ଭୁବନେଶ୍ୱର: ଗଦ୍ଧମାର୍ଦ୍ଧନ ପର୍ବତାଞ୍ଚଳରେ ଥିବା ଦୁଇ ପ୍ରସିଦ୍ଧ ମନ୍ଦିର ହରିଶଙ୍କର ଓ ନୃସିଂହନାଥ ବିକାଶ ଯୋଜନାର ରୂପରେଖ ପ୍ରସ୍ତୁତ ହୋଇଛି । ୨୦୨୨ ଡିସେମ୍ବର ସୁଦ୍ଧା ବିକାଶମୂଳକ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଆଜି ଏହାର ମାଷ୍ଟର୍ ପ୍ଲାନ୍ ଉପସ୍ଥାପିତ କରାଯାଇଛି ।







