୍ ପାଇବାକୁ ଅପେକ୍ଷା କରିଛନ୍ତି । ମୁଁ ଦୁଖିତ ଯେ ଆପଣ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ।

ଆସନ୍ତା ୩ ବର୍ଷରେ – ୨୦୨୭ ବେଳକୁ ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆପଣ ପ୍ରତିଶ୍ରୁତି ଦେଇଛନ୍ତି । ଏହାକୁ କାର୍ଯ୍ୟକାରି କରିବାପାଇଁ ଆପଣଙ୍କୁ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ ପଡିବ । କିନ୍ତୁ ଚଳିତ ବଜେଟରେ ମାତ୍ର ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ମହାନ ଗୃହରେ ପରବର୍ତ୍ତୀ ସମୟରେ ଲକ୍ଷପତି ଦିଦି ମାନଙ୍କର ଏକ ତାଲିକା ବିସ୍ତୃତ ତଥ୍ୟ ସହ ଉପସ୍ଥାପିତ କରିବାପାଇଁ ଦାବୀ ଜଣାଉଛି ।

୨୦୩୬ ସୁଦ୍ଧା ଆପଣ ଏକ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି । ଏକ ବିକଶିତ ଓଡିଶା ପାଇଁ ଆପଣଙ୍କ ଦୂରଦର୍ଶୀ ଯୋଜନାର ଏକମାତ୍ର ଉଦାହରଣ ମୁଁ ଏଠାରେ ଉପସ୍ଥାପନ କରୁଛି । ରାଉଲକେଲା- ସମ୍ବଲପୁର – ପାରାଦ୍ୱୀପ-ଧାମରା କୁ ସଂଯୁକ୍ତ କରୁଥିବା ଶିଳ୍ପ କରିଡର ପାଇଁ ମାତ୍ର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । କିନ୍ତୁ ଏଭଳି ଏକ କରିଡର

ନିର୍ମାଣ ପାଇଁ ୧ ଲକ୍ଷ କୋଟିରୁ କମ୍ ଖର୍ଚ ହେବନାହିଁ । ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣଏକ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ ।

ନିର୍ବାଚନ ଜିତିବା ପାଇଁ ଲୋକଙ୍କୁ ବିଜେପିର ଥିଲା ଏଗୁଡିକ ମୁଖ୍ୟ ପ୍ରତିଶ୍ରୁତି । ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ ମିଥ୍ୟାର ଦସ୍ତାବିଜ ପାଲଟି ଯିବ । ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ ନିର୍ବାଚନ ଜିତିଛନ୍ତି । ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ ।

Previous Post

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

Next Post

ଆଇପିଏସ୍ ଅଫିସରଙ୍କ ପ୍ରେମ ବାଚାଳାମି

Next Post
ଆଇପିଏସ୍ ଅଫିସରଙ୍କ ପ୍ରେମ ବାଚାଳାମି

ଆଇପିଏସ୍ ଅଫିସରଙ୍କ ପ୍ରେମ ବାଚାଳାମି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA