Monday, April 27, 2026 12:03 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲୋଡ଼ା ହେଲେ ମନମୋହନ ସାମଲ

ଧର୍ମେନ୍ଦ୍ରଙ୍କ ଶିବିରରେ ନୈରାଶ୍ୟ!

by Our Correspondent
23 Mar, 2023- 06:47 PM
in Latest News, News, Politics
1 min read
0
ଲୋଡ଼ା ହେଲେ ମନମୋହନ ସାମଲ

ଭୁବନେଶ୍ୱର: ସମୀର ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ୨୦୨୪ ନିର୍ବାଚନ ଲଢ଼ିବ । ଗତ ଜାନୁଆରୀ ୧୭ ତାରିଖରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ଶାଖା ପକ୍ଷରୁ ଏହି ନିଷ୍ପତ୍ତି ଶୁଣାଇ ଦିଆଯାଇଥିଲା । କେନ୍ଦ୍ରସ୍ତରରେ ସେଭଳି ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ କାହା ନିଦେ୍ର୍ଦଶରେ ପୃଥ୍ୱୀରାଜ ଏହା ପ୍ରେସ୍ କୁ କହିଥିଲେ ତାହା କାହାରିକୁ ଜଣା ନ ଥିଲା । ଏହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିଲା ।

ଏହି ଘଟଣାକୁ ଅଢ଼େଇ ମାସ ହୋଇନି । ସମୀର ମହାନ୍ତିଙ୍କୁ ହଟାଯାଇ ତାଙ୍କ ଜାଗାରେ ମନମୋହନ ସାମଲଙ୍କୁ ଦଳର ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରୀୟ ସଭାପତି ନଡ୍ଡା ଆଜି ଏହି ନିଯୁକ୍ତି ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ ଅନୁଗତ ସମୀରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ କେନ୍ଦ୍ରୀୟ ନେତୃତ୍ୱ ସାହାସ ଜୁଟାଇ ନାହାନ୍ତି । ନବୀନ ପଟ୍ଟନାୟକଙ୍କ ବିଜେଡି ସହ ମୁକାବିଲା ପାଇଁ ସେ ପୂରା ଅନଫିଟ୍ ବୋଲି ହୃଦୟଙ୍ଗମ କରିଛନ୍ତି ।

ଶ୍ରୀ ସାମଲ ହେଉଛନ୍ତି ଦଳର ଜଣେ ଅଭିଜ୍ଞ ଓ ପ୍ରଭାବଶାଳୀ ନେତା । ପୂର୍ବରୁ ୧୯୯୮ ଏବଂ ୨୦୦୦ ମସିହାରେ ଦୁଇ ଥର ସେ ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ସଭାପତିତ୍ୱ କାଳରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ସରକାର ଗଠନ ହୋଇଥିଲା । ମନମୋହନ ରାଜ୍ୟସଭାକୁ ଯାଇଥିଲେ । ୨୦୦୪ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ ପ୍ରଥମ ଥର ନିର୍ବାଚନ ଜିତିବା ପରେ ନବୀନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ତେବେ ୨୦୦୮ ମସିହାରେ ଦିଲ୍ଲୀ ଓଡ଼ିଶା ନିବାସରେ ଏକ ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହୋଇ ମନ୍ତ୍ରୀ ପଦ ହରାଇଥିଲେ ।

ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ୨୦୦୯ ନିର୍ବାଚନରେ ସେ ଭଣ୍ଡାରୀପୋଖରୀ ଏବଂ ୨୦୧୪ ରେ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଚାନ୍ଦବାଲିରେ ସେ ତୃତୀୟ ସ୍ଥାନରେ ଥିଲେ । ନିର୍ବାଚନ ରାଜନୀତିରେ ବିଫଳ ଶ୍ରୀ ସାମଲ ରାଜ୍ୟ ରାଜନୀତିରୁ ଏକ ପ୍ରକାର ଉଭାନ ହୋଇଗଲେ । ୨୦୧୪ ମସିହାରୁ ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜୁତି ଆରମ୍ଭ ପରେ ତାଙ୍କୁ କେହି ପଚାରୁ ନ ଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତା ଦଳ ପାଇଁ ଅଲୋଡ଼ା ହୋଇଯାଇଥିଲା ।

ମାତ୍ର ଧାମନଗର ଉପନିର୍ବାଚନ ତାଙ୍କୁ ଦଳରେ ପୁର୍ନଜୀବନ ଦେଇଥିଲା । ତାଙ୍କ ପରିଚାଳନାରେ ଦଳ ଉପନିର୍ବାଚନ ଲଢ଼ି ଜିତିଥିଲା । ଉପନିର୍ବାଚନରେ ଦଳର ବିଜୟର ସବୁତକ ଶ୍ରେୟ ଯାଇଥିଲା ମନମୋହନଙ୍କ ପାଖକୁ । ଧର୍ମେନ୍ଦ୍ର ତାଙ୍କ ପିଠି ଥାପୁଡ଼େଇଥିଲେ । କେନ୍ଦ୍ରୀୟ ନେତୃତ୍ୱର ସୁନଜରକୁ ସେ ଆସିଥିଲେ । ମୋଟାମୋଟି ଭାବେ ନିଜର ଦକ୍ଷତା ଓ ପରିଶ୍ରମର ଫଳ ପାଇଛନ୍ତି ମନମୋହନ ସାମଲ । ଶକ୍ତିଶାଳୀ ବିଜେଡିକୁ ମୁକାବିଲା କରିବା ପାଇଁ ତାଙ୍କର ଆବଶ୍ୟକତାକୁ ଅନୁଭବ କରିଛନ୍ତି ଶୀର୍ଷ ନେତୃତ୍ୱ ।

ସଭାପତି ଦାୟିତ୍ୱ ପାଇଲା ପରେ ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ସାମଲ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବେ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି । କେଉଁ ଗୋଷ୍ଠୀର ନୁହଁନ୍ତି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ତେବେ ଆଗକୁ ତାଙ୍କ ଟିମ୍ ଗଠନରୁ ହିଁ ସବୁ ଗୋଷ୍ଠୀର ଭାଗମାପ ଜଣାପଡ଼ିବ ।

ମୋଟାମୋଟି ଭାବେ, ସମୀର ମହାନ୍ତିଙ୍କ ଜାଗାରେ ମନମୋହନ ସାମଲ ରାଜ୍ୟ ମଙ୍ଗୁଆଳ ହେବା ଘଟଣା ବିଜେପି ରାଜନୀତି ଭିନ୍ନସ୍ତରକୁ ନେଇଛି । ସମୀରଙ୍କୁ ହଟାଯିବା ଅର୍ଥ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରୁ କେନ୍ଦ୍ର ନେତୃତ୍ୱ ଆସ୍ଥା ହରାଇଛନ୍ତି ବୋଲି ଦଳରେ ଆଲୋଚନା ହେଉଛି । ମନମୋହନଙ୍କ ନିଯୁକ୍ତି ଧର୍ମେନ୍ଦ୍ର କ୍ୟାମ୍ପରେ ନୈରାଶ୍ୟ ସୃଷ୍ଟି କରିଥିବା ବି କୁହାଯାଉଛି । ତେବେ ବାସ୍ତବ ସ୍ଥିତି ଆଗକୁ ସ୍ପଷ୍ଟ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି । ଏପ୍ରିଲ୍ ୧୪ ପରେ ସମ୍ଭାବ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଓଡ଼ିଶା ବିଜେପିର ଚିତ୍ରକୁ ଆହୁରି ସ୍ପଷ୍ଟ କରିଦେବ ବୋଲି କୁହାଯାଉଛି ।

ଯାହା ହେଉ ନା କାହିଁକି, ଶକ୍ତିଶାଳୀ ବିଜେଡିକୁ ବିଗ୍ ଫାଇଟ୍ ଦେବାକୁ କେନ୍ଦ୍ରୀୟ ନେତୃତ୍ୱ ମନସ୍ଥିତ କରିସାରିଥିବା ଆଜିର ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଯାଇଛି । ମନମୋହନ ସମସ୍ତଙ୍କୁ ନେଇ କିଭଳି ଆଗକୁ ବଢ଼ିବେ ତାହା ଏବେ ଦେଖିବାର କଥା ।

Previous Post

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ

Next Post

ଦୁଇ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟତା

Next Post
ଦୁଇ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟତା

ଦୁଇ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA