Thursday, October 1, 2026 10:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରେ ସୁରଙ୍କ ପୁଅ ମନ୍ମଥ

ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ!

by Our Correspondent
27 Mar, 2024- 01:00 PM
in Latest News, News, Politics
1 min read
0
ବିଜେଡିରେ ସୁରଙ୍କ ପୁଅ ମନ୍ମଥ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ବିଜେଡିରେ ଯୋଗଦେଇଛନ୍ତି କ୍ୟାପଟେନ୍ ମନ୍ମଥ ରାଉତରାୟ । ମନ୍ମଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ । ମାସେ ତଳେ ପାଇଲଟ୍ ଚାକିରି ଛାଡ଼ି ବିଧିବଦ୍ଧ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ମାତ୍ର କେଉଁ ଦଳରେ ଯୋଗଦେବେ ଜଣାଇ ନ ଥିଲେ । ପୁଅ ଜଟଣୀରୁ କଂଗ୍ରେସ ଟିକେଟରେ ଲଢ଼ୁ ବୋଲି ବାପାଙ୍କର କୁଆଡ଼େ ଇଚ୍ଛା ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜେଡି ପ୍ରତି ଆକୃଷ୍ଟ ହୋଇ ସେ ବିଜେଡିକୁ ଆସିଛନ୍ତି । ବାପାଙ୍କ ଅନୁମତି ଏବଂ ଆଶୀର୍ବାଦ ନେଇ ସେ ଆଜି ବିଜେଡିରେ ଯୋଗଦେଇଥିବା ମନ୍ମଥ କହିଛନ୍ତି ।

ବିଜେଡି ଅଫିସରେ ଏଥିପାଇଁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଶହ ଶହ ସମର୍ଥକଙ୍କ ସହ ଏକ ବିରୋଟ ପଟୁଆରରେ ମନ୍ମଥ ଆସିଥିଲେ । ରାଜ୍ୟସଭା ସାଂସଦ ସର୍ବଶ୍ରୀ ମାନସ ମଙ୍ଗରାଜ, ଡ. ସସ୍ମିତ୍ ପାତ୍ର, ସୁଲତା ଦେଓଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ମନ୍ମଥ ଏବଂ ସମର୍ଥକମାନଙ୍କୁ ଶ୍ରୀ ମଙ୍ଗରାଜ ଏବଂ ଡ. ପାତ୍ର ଉପଢ଼ୈାକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।

ବିଜେଡିରେ ମିଶିବା ଅବସରରେ ମନ୍ମଥ ଭାବବିହ୍ୱଳ ହୋଇଯାଇଥିଲେ । କହିଥିଲେ, ମୁଁ ବାପାଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛି । ଲୋକଙ୍କ ପାଇଁ କାମ କରିବାକୁ ପାଇଲଟ୍ ଚାକିରି ଛାଡ଼ି ରାଜନୀତିକୁ ଆସିଛି । ଏଥିପାଇଁ ବିଜୁ ବାବୁ ଏବଂ ନବୀନ ବାବୁ ମୋ ପ୍ରେରଣା ବୋଲି ସେ କହିଛନ୍ତି । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଥା କମ୍, କାମ ବେଶୀ ମନ୍ତ୍ର ମୋତେ ଅଧିକ ଉଦବେଳିତ କରିଛି । ତେଣୁ ବିଜେଡିରେ ମୋ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । ଦଳରେ ସୁଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କ ସମେତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

ବିଜେଡିରେ ମନ୍ମଥଙ୍କ ଯୋଗଦାନ ପରେ ସେ କେଉଁଠୁ ଲଢ଼ିବେ ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଭୁବନେଶ୍ୱର ଲୋକସଭା ଆସନରୁ ସେ ଲଢ଼ିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହାହେଲେ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କୁ ସେ କଡ଼ା ଟକ୍କର ଦେଇପାରିବେ । ଆଉ ଏକ ମହଲର ଅନୁମାନ କହୁଛି, ସେ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ । ବିଭୂତି ବଳବନ୍ତରାୟ ଲୋକପ୍ରିୟତା ହରାଇଥିବାରୁ ମନ୍ମଥଙ୍କୁ ଟିକେଟ ଦେଇ ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା ରଖିଥାଇପାରେ ବୋଲି କୁହାଯାଉଛି ।

Previous Post

ବିଜେଡି ଛାଡ଼ିଲେ ପୂର୍ଣ୍ଣ ସେଠୀ

Next Post

ଲଢ଼ାଲଢ଼ି ହେବେ ମୁକୁ-ବବି

Next Post
ଲଢ଼ାଲଢ଼ି ହେବେ ମୁକୁ-ବବି

ଲଢ଼ାଲଢ଼ି ହେବେ ମୁକୁ-ବବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA