Sunday, May 10, 2026 07:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ଥରେ ମନମୋହନ ସାମଲ

ଦିଲ୍ଲୀ ଭରସା ଅତୁଟ ରଖିଲେ

by Our Correspondent
07 Jul, 2025- 06:51 PM
in Latest News, News
1 min read
0
ପୁଣି ଥରେ ମନମୋହନ ସାମଲ

ଭୁବନେଶ୍ୱର: ଲମ୍ବା ସମୟ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । କେନ୍ଦ୍ରୀୟ ନେତୃତ୍ୱଙ୍କ ଭରସାକୁ ଅତୁଟ ରଖିଛନ୍ତି ମନମୋହନ ସାମଲ । ସେ ପୁଣି ଥରେ ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ଚତୁର୍ଥ ଥର ପାଇଁ ଏହି ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହେବ ।

ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନପତ୍ର ଦାଖଲର ଦିନ । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ବିଭିନ୍ନ ସୂତ୍ରରୁ ସୂଚନା ମିଳୁଥିଲା । ତେବେ କିଛି ଚକମା ଯେ ନ ହେବ ତାହା ବି କହି ହଉ ନ ଥିଲା । କାରଣ ସଭାପତି ରେସ୍ ରେ ଗୋଲକ ମହାପାତ୍ରଙ୍କ ନାଁ ବହୁ ଆଗରୁ ଚର୍ଚ୍ଚା ହେଉଥିଲା ବେଳେ ନଗଦ ସମ୍ଭାବ୍ୟ ତାଲିକାରେ ଯୋଡି ହୋଇଥିଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଆଜି ଭୁବନେଶ୍ୱରରେ ରହିବାକୁ ସେମାନଙ୍କୁ ନିର୍ଦ୍ଦେଶ ଜାରି ହୋଇଥିଲା । ସୁତରାଂ ସେମାନଙ୍କ ଭିତରୁ କେହି ସଭାପତି ହୋଇପାରନ୍ତି ବୋଲି ଗତକାଲି ରାତିରୁ ଦଳୀୟ ମହଲରେ ଗୁଞ୍ଜରଣ ଖେଳିଥିଲା ।

ଆଜି ପ୍ରାର୍ଥୀପତ୍ର ଦାଖଲ ଥିବାରୁ ବିଜେପି ଅଫିସ ସକାଳୁ ସକାଳୁ ଚଳଚଞ୍ଚଳ ରହିଥିଲା । ସମୟ ଗଡ଼ିବା ସହିତ ନେତାମାନଙ୍କର ଭିଡ଼ ବଢ଼ିଥିଲା । ନୂଆ ସଭାପତିଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିବା ବେଳେ ଦିଲ୍ଲୀରୁ ଆସି ପହଞ୍ଚିଥିଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ପହଞ୍ଚିଥିଲେ । ସେମାନଙ୍କ ଉପସ୍ଥିତିରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ସେହିଭଳି ଜାତୀୟ ପରିଷଦର ସଦସ୍ୟ ଭାବେ ୩୨ ଜଣ ନାମାଙ୍କନ ଭରିଥିଲେ ।

ଆସନ୍ତାକାଲି ୯ଟାରୁ ୧୧ଟା ଯାଏଁ ମତଦାନ ସମୟ ଅଛି । ତେବେ ସଭାପତି ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ଆଉ ନିର୍ବାଚନର ଆବଶ୍ୟକତା ନାହିଁ । ମନମୋହନ ସାମଲଙ୍କୁ ନିଦ୍ୱର୍ନ୍ଦରେ ସଭାପତି ଘୋଷଣା କରାଯିବ । ସେହିଭଳି ୩୨ ଜଣ ଜାତୀୟ ପରିଷଦ ସଦସ୍ୟଙ୍କର ପ୍ରାର୍ଥୀପତ୍ର ଯାଞ୍ଚ ହୋଇ ଔପଚାରିକତା ପୂରଣ ହେବ । ଆସନ୍ତାକାଲି ଦିନ ୧୧ଟାରେ ସଭାପତି ଏବଂ ଜାତୀୟ ପରିଷଦ ସଦସ୍ୟଙ୍କ ନାଁ ବିଧିବଦ୍ଧ ଘୋଷଣା ହେବ ବୋଲି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ୍ ଏକ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି ।

ମନମୋହନ ସାମଲ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଅଭିଜ୍ଞ ଓ ପ୍ରଭାବଶାଳୀ ନେତା । ବହୁବର୍ଷ ଧରି ଦଳରେ ଅଲୋଡ଼ା ହୋଇପଡ଼ିଥିବା ଏହି ନେତାଙ୍କୁ ପୁର୍ନଜୀବନ ଦେଇଥିଲା ଧାମନଗର ଉପନିର୍ବାଚନ । ଦଳ ତାଙ୍କୁ ସେହି ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଥିଲା । ଯେଉଁଥିରେ ସଫଳ ହୋଇଥିଲେ ମନମୋହନ । ଶକ୍ତିଶାଳୀ ବିଜେଡିକୁ ଧରାଶାୟୀ କରିଥିବାରୁ ପୁରସ୍କାର ସ୍ୱରୂପ ତାଙ୍କୁ ମିଳିଥିଲା ରାଜ୍ୟ ବିଜେପି ମୁଖିଆ ଆସନ । ୨୦୨୩ ମାର୍ଚ୍ଚରେ ସମୀର ମହାନ୍ତିଙ୍କୁ ହଟାଇ ମନମୋହନ ସାମଲ ସଭାପତି ଦାୟିତ୍ୱ ପାଇଲେ । ତାଙ୍କର ଭାଗ୍ୟ ଯେ ତାଙ୍କ ନେତୃତ୍ୱରେ ବିଜେପି ସଫଳତା ପାଇ ରାଜ୍ୟରେ ଏକାକୀ ସରକାର ଗଢ଼ିବାକୁ ସମର୍ଥ ହେଲା ।

ତେବେ ରାଜ୍ୟ ସଭାପତି ଭାବେ ତାଙ୍କ କାର୍ଯ୍ୟକାଳ ୬ ମାସ ତଳେ ସରିବା ପରେ ଆଉ ଏକ ପାଳି ଦାୟିତ୍ୱ ପାଇବେ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କୁ ନେଇ ଦଳ ଭିତରେ ପ୍ରବଳ ମତଭେଦ ଦେଖାଦେଇଥିଲା । ଭିନ୍ନ ଗୋଷ୍ଠୀ ତାଙ୍କୁ ସମର୍ଥନ କରୁ ନ ଥିଲେ । ଏଭଳି ସ୍ଥିତିରେ ନୂଆ ସଭାପତି ଅଙ୍କ ଜଟିଳ ହୋଇ ପଡ଼ିଥିଲା । ରାଷ୍ଟ୍ରୀୟ ସଭାପତି ନିର୍ବାଚନ ଆଳରେ କେନ୍ଦ୍ରୀୟ ନେତୃତ୍ୱ ସମୟ ଗଡ଼େଇ ଚାଲିଥିଲେ । ମାତ୍ର ଶେଷରେ ଦଳର ସେହି ଭିନ୍ନ ଗୋଷ୍ଠୀଙ୍କୁ ମନାଇବାରେ ସଫଳ ହୋଇଛନ୍ତି ନେତୃତ୍ୱ ।

ମନମୋହନ ସାମଲ ୧୯୯୮ ମସିହାରେ ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ସଭାପତି ଆସନ ଅଳଙ୍କୃତ କରିଥିଲେ । ଦ୍ୱିତୀୟ ଥର ପାଇଁ ୨୦୦୦ ମସିହାରେ ସଭାପତି ହୋଇଥିଲେ । ତାଙ୍କ ସଭାପତିତ୍ୱ କାଳରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ସରକାର ଗଠନ ହୋଇଥିଲା । ମନମୋହନ ରାଜ୍ୟସଭାକୁ ଯାଇଥିଲେ । ୨୦୦୪ ନିର୍ବାଚନରେ ଧାମନଗର ବିଧାନସଭା ଆସନରୁ ପ୍ରଥମ ଥର ନିର୍ବାଚନ ଜିତିବା ପରେ ନବୀନଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ରାଜସ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ପାଇଥିଲେ । ତେବେ ୨୦୦୮ ମସିହାରେ ଦିଲ୍ଲୀ ଓଡ଼ିଶା ନିବାସରେ ଏକ ଯୌନ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ହୋଇ ମନ୍ତ୍ରୀ ପଦ ହରାଇଥିଲେ ।

ବିଜେଡି-ବିଜେପି ମେଣ୍ଟ ଭାଙ୍ଗିଲା ପରେ ୨୦୦୯ ନିର୍ବାଚନରେ ସେ ଭଣ୍ଡାରୀପୋଖରୀ ଏବଂ ୨୦୧୪ ରେ ଚାନ୍ଦବାଲି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଚାନ୍ଦବାଲିରେ ସେ ତୃତୀୟ ସ୍ଥାନରେ ଥିଲେ । ନିର୍ବାଚନ ରାଜନୀତିରେ ବିଫଳ ଶ୍ରୀ ସାମଲ ରାଜ୍ୟ ରାଜନୀତିରୁ ଏକ ପ୍ରକାର ଉଭାନ ହୋଇଗଲେ । ତାଙ୍କର ସାଂଗଠନିକ ଦକ୍ଷତା ଓ ଅଭିଜ୍ଞତା ଦଳ ପାଇଁ ଅଲୋଡ଼ା ହୋଇଯାଇଥିଲା । ମାତ୍ର ଧାମନଗର ଉପନିର୍ବାଚନ ତାଙ୍କ ଭାଗ୍ୟକୁ ପୁଣି ଖୋଲିଦେଲା ।

Previous Post

ଜଗା ଗିରଫ ପଛର ସତ

Next Post

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

Next Post
ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ ଶିବିରରେ ପ୍ରବଳ ଉତ୍ସାହ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA