Monday, April 27, 2026 10:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଦୁଇ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟତା

ନବୀନ ନିବାସରେ ମମତା ବାନାର୍ଜୀ

by Our Correspondent
23 Mar, 2023- 10:16 PM
in Latest News, News
1 min read
0
ଦୁଇ ମୁଖ୍ୟମନ୍ତ୍ରୀଙ୍କ ସୌଜନ୍ୟତା

ଭୁୁବନେଶ୍ୱର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ଦେଶରେ ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।

ସ୍ୱଭାବତଃ କମ୍ କଥା କହୁଥିବା ନବୀନ ଆଜି ସାମ୍ବାଦିକମାନଙ୍କର ସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇଥିଲେ । ମମତାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ନବୀନ କହିଥିଲେ ଯେ ଆମ ଭିତରେ ବହୁତ ପୁରୁଣା ବନ୍ଧୁତ୍ୱ ଓ ସୁନ୍ଦର ସମ୍ପର୍କ ଅଛି । ଆଜି ଆମର ସାକ୍ଷାତକାର ସୌଜନ୍ୟମୂଳକ ଥିଲା । କୌଣସି ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଚର୍ଚ୍ଚା ହୋଇନାହିଁ । ତେବେ ଭାରତରେ ସଂଘୀୟ ବ୍ୟବସ୍ଥା ସ୍ଥାୟୀ ଓ ସୁଦୃଢ଼ ହେବା ଉପରେ ଆଲୋଚନା ହୋଇଥିବା କହିଥିଲେ ।

ନବୀନଙ୍କ ଏହି ଉକ୍ତିକୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି ମମତା କହିଥିଲେ । ସେ କହିଥିଲେ ଆମ ଉଭୟଙ୍କ ମଧ୍ୟରେ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ନେଇ ଆଲୋଚନା ହେଲା ।

 

ମମତା କହିଥିଲେ, ମୁଁ ନବୀନଜୀଙ୍କ ପାଖରେ କୃତଜ୍ଞ । ହି ଇଜ୍ ଏ ଭେରି ଟଲ୍ ଲିଡର୍( ସେ ଜଣେ ଉଚ୍ଚାଙ୍ଗ ନେତା) । ମୁଁ ତାଙ୍କୁ ବହୁତ ଆଗରୁ ଜାଣେ । ନବୀନ ନିବାସକୁ ଏହା ମୋର ପ୍ରଥମ ଗସ୍ତ ନୁହେଁ । ଦୁଇ ତିନି ଥର ଆସିଲିଣି । ପ୍ରଥମ ଥର ସାଂସଦ ଥିବା ବେଳେ ବିଜୁବାବୁଙ୍କ ଆମନ୍ତ୍ରଣକ୍ରମେ ଏଠାକୁ ଆସିଥିଲି । ପୂର୍ବାଞ୍ଚଳ ମିଟିଂ ପାଇଁ ଏଠାକୁ ଅମିତ୍ ଶାହା ଆସିଥିଲା ବେଳେ ନବୀନବାବୁଙ୍କ ଆମନ୍ତ୍ରଣକ୍ରମେ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିଥିଲୁ ।

ନବୀନଙ୍କ ଉଚ୍ଚ ପ୍ରଶଂସା କରିଥିଲେ ମମତା । ତାଙ୍କର ଏହି ଓଡ଼ିଶା ଗସ୍ତ ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଆତିଥ୍ୟେୟତାର ଭୁରି ଭୁରି ପ୍ରଶଂସା କରିଥିଲେ । ଅଫିସରମାନେ ବହୁତ ଭଲ ବୋଲି କହିଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି ବୋଲି କହିଥିଲେ । ତାଙ୍କ ରାଜ୍ୟର ଦିଘାଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଛି ବୋଲି ସେ ଜଣାଇବା ସହ ନବୀନଙ୍କୁ ପଶ୍ଚିମବଙ୍ଗ ଆମନ୍ତ୍ରଣ କରିଥିବା କହିଥିଲେ ।

ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ସମ୍ପର୍କରେ ଅବତାରଣା କରି ମମତା କହିଥିଲେ, ଓଡ଼ିଶାରେ ବାତ୍ୟା ଆସିଲେ ତାହା ପଶ୍ଚିମବଙ୍ଗ ଯାଏ । ବାତ୍ୟା ପାଇଁ ଓଡ଼ିଶାରେ ବିଜୁଳି କଟିଲେ ପଶ୍ଚିମବଙ୍ଗ ମଧ୍ୟ ସମାନ ସମସ୍ୟା ସାମନା କରେ । ତେବେ ଉଭୟ ରାଜ୍ୟ ମଧ୍ୟରେ ଆମେ ସୁସମ୍ପର୍କ ରଖି ଆସିଛୁ । ଓଡ଼ିଶାରେ ଏବେ ସୁବର୍ଣ୍ଣ ନେତୃତ୍ୱର ସମୟ । ପୁରୀରେ ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତାବିତ ବିଶ୍ୱ ବଙ୍ଗଳା ଭବନ ପାଇଁ ୨ ଏକର ଜମି ଦେଇଥିବାରୁ ମୁଁ ନବୀନଙ୍କ ପାଖରେ କୃତଜ୍ଞ ବୋଲି କହିଥିଲେ । ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ କରିଡର ନିର୍ମାଣ କରି ଅର୍ଥନୈତିକ ସମୃଦ୍ଧି ପାଇଁ ମତ ରଖିଥିଲେ ମମତା ।

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ଦଳର ଏକଜୁଟ୍ ପ୍ରସଙ୍ଗରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମମତା କହିଥିଲେ ନିର୍ବାଚନ ବର୍ଷେ ଅଛି । ଆପଣମାନେ ଏବେଠାରୁ ଏତେ ବ୍ୟସ୍ତ କାହିଁକି? ନବୀନବାବୁ ଜଣେ ସିନିୟର୍ ଲିଡର୍ । ତାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଆସିଛି । ଅନେକ ରାଜନୈତିକ ପ୍ରସଙ୍ଗରେ ଉଭୟଙ୍କର ମତ ସମାନ ହୋଇ ନ ପାରେ । ମୁଁ ଏକୁଟିଆ ଥିଲା ବେଳେ ଯାହା ପଚାରିବେ ଆପଣମାନଙ୍କୁ ଗୋଲଡେନ୍ ବକ୍ସ ଦେବି ବୋଲି ମମତା କଟାକ୍ଷ ଢ଼ଙ୍ଗରେ କହିଥିଲେ ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମମତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ୱାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହା ସହିତ ରୂପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ। ମମତା ନବୀନଙ୍କୁ ବିଶ୍ଵ ବାଂଲା ଦ୍ଵାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ଭୁୁବନେଶ୍ୱରରେ ଗତ ୨୧ ତାରିଖ ଦିନ ପହଂଚିବା ପରେ ମମତା ବାନାର୍ଜୀ ଆମ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ।

Previous Post

ଲୋଡ଼ା ହେଲେ ମନମୋହନ ସାମଲ

Next Post

ନିକୁଞ୍ଜ ଧଳ ନୂଆ ସିଇଓ

Next Post
ନିକୁଞ୍ଜ ଧଳ ନୂଆ ସିଇଓ

ନିକୁଞ୍ଜ ଧଳ ନୂଆ ସିଇଓ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA