Monday, June 29, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମରଣ କାଳେ ପ୍ରତିଶୋଧ ରାଜନୀତି!

ମମତାଙ୍କ ୪ ସହଯୋଗୀଙ୍କୁ ଉଠାଇନେଲା ସିବିଆଇ

by Our Correspondent
17 May, 2021- 08:48 PM
in Latest News, National, News, Politics
1 min read
0
ମରଣ କାଳେ ପ୍ରତିଶୋଧ ରାଜନୀତି!

କରୋନା ମହାମାରୀରେ ଲୋକ ଜୁଝୁଥିବା ବେଳେ ସମ୍ଭବତଃ ପ୍ରତିଶୋଧ ରାଜନୀତିର ଆଉ ଏକ ଜ୍ୱଳନ୍ତ ଉଦାହରଣ ଆଜି ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି । ୬ ବର୍ଷ ତଳର ଏକ ଷ୍ଟିଙ୍ଗ୍ ଅପରେସନ୍ ମାମଲାରେ ସିବିଆଇ ୨ ଜଣ ବରିଷ୍ଠ ମନ୍ତ୍ରୀଙ୍କ ସମେତ ୪ ଜଣ ଟିଏମସି ନେତାଙ୍କୁ ଗିରଫ କରିଛି ।

ସେହି ନିର୍ଦ୍ଦିଷ୍ଟ ମାମଲାରେ ସଂପୃକ୍ତ ଥିବା ଏବେକାର ବିଜେପି ନେତା ମୁକୁଲ ରାୟ ଏବଂ ଶୁଭେନ୍ଦୁ ଅଧିକାରୀଙ୍କୁ କିନ୍ତୁ ହାତ ମାରିନି ସିବିଆଇ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ମନ୍ତ୍ରୀ, ବିଧାୟକମାନଙ୍କୁ ଗିରଫ କରିବାକୁ ହେଲେ ବିଧାନସଭା ବାଚସ୍ପତିଙ୍କ ଅନୁମତି ଅପରିହାର୍ଯ୍ୟ ଥିଲା ବେଳେ ତାହା କରାଯାଇନି । ଗିରଫ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଜଗଦୀପ ଧଙ୍କର ।

ନାଟକୀୟ ଘଟଣାକ୍ରମରେ, କେନ୍ଦ୍ରୀୟ ଫୋର୍ସ ଆଜି ସକାଳୁ ତୃଣମୂଳ କଂଗ୍ରେସ ନେତା ତଥା ବରିଷ୍ଠ ମନ୍ତ୍ରୀ ଫିରହାଦ୍ ହକିମ୍, ସୁବ୍ରତ ମୁଖାର୍ଜୀ, ବିଧାୟକ ମଦନ ମିତ୍ର ଏବଂ କୋଲକତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କ ଘରେ ପହଞ୍ଚି ସେମାନଙ୍କୁ ସିବିଆଇ ଅଫିସ କୁ ଉଠାଇ ଆଣିଥିଲେ । ମମତାଙ୍କ ପ୍ରଥମ ପାଳି ସରକାରରେ ଏମାନେ ମନ୍ତ୍ରୀ ଥିବା ବେଳେ ନାରଦା ଷ୍ଟିଙ୍ଗ ଅପରେସନ୍ ରେ ଲାଞ୍ଚ ନେଉଥିବା ଧରାପଡ଼ିଥିଲେ ।

ମାମଲାର ସିବିଆଇ ତଦନ୍ତ ପାଇଁ ୨୦୧୭ ମସିହାରେ କୋଲକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସିବିଆଇ ଚୁପ୍ ରହିଥିଲା । ମାତ୍ର ଦେଶ କରୋନା ସହ ଲଢ଼େଇ କରୁଥିଲା ବେଳେ ସିବିଆଇର ଏହି ମାମଲା ମନେପଡ଼ିଲା । ମମତାଙ୍କ ଦୁଇ ମନ୍ତ୍ରୀ ଓ ବିଧାୟକଙ୍କୁ ଗିରଫ କରିବାକୁ ମନେ ପଡ଼ିଲା । ଆଇପିସି ଧାରା ୧୨୦(ବି) ଏବଂ ଦୁର୍ନୀତି ନିବାରଣ ଧାରା ୭, ୧୩(୧)(କ), ୧୩(୧)(ଖ) ରେ ଆଜି ସେମାନଙ୍କୁ ଗିରଫ କରାଯାଇ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଭର୍ଚୁଆଲ୍ ହାଜର କରାଯାଇଥିଲା ।

୨୦୧୬ ବିଧାନସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ନାରଦା ନ୍ୟୁଜ୍ ପୋର୍ଟାଲ୍ ପକ୍ଷରୁ ତୃଣମୂଳ କଂଗ୍ରେସର ୭ ଜଣ ସାଂସଦ, ୪ ମନ୍ତ୍ରୀ, ଜଣେ ବିଧାୟକ ଏବଂ ଜଣେ ଆଇପିଏସ୍ ଅଫିସରଙ୍କର ଷ୍ଟିଙ୍ଗ ଅପରେସନ୍ କରାଯାଇଥିଲା । କିଛି କମ୍ପାନୀକୁ ଅନୁଗ୍ରହ ଦେବା ପାଇଁ ଏମାନେ ୪ ରୁ ୫ ଲକ୍ଷ ଟଙ୍କା ଟଙ୍କା ଲାଞ୍ଚ ନେଉଥିବା ଦେଖିବାକୁ ମିଳିଥିଲା । ଏହି ତାଲିକାରେ ଥିଲେ ଆଜି ଗିରଫ ହୋଇଥିବା ୪ ଟିଏମସି ନେତାଙ୍କ ସହ ମୁକୁଲ ରାୟ ଏବଂ ଶୁଭେନ୍ଦୁ ଅଧିକାରୀ ।

ମାତ୍ର ଇତିମଧ୍ୟରେ ଶ୍ରୀ ରାୟ ଏବଂ ଶ୍ରୀ ଅଧିକାରୀ ତୃଣମୂଳ ଛାଡ଼ି ବିଜେପିରେ ସାମିଲ ହୋଇସାରିଛନ୍ତି । ପୂର୍ବତନ ମେୟର ଶୋଭନ ଚାଟାର୍ଜୀ ନିର୍ବାଚନ ପୂର୍ବରୁ ବିଜେପିକୁ ପଳାଇ ଯାଇଥିଲେ । ମାତ୍ର ଟିକେଟ ନ ମିଳିବାରୁ ପୁଣି ତୃଣମୂଳକୁ ଫେରି ଆସିଥିଲେ ।

ନିଜର ମନ୍ତ୍ରୀ ଓ ବିଧାୟକଙ୍କୁ ସିବିଆଇ ଗିରଫ କରିବା ଖବର ପାଇଲା ପରେ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିଧା ଯାଇଥିଲେ ଦକ୍ଷିଣ କୋଲକତାସ୍ଥିତ ସିବିଆଇ ଅଫିସ୍ କୁ । ସେଠାରେ ୬ ଘଣ୍ଟାରୁ ଅଧିକ ସମୟ ରହି ଗିରଫଦାରିକୁ ବିରୋଧ କରିଥିଲେ । ତାଙ୍କ ସହଯୋଗୀଙ୍କୁ ବେଆଇନ ଭାବେ ଯେଭଳି ଗିରଫ କରାଯାଇଛି, ମୋତେ ମଧ୍ୟ ସେମିତି ଗିରଫ କର ବୋଲି ମମତା ଅଡ଼ି ବସିଥିଲେ । ସେତେବେଳେ ଶତାଧିକ ଟିଏମସି କର୍ମୀ ସିବିଆଇ ଅଫିସ ଆଗରେ ହଙ୍ଗମା କରିଥିଲେ । ଉତ୍ତେଜିତ କର୍ମୀମାନେ ସିବିଆଇ ବିଲଡ୍ଡିଂ ଉପରକୁ ଟେକା ମାଡ଼ କରିଥିଲେ । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ନିଜ ସହଯୋଗୀଙ୍କ ଜାମିନ୍ ଆଦେଶ ଶୁଣିଲା ପରେ ଯାଇ ମମତା ସିବିଆଇ ଅଫିସରୁ ଉଠିଥିଲେ ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ପରେ ନାରଦା ଷ୍ଟିଙ୍ଗ ଅପରେସନ୍ ମାମଲାରେ ଟିଏମସି ନେତାଙ୍କୁ ଗିରଫ ପାଇଁ ଯୋଜନା ହୋଇଥିଲା । ତେବେ ଏଥିପାଇଁ ବାଚସ୍ପତିଙ୍କ ଅନୁମତି ଅପରିହାର୍ଯ୍ୟ ଥିଲା ବେଳେ ରାଜ୍ୟପାଳଙ୍କୁ ମୋହରା କରାଯାଇଥିଲା । ମେ’ ୧୦ ରେ ମମତା ମନ୍ତ୍ରୀମଣ୍ଡଳ ଗଠନ ପୂର୍ବରୁ ବିବାଦୀୟ ରାଜ୍ୟପାଳ ଜଗଦୀପ ଧଙ୍କର ଏଥିପାଇଁ ଅନୁମତି ଦେଇଥିଲେ । ରାଜ୍ୟପାଳ ଏଥିପାଇଁ ଅନୁମତି ଦେଇପାରିବେ ବୋଲି ଶ୍ରୀ ଧଙ୍କର ସଫେଇ ଦେଇଛନ୍ତି ।

ଦିଦି-ସିବିଆଇ ମୁହାଁମୁହିଁ ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସିବିଆଇ ତା’ କାମ କରିଛି ବୋଲି ବିଜେପି ସଫେଇ ଦେଉଥିବା ବେଳେ ବିଜେପି ପରାଜୟର ଏହା ପ୍ରତିଶୋଧ ବୋଲି ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି ।

Previous Post

ମେ’ ୨୪ ରୁ ଘରକୁ ଘର ବୁଲି ସର୍ଭେ

Next Post

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

Next Post
ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

ଜୁନ୍ ୧ ଯାଏଁ ବଢ଼ିଲା ଲକଡାଉନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA