Thursday, April 16, 2026 05:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସସ୍ମିତଙ୍କ ଜାଗାରେ ମାନସ ମଙ୍ଗରାଜ

ସୁଲତା ଦେଓ ଉପନେତା/ମୁଖ୍ୟ ସଚେତକ

by Our Correspondent
13 Apr, 2026- 12:23 PM
in Latest News, News
1 min read
0
ସସ୍ମିତଙ୍କ ଜାଗାରେ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଭାବେ ନିଯୁକ୍ତି ପାଇଛନ୍ତି ମାନସ ରଞ୍ଜନ ମଙ୍ଗରାଜ । ଡ. ସସ୍ମିତ ପାତ୍ରଙ୍କ ଜାଗାରେ ସେ ରାଜ୍ୟସଭାରେ ବିଜେଡିର ନେତୃତ୍ୱରେ ନେବେ । ସୁଲତା ଦେଓଙ୍କୁ ଉପନେତା ଏବଂ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସେମାନଙ୍କର ନିଯୁକ୍ତି ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅବଗତ କରିଛନ୍ତି ।

ଏକ ବିବାଦୀୟ ପରିସ୍ଥିତିରେ ଗତ ୯ ତାରିଖରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ ଡ. ସସ୍ମିତ୍ ପାତ୍ର । ସସ୍ମିତଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇବା ପାଇଁ ଅନ୍ୟ ୪ ଜଣ ସାଂସଦ ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ ଏବଂ ଶୁଭାଶିଷ ଖୁଣ୍ଟିଆ ସଭାପତିଙ୍କୁ ଚିଠି ଲେଖିଥିଲେ । ସସ୍ମିତଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେମାନେ ଚିଠି ଲେଖିଥିବା କୁହାଯାଉଛି । ବିଜୁ ବାବୁଙ୍କୁ ଅପମାନିତ କରି ନିଶିକାନ୍ତ ଦୁବେ ଦେଇଥିବା ମନ୍ତବ୍ୟକୁ ରାଜ୍ୟସଭାରେ ଯେଉଁ ଢ଼ଙ୍ଗରେ ପ୍ରତିବାଦ କରାଯିବା କଥା ତାହା ସସ୍ମିତ କୁଆଡ଼େ କରାଇ ନ ଥିଲେ । ଯଦିଓ ଏ ସମ୍ପର୍କରେ କେହି ମୁହଁ ଖୋଲିନାହାନ୍ତି । ସମ୍ଭବତଃ ତାଙ୍କ ଉପରକୁ ବିପଦ ଆସୁଥିବା ନିଶ୍ଚିତ ହେଲା ପରେ ସସ୍ମିତ୍ ନିଜ ଆଡୁ ସଂସଦୀୟ ଦଳର ନେତା ପଦ ଛାଡ଼ିଥିଲେ । ସସ୍ମିତ କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । ବରଂ ଇସ୍ତଫା ଦେଲା ପରଠୁ ସସ୍ମିତ ଅଧିକ ସକ୍ରିୟ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଚିଠି ଲେଖୁଛନ୍ତି ।

ସୂଚନାଥାଉକି, ୨୦୨୨ ମସିହାରୁ ସସ୍ମିତ୍ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ରହିଥିଲେ । ତାଙ୍କର ପ୍ରଦର୍ଶନ ଭଲ ଥିଲା । ତେବେ ୱକଫ୍ ବିଲ୍ ପ୍ରସଙ୍ଗରେ ସେ ବିବାଦରେ ଫସିଥିଲେ । ବିଲ୍ ବିରୋଧରେ ବିଜେଡି ଭୋଟ୍ ଦେବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା । ଏଥିପାଇଁ ସସ୍ମିତଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

Previous Post

କେନ୍ଦୁଝର ହେବ ଶିଳ୍ପର ହବ୍

Next Post

ବିଜେଡି-କଂଗ୍ରେସ ମେଣ୍ଟ !

Next Post
ବିଜେଡି-କଂଗ୍ରେସ ମେଣ୍ଟ !

ବିଜେଡି-କଂଗ୍ରେସ ମେଣ୍ଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA