Saturday, July 11, 2026 01:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାପ ଅଧିକ ହୋଇଗଲା !

ଆଡ଼ପପହଣ୍ଡି ମହାବିଭ୍ରାଟ, ବଡଠାକୁରଙ୍କୁ ପକାଇଦେଲେ

by Our Correspondent
10 Jul, 2024- 07:01 PM
in Latest News, News
1 min read
0
ପାପ ଅଧିକ ହୋଇଗଲା !

ଭୁବନେଶ୍ୱର: ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ପକାଇଦେଲେ । ଚାରମାଳ ଉପରେ ହାମୁଡ଼େଇ ପଡ଼ିଗଲେ ବଡ଼ଠାକୁର । ଆଡ଼ପପହଣ୍ଡି ବେଳେ ଗତକାଲି ବଡ଼ଠାକୁରଙ୍କ ତାଳଧ୍ୱଜ ରଥରେ ଏହି ଅଘଟଣ ସମଗ୍ର ବିଶ୍ୱରେ ଜଗନ୍ନାଥପ୍ରେମୀଙ୍କୁ ଭୀଷଣ ଆଘାତ ଦେଇଛି । ଏହି ଅଘଟଣାକୁ ସାଧାରଣରେ କେହି ବରଦାସ୍ତ କରିନାହାନ୍ତି । ସମସ୍ତେ ଛି ଛାକର କରି ମୁଣ୍ଡରେ ହାତ ଦେଇଛନ୍ତି । ଏଭଳି ଅକ୍ଷମଣୀୟ କାଣ୍ଡରେ ଯିଏ ବି ସଂପୃକ୍ତ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରୁ ଦାବି ହେଉଛି ।

ଗତକାଲି ଥିଲା ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପମଣ୍ଡପ ବିଜେ । ଜନ୍ମବେଦୀ ଆଡ଼ପମଣ୍ଡପକୁ ବିଜେ କରୁଥିଲେ ମହାପ୍ରଭୁ । ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରୁଥିଲେ । ଆଡ଼ପପହଣ୍ଡି ବେଳେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥରେ ଘଟିଥିଲା ଅଘଟଣ । ପହଣ୍ଡି ଆରମ୍ଭ ପୂର୍ବରୁ ଖସି ପଡ଼ିଥିଲେ ଶ୍ରୀବଳଭଦ୍ର । ଚାରମାଳ ଉପରିଭାଗରୁ ଖସି ଆସି ଚାରମାଳ ତଳ ଭାଗରେ ମୁହଁମାଡ଼ି ପଡ଼ିଥିଲେ ବଡ଼ଠାକୁର । ଏଥିରେ ୧୨ ରୁ ଅଧିକ ସେବକ ଆହତ ହୋଇଥିଲେ ।

କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା? ଏ ପର୍ଯ୍ୟନ୍ତ ତାହାର ସ୍ପଷ୍ଟ ଉତ୍ତର ହେଉଛି- ରଥ ଉପରେ ସେବକ ଭର୍ତ୍ତି । ପହଣ୍ଡି ବେଳେ ଯେତିକି ସଂଖ୍ୟକ ସେବକ ରଥ ଉପରେ ରହିବା କଥା, ତାହାଠାରୁ ଢ଼େର୍ ଅଧିକ ରଥ ଉପରେ ଚଢ଼ିଥିଲେ । ଯେଉଁଥିପାଇଁ ଚାରମାଳ ଉପରେ ଠିଆ ହେବା ସମ୍ଭବ ନ ଥିଲା । ଶ୍ରୀବିଗ୍ରହଙ୍କ ପଛରେ ଡୋରି ଧରିଥିବା ସେବକମାନଙ୍କ ହାତରୁ ଡୋରି ଖସିଗଲା । ଫଳ ହେଲା, ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଗଲେ ।

ଏହି ଅଘଟଣର ଦୃଶ୍ୟକୁ ଟେଲିଭିଜନ୍ ମାଧ୍ୟମରେ କୋଟି କୋଟି ଭକ୍ତ ଦେଖୁଥିଲେ । ନିଜ ଆଖିରେ ଘଟୁଥିବା ଏଭଳି ଦୃଶ୍ୟ ସମସ୍ତଙ୍କୁ ଭୀଷଣ କଷ୍ଟ ଦେଇଥିଲା । ମହାପ୍ରଭୁଙ୍କ କାର୍ଯ୍ୟରେ ବିଭ୍ରାଟର ଏହା ଫଳ ହୋଇଥିବାରୁ ଘର ଓ ଚା’ ଖଟିଠାରୁ ଆରମ୍ଭ କରି ସୋସିଆଲ୍ ମିଡିଆ ସବୁଠି ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଲା । ମହାପ୍ରଭୁ ଏହି ପାପୀଷ୍ଠମାନଙ୍କୁ କ୍ଷମା କରିଦିଅ ବୋଲି କ୍ଷୁବ୍ଧ ମନରେ ସମସ୍ତେ ନତମସ୍ତକ ହୋଇଗଲେ ।

ରାଜ୍ୟ ସରକାର ଏହି ଅଘଟଣକୁ ଗୁରୁତର ସହ ନେଇଥିବା ଦେଖିବାକୁ ମିଳିଲା । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଅଘଟଣର ଅନୁଧ୍ୟାନ ପାଇଁ ପୁରୀ ପଠାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହି ଅନୁଯାୟୀ, ସେମାନେ ପୁରୀ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିବା ଆହତ ସେବାୟତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁଧ୍ୟାନ ରିପୋର୍ଟ ଦିଆଯାଇଛି ବୋଲି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଛନ୍ତି ।

ତେବେ ଉପମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତି ଜଗନ୍ନାଥପ୍ରେମୀଙ୍କୁ ଆହୁରି ଚକିତ କରିଛି । ଏହି ଅଘଟଣକୁ ସାମାନ୍ୟ ଘଟଣା ବୋଲି ଦର୍ଶାଇବାକୁ ଚାହିଁଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା । ସେହିଭଳି ଲୀଳାମୟଙ୍କର ଏହା ଲୀଳା ବୋଲି ମନ୍ତବ୍ୟ ଦେଇଛନ୍ତି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଆ ଅସ୍ମିତାର କଥା କହି ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କର ଏ ପ୍ରକାର ଆଭିମୁଖ୍ୟ ସମସ୍ତଙ୍କୁ ଅଧିକ ମର୍ମାହତ କରିଛି ।

ଯାହାର ତ୍ରୁଟି ପାଇଁ ମହାପ୍ରଭୁଙ୍କ ସହ ଏଭଳି ଘଟିଲା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେବାର ଆଶା କରାଯାଉଥିଲା ବେଳେ ଏହି ‘ଗୁରୁତର’ ଅଘଟଣକୁ ‘ସାମାନ୍ୟ’ କହି ଉଡ଼ାଇ ଦେବା କଟା ଘା’ ରେ ଚୂନ ମାରିବା ଭଳି ହୋଇଛି ।

ଅବଶ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଅଘଟଣକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି, ପୂର୍ବରୁ ଏଭଳି ଅଘଟଣ ଘଟି ନ ଥିଲା । ଏହା ସମସ୍ତଙ୍କୁ ମର୍ମାହତ କରିଛି । ଏଭଳି ଅଘଟଣର ପୁନରାବୃଦ୍ଧି ନ ହେବା ପାଇଁ ସେ ମତ ରଖିଛନ୍ତି ।

ଇତିମଧ୍ୟରେ ଅଘଟଣର ଯାଞ୍ଚ ପାଇଁ ତିନିଜଣିଆ କମିଟି ଗଠନ କରାଯାଇଛି । କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

 

Previous Post

ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୪୫୦ ଟଙ୍କାକୁ ବୃଦ୍ଧି

Next Post

୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

Next Post
୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

୧୨ ବର୍ଷର ଗାଦିରୁ ହଟିଲେ ମାଥିଭାଥନନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA