ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ସୁଶୀଲ କୁମାର ଲୋହାନୀଙ୍କ ଜାଗାରେ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ଦିଆଯାଇଛି । ୧୯୯୩ ବ୍ୟାଚ୍ ଆଇଏଏସ୍ ଶ୍ରୀ ଧଳ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ସହିତ ଅତିରିକ୍ତ ଭାବେ ଅବକାରୀ ଓ ଏଏସଆରସି ଦାୟିତ୍ୱ ତୁଲାଉଥିଲେ ।
୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ଦାୟିତ୍ୱ ଦିଆଯାଇଛି । ଶ୍ରୀ ସାହୁ ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ଅତିରିକ୍ତ ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।
୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ପଦବୀ ସହ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜୟ କୁମାର ସିଂହଙ୍କୁ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ସିଂହ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ତଥା ବାଣିଜ୍ୟକର ଏବଂ ଜିଏସଟି କମିସନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି ।
ଆଇଏଏସ୍ ଜ୍ଞାନରଞ୍ଜନ ଦାଶଙ୍କୁ ଓସଡମାର ପରିଚାଳନା ନିଦେ୍ର୍ଦଶକ ଭାବେ ନିଯୁକ୍ତି ଦିଆଯାଇଛି । ଓସଡମାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ଦାୟିତ୍ୱ ତୁଲାଉଛନ୍ତି ।