Sunday, March 26, 2023 06:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜେଲ୍ ରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

by Our Correspondent
20 Dec, 2022- 01:34 PM
in Crime, Latest News, News
1 min read
0
ଜେଲ୍ ରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା
ବଲାଙ୍ଗୀର/ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଂଜି ଜେଲ୍ ରେ ବନ୍ଦୀ ଥିବା ଗୋବିନ୍ଦ ଆଜି ଏକ ଗଛରେ ଗାମୁଛା ଲଗାଇ ଝୁଲି ପଡିଥିଲେ । ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତୁ୍ୟ ଘୋଷଣା କରିଥିଲେ । ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି ।
ଗୋବିନ୍ଦ ସାହୁ ଆଜି ଦିନ ୧୧ଟାରେ ସ୍ଥାନୀୟ ଜେଏମଏଫସି କୋର୍ଟରେ ହାଜର ହୋଇଥାନ୍ତେ । ଏହାପୂର୍ବରୁ ସକାଳ ୯ଟାରେ ଜେଲ୍ ପରିସରରେ ଥିବା ଏକ ଛୋଟ ଗଛରେ ନିଜ ଗାମୁଛାରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଜେଲ୍ ଭିତରେ ଜଣେ ହାଇ ପ୍ରୋଫାଇଲ କଏଦୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ସମ୍ବଲପୁର ରେଞ୍ଜ ଡିଆଇଜି ଅନୁସୂୟା ଜେନାଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା ଉପରୁ ସେ ପରଦା ହଟାଇବେ ।
କଳାହାଣ୍ଡି ଜିଲ୍ଲାର ସନସାଇନ ସ୍କୁଲ ଓ ମହାଲିଙ୍ଗ କଲେଜର ମୁଖ୍ୟ ଥିଲେ ଗୋବିନ୍ଦ ସାହୁ । ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ସେ ଥିଲେ ମୁଖ୍ୟ ଅଭିଯୁକ୍ତ । ମମିତାଙ୍କ ପରିବାରର ଏତଲାକ୍ରମେ ବଲାଙ୍ଗୀର ପୁଲିସ ତାଙ୍କୁ ଘରୁ ଟେକି ଆଣି ଟିଟିଲାଗଡ଼ ପୁଲିସ ବାରାକ୍ ରେ ଅଟକ ରଖିଥିଲା । ମାତ୍ର ସେଠି ୪ ଦିନ ବିତାଇଥିବା ଗୋବିନ୍ଦ ବାରାକ୍ କାନ୍ଥ ଡେଇଁ ଚମ୍ପଟ୍ ମାରିଥିଲା ।
ଗତବର୍ଷ ଅକ୍ଟୋବର ୧୯ ତାରିଖରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ବୁଢ଼ିପଦର ଅଞ୍ଚଳର ଏକ ଆଖୁ କିଆରୀରେ ଲୁଚିଥିବା ବେଳେ ପୁଲିସର ସ୍ୱତନ୍ତ୍ର ଟିମ୍ ହାତରେ ଧରାପଡ଼ିଥିଲେ । ସେବେଠାରୁ ସେ ଜେଲ୍ ରେ ଥିଲେ ।
ତଦନ୍ତ ବେଳେ ମମିତାଙ୍କୁ ହତ୍ୟା କରିଥିବା ସେ ପୁଲିସ ନିକଟରେ ସ୍ୱୀକାର କରିଥିଲେ । କୋର୍ଟରେ ତାଙ୍କର ସାକ୍ଷ୍ୟ ଗ୍ରହଣ କରାଯାଇ ଶୁଣାଣି ଚାଲିଥିଲା । ନିକଟରେ ହାଇକୋର୍ଟରେ ସେ ଜାମିନ୍ ଆବେଦନ କରିଥିଲେ ମଧ୍ୟ ସେଠାରୁ ନିରାଶ ହୋଇଥିଲେ ।
ଜେଲ୍ ରେ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏକଦା ଘନିଷ୍ଠ ସହଯୋଗୀ ଥିବା ଗୋବିନ୍ଦଙ୍କ ସାକ୍ଷ୍ୟ ପ୍ରମାଣ ନଷ୍ଟ ପାଇଁ ଜେଲ୍ ରେ ତାଙ୍କୁ ମାରି ଦିଆଯାଇନି ତ ବୋଲି ପ୍ରଶ୍ନ କରିଛନ୍ତି । ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି ।
Previous Post

ହକି ବିଶ୍ୱକପ୍ ପାଇଁ ରାଉରକେଲା ପ୍ରସ୍ତୁତ

Next Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନାକେଦମ୍ କଲେ

Next Post
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନାକେଦମ୍ କଲେ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନାକେଦମ୍ କଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    3265 shares
    Share 1306 Tweet 816
  • ଏୟାରଲିଫ୍ଟ ହେଲେ କୃଷି ଅଧିକାରୀ ଆଦିତ୍ୟ ପାତ୍ର

    2176 shares
    Share 870 Tweet 544
  • ସ୍ୱତନ୍ତ୍ର ବିକାଶ ପରିଷଦ: ୮ ଜିଲ୍ଲାରେ ନୂଆ ଅଧ୍ୟକ୍ଷ

    2070 shares
    Share 828 Tweet 518
  • ଧର୍ମେନ୍ଦ୍ର ବିରୋଧୀ ମେଳିରେ ୧୨ ବିଧାୟକ, ୬ ସାଂସଦ !

    2039 shares
    Share 816 Tweet 510
  • ସାଂସଦ ଅପରାଜିତା ହେବେ ମେୟର ପ୍ରାର୍ଥୀ!

    1920 shares
    Share 768 Tweet 480

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA