Friday, June 26, 2026 06:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନାକେଦମ୍ କଲେ

by Our Correspondent
21 Dec, 2022- 04:54 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନାକେଦମ୍ କଲେ
ଭୁବନେଶ୍ୱର: ୫୦ ଫୁଟରୁ ଅଧିକ ଉଚ୍ଚତାର ବିଜ୍ଞାପନ ହୋର୍ଡିଂ । ତା’ ଉପରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ବସିଥିଲେ ଯୁବକ ଜଣଙ୍କ । ଗୋଟେ ହାତରେ ଧରିଥିଲେ ଏକ ବୋତଲ । ଯେଉଁଥିରେ ଥିଲା କିଛି ତରଳ ପଦାର୍ଥ । ଅନ୍ୟ ହାତରେ ଥିଲା ଏକ ଲାଇଟର୍ । ତଳକୁ ଓହ୍ଲାଇ ଆସିବା ପାଇଁ କାହାରି ଅନୁରୋଧକୁ ଶୁଣୁ ନ ଥିଲେ । କିଏ ଡାକିଲେ, ସେଇ ବୋତଲ ଓ ଲାଇଟର ଦେଖାଇ ଆତ୍ମାହୂତିର ଧମକ ଦେଉଥିଲେ । ଦୀର୍ଘ ସାଢ଼େ ୪ ଘଣ୍ଟା ପରେ ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ବିଜ୍ଞାପନ ହୋର୍ଡିଂ ଉପରକୁ ଚଢ଼ିଥିବା ଏହି ଯୁବକ ହେଉଛନ୍ତି ରାଉରକେଲାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଉରକେଲାର ଦାବି ଜଣାଇବା ପାଇଁ ଆସିଥିଲେ । ମାତ୍ର ପୁଲିସ ତାଙ୍କୁ ନବୀନ ନିବାସ ଯିବାକୁ ଦେଇ ନ ଥିଲା । ୬ ଦିନର ଅପେକ୍ଷା ପରେ ପ୍ରତିବାଦ ଜଣାଇବାକୁ ଯାଇ ଆଜି ଦିନ ୧୧ଟାରେ ଶିଶୁଭବନ ଛକରେ ଲାଗିଥିବା ବିଜ୍ଞାପନ ହୋର୍ଡିଂ ଉପରକୁ ଚଢ଼ି ଯାଇଥିଲେ । ସେତେବେଳକୁ ଛକ ବେଶ୍ ଗହଳି ଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ନିମିଷକ ମଧ୍ୟରେ ସବୁ କିଛି ଘଟି ଯାଇଥିଲା ।
ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ିଥିବା ମୁକ୍ତିକାନ୍ତଙ୍କର ଜିଦ୍ ଥିଲା ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବାକୁ ସମୟ ଦିଅନ୍ତୁ । ନଚେତ୍ ତଳକୁ ଓହ୍ଲାଇବେ ନାହିଁ । ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରୀ ନ ଶୁଣିଲେ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା କରିଦେବେ ବୋଲିଧମକ ଦେଇଥିଲେ । ଏଥିପାଇଁ ସାଢ଼େ ତିନିଟା ଡେଡଲାଇନ୍ ବି ଦେଇଥିଲେ । ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଉପରେ ଥିବା ମୁକ୍ତିକାନ୍ତଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ତାଙ୍କର କିଛି ସହଯୋଗୀ ପରାମର୍ଶ ଦେଇଥିଲେ । ରାଉରକେଲାରେ ଥିବା ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ମୁକ୍ତିକାନ୍ତଙ୍କୁ ଫୋନ୍ କରି ଓହ୍ଲାଇ ଆସିବା ପାଇଁ ନେହୁରା ହୋଇଥିଲେ । ମାତ୍ର ସେ କାହାରି କଥା ଶୁଣି ନ ଥିଲେ ।
ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀର ତିନୋଟି ଗାଡ଼ି ପହଞ୍ଚିଥିଲା । ଉଦ୍ଧାର ସରଞ୍ଜାମ ଧରି କର୍ମଚାରୀମାନେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ମୁକ୍ତିକାନ୍ତଙ୍କ ପାଖରେ ପହଞ୍ଚବା ସହଜ ନ ଥିଲା । କାରଣ ସେଠାରେ ପାଦ ପାଦରେ ବିପଦ ଥିଲା । ହାତରେ ବୋତଲ ଧରିଥିବା ମୁକ୍ତିକାନ୍ତ ବାରମ୍ବାର ଆତ୍ମାହୂତିର ଧମକ ଦେଉଥିଲେ । ସେ ତଳକୁ ଡେଇଁପଡ଼ିବାର ବି ଆଶଙ୍କା ଥିଲା ।
ଅଗ୍ନିଶମ ବାହିନୀ କର୍ମଚାରୀମାନେ ଦୀର୍ଘ ୩ ଘଣ୍ଟା ଧରି ନାଚାର ଅବସ୍ଥାରେ ରହିବା ପରେ ଅତି ସନ୍ତର୍ପଣରେ ଉଦ୍ଧାର ଯୋଜନା କାର୍ଯ୍ୟକାରୀ କରିଥିଲେ । ଡେଡଲାଇନ୍ ପାଖେଇ ଆସୁଥିଲା ବେଳେ ଅଗ୍ନିଶମ ବାହିନୀର ଏକ ଟିମ୍ ପଛପଟୁ ସେଇ ହୋର୍ଡିଂ ଟାୱାରରେ ଚଢ଼ିବା ଆରମ୍ଭ କରିଥିଲେ । ଆଗପଟୁ ଅଗ୍ନିଶମ ବାହିନୀର ହାଇଡ୍ରୋଲିକ୍ ମେସିନ୍ ନିୟୋଜିତ କରାଯାଇଥିଲା ।
ଉଭୟ ପଟୁ ଉଦ୍ଧାରକାରୀ ଦଳକୁ ପାଖକୁ ଆସୁଥିବା ଦେଖି ମୁକ୍ତିକାନ୍ତ ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କ ଉପରକୁ ପାଣି ମାଡ଼ କରାଯାଇଥିଲା । ଗୋଟେ ଟିମ୍ ଆସ୍ତେ ଆସ୍ତେ ଉପରକୁ ଚଢ଼ିଥିଲେ । ଆଗପଟୁ ହାଇଡ୍ରୋଲିକ୍ ମେସିନ ନେଇ ଅନ୍ୟ ଟିମ୍ ବି ପହଞ୍ଚି ଯାଇଥିଲେ । ତା’ ପରେ ତାଙ୍କୁ ସେଠାରେ କାବୁ କରି ତଳକୁ ଅଣାଯାଇଥିଲା । ମାତ୍ର ୭ ମିନିଟ୍ ର ଏହି ଅପରେସନ୍ ଥିଲା ।
ତଳକୁ ଆଣିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏକ ଆମ୍ବୁଲାନସ୍ ରେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ତାଙ୍କର ଏ ଲଢ଼େଇ ଜାରି ରହିବ ବୋଲି ଗଣମାଧ୍ୟମ କ୍ୟାମେରା ଆଗରେ ଚିଲ୍ଲାଇଥିଲେ ମୁକ୍ତିକାନ୍ତ । ତାଙ୍କୁ ଗିରଫ କଲେ ସେ ଅନଶନ କରିବେ ବୋଲି ମଧ୍ୟ ଧମକ ଦେଇଥିଲେ ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୬ ତାରିଖରେ ମୁକ୍ତିକାନ୍ତ ରାଉରକେଲାରୁ ବାହାରିଥିଲେ । ଦୀର୍ଘ ୫୩୦ କିମି ରାସ୍ତାକୁ ସେ କାନ୍ଧରେ ଏକ ୩୦ କେଜିଆ ଭାର ଧରି ପଦଯାତ୍ରାରେ ଆସିଥିଲେ । ଡିସେମ୍ବର ୧୬ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲେ ।
ପୂର୍ବରୁ ୨୦୧୮ ମସିହା ଅଗଷ୍ଟ ମାସରେ ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିଥିଲେ । ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କଥାକୁ ସେ ଏକ ସ୍ମାରକପତ୍ର ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ । ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ କୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ୍ କରିବା, ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ, କୋଏଲ୍ ନଦୀରେ ବ୍ୟାରେଜ୍ ନିର୍ମାଣ ପାଇଁ ଏଥିରେ ଉଲ୍ଲେଖ ଥିଲା ।
ଏହାପୂର୍ବରୁ ୨୦୧୮ ଏପ୍ରିଲ୍ ୧୬ ରେ ମୁକ୍ତିକାନ୍ତ ରାଉରକେଲାରୁ ୧୩୫୦ କିମି ପଦଯାତ୍ରାରେ ଦିଲ୍ଲୀ ଯାଇଥିଲେ । ୨୦୧୫ ଏପ୍ରିଲ୍ ପହିଲାରେ ରାଉରକେଲା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ ର ଅପଗ୍ରେଡସନ୍ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମନେ ପକାଇବା ପାଇଁ ଚାହିଁଥିଲେ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ସହ ଭେଟ କରାଇ ଦେଇ ନ ଥିଲେ ସ୍ଥାନୀୟ ସାଂସଦ ଜୁଏଲ୍ ଓରାମ୍ । ଏହାକୁ କଂଗ୍ରେସ ପ୍ରାୟୋଜିତ କାର୍ଯ୍ୟକ୍ରମ କହିଥିଲେ ଓରାମ୍ ।
Previous Post

ଜେଲ୍ ରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

Next Post

ଆଉ ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ସୁବିଧା

Next Post
ଆଉ ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ସୁବିଧା

ଆଉ ୧୯ ସହରରେ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ୍ ସୁବିଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA