Tuesday, February 10, 2026 09:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘ଏ ପାଣିରେ ଡାଲି ସିଝୁନାହିଁ’

ମାହାଙ୍ଗା ଜଳ ସମସ୍ୟା ନେଇ ବିିଧାନସଭାରେ ପ୍ରଶ୍ନ

by Our Correspondent
30 Jul, 2024- 06:31 PM
in Latest News, News
1 min read
0
‘ଏ ପାଣିରେ ଡାଲି ସିଝୁନାହିଁ’

ଭୁବନେଶ୍ୱର : ବାଚସ୍ପତି ମହୋଦୟା, ମୋ ଘରେ ଆବଶ୍ୟକ ପିଇବା ପାଣି ଦୁଇ କିଲୋମିଟର ଦୂରରୁ ବୁହାହୋଇ ଆସୁଛି । ଯେଉଁ ପାଣି ମିଳୁଛି ସେଥିରେ ଡାଲି ସିଝୁ ନାହିଁ । ରୋଷେଇ ଗଣ୍ଡାଏ ହୋଇପାରୁ ନାହିଁ । ଆପଣ ନିଜେ ଆସିବା ସହିତ ସାଥିରେ ମନ୍ତ୍ରୀ, ବିଧାୟକମାନଙ୍କୁ ନେଇ ଆସନ୍ତୁ । ମୋ ଘରେ ଖାଇଲା ପରେ ଜାଣିବେ ରାଜଧାନୀ ଠାରୁ ୫୦ କିଲୋମିଟର ଦୂରରେ ଥିବା ସାହିତ୍ୟ ସଂସ୍କୃତିର ଅଞ୍ଚଳ ମାହାଙ୍ଗାର ବାସ୍ତବ ପାନୀୟଜଳ ସ୍ଥିତି କ’ଣ ।

ଆଜି ବିଧାନସଭାରେ ପ୍ରଶ୍ନକାଳରେ ନିଜ ନିର୍ବାଚନମଣ୍ଡଳୀ ମାହାଙ୍ଗାର ପାନୀୟଜଳ ସମସ୍ୟାକୁ ଏମିତି ଢଙ୍ଗରେ ଉପସ୍ଥାପନ କରିଥିଲେ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମାହାଙ୍ଗାରେ ଦୁଇ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ୨.୩୦ ଲକ୍ଷ ଲୋକଙ୍କ ପାଇଁ ଗୋଟିଏ ପ୍ରକଳ୍ପ ମେଘା ଇଞ୍ଜିନିୟରିଂ ସଂସ୍ଥା କରୁଥିବାବଳେ ୫୬ହଜାର ଲୋକଙ୍କ ପାଇଁ ବ୍ଲୁଷ୍ଟାର ନାମକ ସଂସ୍ଥା କରୁଛି । ଏହାବାଦ୍‍ ଆହୁରି ୬୦ହଜାର ଲୋକ ଗଭୀର ନଳକୂଳ ଉପରେ ନିର୍ଭରଶୀଳ । ହେଲେ ପ୍ରକଳ୍ପ କାର୍ଯ୍ୟ ସରୁନଥିବାରୁ ଲୋକେ ପାଣି ପାଇପାରୁ ନାହାନ୍ତି । ପ୍ରତି ପଞ୍ଚାୟତରେ ପାଇପ ପକା ଠିକାଦାର ନିଯୁକ୍ତି ଯୋଗୁଁ ବିଚିତ୍ର ସ୍ଥିତି ଉପୁଜିଛି । ମୁଖ୍ୟ ପାଣି ଲାଇନ୍‍ ପାଇଁ ବିଛା ଯାଇଥିବା ପାଇପ୍‍ ଠାରୁ ସବ୍‍ ଲାଇନ୍‍ ପାଇପଗୁଡିକ ଉପରେ ବିଛାଯାଉଛି । ଠିକାଦାରୀରେ ତାଳ ମେଳ ନଥିବାରୁ ଲୋକେ ହଇରାଣ ହେଉଛନ୍ତି ।

ମାହାଙ୍ଗାର ପୂର୍ବତନ ବିଧାୟକ ପଞ୍ଚାୟତିରାଜ ଓ ପାନୀୟଜଳ ଦାୟିତ୍ୱରେ ଥିଲେ । ସେତେବେଳେ ମୁଁ ତାଙ୍କ ବିରୁଦ୍ଧରେ ପ୍ରାର୍ଥୀ ହୋଇଥିବାରୁ ମୋ ଘରକୁ ପାନୀୟଜଳ ସଂଯୋଗ ଦିଆଗଲା ନାହିଁ । ସରପଞ୍ଚଙ୍କ ଘର ନିକଟରେ ପାଣି ଚାବି ରହିଲା । ସରପଞ୍ଚମାନେ ଚାବି ମୋଡି ମନଇଚ୍ଛା ପାଣି ଦେଲେ । ବିଜେପିର ସରପଞ୍ଚ ସଂଖ୍ୟା କମ୍‍ ଥିବାରୁ ଲୋକେ ପାଣି ପାଇଲେ ନାହିଁ । ଏବେ ବି ୨ କିଲୋମିଟର ଦୂରରୁ ମୋ ଘରକୁ ପିଇବା ପାଣି ବୁହାହୋଇ ଆସୁଛି । ସେହି ପାଣିରେ ଡାଲି ସିଝୁ ନାହିଁ । ଜଳସ୍ତରର ୫୦୦ ଫୁଟି ତଳକୁ ଖସିଗଲାଣି । ନଳକୂପରୁ ଆଉ ପାଣି ମୁନ୍ଦାଏ ବାହାରୁନି । ବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନେ ଆସି ବାସ୍ତବ ସ୍ଥିତି କ’ଣ ତାହା ଦେଖନ୍ତୁ ।

ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ମହାନଦୀ ଅବବାହିକାର ଦୁଇକୂଳେ ଏଭଳି ଅବସ୍ଥା । ମାହାଙ୍ଗାରେ ପାନୀୟଜଳ ଯୋଗାଣ ପାଇଁ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଚୁକ୍ତି ହୋଇଥିଲା । ୯୦ ପ୍ରତିଶତ କାମ ସରିଲାଣି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ପାନୀୟଜଳ ଯୋଗାଇ ଦିଆଯିବ ।

Previous Post

ଲୁଟୁଥିଲେ, ପ୍ରମୋସନ ପାଉଥିଲେ

Next Post

A Home for Hope…..

Next Post
A Home for Hope…..

A Home for Hope…..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA