ଭୁବନେଶ୍ୱର: ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟ୍ୟ ଶାସନ ସଚିବ ଦାୟିତ୍ୱ ସହ ସାଧାରଣ ପ୍ରଶାସନ(ଜିଏ) ଏବଂ ସାଧାରଣ ଅଭିଯୋଗ(ପିଜି) ବିଭାଗର ସଚିବ ଭାବେ ସେ କାର୍ଯ୍ୟ କରିବେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସରକାର ଚାକିରିରୁ ଅବସର ଦେଇଛନ୍ତି । ଆସନ୍ତା ୩୦ ତାରିଖ ହେଉଛି ତାଙ୍କ ସରକାରୀ ଚାକିରିର ଶେଷ ଦିନ ।








