Tuesday, May 13, 2025 12:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅନ୍ଧାରରେ ମିିହିର ଦାସଙ୍କ ଶ୍ରେଷ୍ଠ କଳାକୃତି ‘ମାଟିର ବନ୍ଧନ’

by Our Correspondent
15 Jan, 2022- 08:51 PM
in Latest News, News
1 min read
0
ଅନ୍ଧାରରେ ମିିହିର ଦାସଙ୍କ ଶ୍ରେଷ୍ଠ କଳାକୃତି ‘ମାଟିର ବନ୍ଧନ’

ଭୁୁବନେଶ୍ୱର: ଭେଟେରାନ୍ ମିହିର ଦାସଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଆରପାରିକୁ ଚାଲିଯାଇଥିବା ଏହି ମହାନ୍ ପ୍ରତିଭାଙ୍କୁ କେବଳ କଳାଜଗତ ନୁହେଁ, ସମଗ୍ର ରାଜ୍ୟବାସୀ ଝୁରି ହେଉଛନ୍ତି । ତାଙ୍କ ଅଭିନୟର ଛାପ ଗୁଡ଼ିକୁ ସ୍ମୃତିରେ ସାଇତିବା ବେଳେ ଗୁମୁରି ଗୁମୁରି କାନ୍ଦୁଛନ୍ତି ମିହିର ପ୍ରେମୀ କଳାକାର ଏବଂ ଅଜସ୍ର ଦର୍ଶକ । ତେବେ ଏହି ଶ୍ରେଷ୍ଠ କଳାକାରଙ୍କ ଶ୍ରେଷ୍ଠ କୃତୀ ଯେ ଅଲୋଡ଼ା ତାହା ସହଜରେ ବିଶ୍ୱାସ କରିହେଉନାହିଁ । ମାତ୍ର ତାହା ହିଁ ସତ୍ୟ ।

୧୦ ବର୍ଷ ତଳେ ‘ମାଟିର ବନ୍ଧନ’ ନାଁରେ ଏକ କଳାତ୍ମକ ଓଡ଼ିଆ ଫିଲ୍ମ ପ୍ରଯୋଜନା କରିଥିଲା ସି ସୋର୍ ସଂସ୍ଥା । କଟକ ସହର ଓ ମୂର୍ତ୍ତି କାରିଗରଙ୍କ ଜୀବନୀକୁ ନେଇ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ହିମାଂଶୁ ଖଟୁଆ ଦେଇଥିଲା ବେଳେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ମିହିର ଦାସ । ଚରିତ୍ର ଭିତରେ ନିଜକୁ ହଜାଇ ଦେବା କଳାରେ ଧୂରନ୍ଧର ମିହିର ଜଣେ ମୂର୍ତ୍ତି କାରିଗରର ଚରିତ୍ରକୁ ନିଖୁଣ କରିବା ପାଇଁ ସର୍ବଶ୍ରେଷ୍ଠ ଉଦ୍ୟମ ଦେଇଥିଲେ । ଶୀତଦିନେ ବଡ଼ି ସକାଳୁ ମହାନଦୀର ଥଣ୍ଡା ପାଣିରେ ଗାଧୋଇବାଠାରୁ ଆରମ୍ଭ କରି ମାଟି ଚକଟା, ନଡ଼ା ବନ୍ଧା ଭଳି ମୂର୍ତ୍ତି କାରିଗରର ଦୈନନ୍ଦିନ କାର୍ଯ୍ୟରେ ନିଜକୁ ବାନ୍ଧି ରଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ । କଟକର କୁମ୍ଭାରପଡ଼ା ସାହି, ଦେବୀଗଡ଼ା ଘାଟିରେ ଏହି ଫିଲ୍ମର ସୁଟିଂ ହୋଇଥିଲା । ୨୦୧୨ ରୁ ଏହାର ନିର୍ମାଣ ଶେଷ ହୋଇ ମୁକ୍ତିଲାଭ ଅପେକ୍ଷାରେ ଥିଲା ।

ସୂଚନାଥାଉକି, ଫିଲ୍ମଟି ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇସାରିଛି ।

ମାତ୍ର ଦୁର୍ଭାଗ୍ୟ ଯେ, ପ୍ରଯୋଜନା ସଂସ୍ଥା ସି ସୋର ମାଲିକ ପ୍ରଶାନ୍ତ ଦାଶ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଯିବା ପରେ ଏହି ଫିଲ୍ମଟି ଆଉ ରିଲିଜ୍ ହୋଇପାରିଲା ନାହିଁ । ଏହା ଭିତରେ ପ୍ରାୟ ୧୦ ବର୍ଷ ବିତିଗଲା ପଛେ ଫିଲ୍ମ ଲୋକଲୋଚନକୁ ଆସିପାରିଲା ନାହିଁ । ଫିଲ୍ମଟିକୁ ନିଜ ଅଭିନୟର ଶ୍ରେଷ୍ଠ କୃତୀ ବୋଲି ମନେ କରିଥିବା ଅଭିନେତା ମିହିର ଦାସଙ୍କ ଭାଗ୍ୟରେ ଦର୍ଶକଙ୍କ ସ୍ୱୀକୃତି ପାଇବା ଜୁଟିଲାନି । ମିହିରଙ୍କ ଜୀବଦଶାରେ ଫିଲ୍ମଟି ରିଲିଜ୍ ହୋଇ ନ ପାରିବା ତାଙ୍କ ଜୀବନର ଏକ ବଡ଼ ଅବଶୋଷ ବୋଲି କୁହାଯାଉଛି ।

ବିଶିଷ୍ଟ ସିନେ ସମୀକ୍ଷକ ଦିଲ୍ଲୀପ ହାଲି କହିଛନ୍ତି, କଟକର ପାଣି ପବନକୁ ନେଇ ନିର୍ମିତ ‘ମାଟିର ବନ୍ଧନ’ ଚଳଚିତ୍ରରେ ମିହିର ଦାସ ଶ୍ରେଷ୍ଠ ଅଭିନୟ କରିଥିବା ନିଜେ ସ୍ୱୀକାର କରିଥିଲେ । କେବଳ ଜୀବନ୍ତ ଅଭିନୟ ନୁହେଁ, ଏହି ଚରିତ୍ର ପାଇଁ ଖୁବ୍ ସମର୍ପିତ ଥିଲେ । ମାତ୍ର ଏହି ମହାନ୍ କଳାକାରଙ୍କ ଜୀବନକାଳରେ ଫିଲ୍ମଟି ରିଲିଜ୍ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦାୟକ । ସୃଜନଶୀଳ କାର୍ଯ୍ୟକୁ ଫୌଜଦାରୀ ଶିକୁଳିରେ ସୀମିତ ନ ରଖି ଏହାର ପରିପ୍ରକାଶ କରିବାକୁ ସେ ଦାବି କରିଛନ୍ତି । ଉକ୍ତ ଫିଲ୍ମଟିକୁ ରିଲିଜ୍ କରିବା ଏବଂ ରକ୍ଷଣାବେକ୍ଷଣ କରିବା ଦିଗରେ ଶ୍ରୀ ହାଲି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହା ମିହିର ଦାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ।

Previous Post

୫୪ ଆସନରେ ମହିଳା ଅଧ୍ୟକ୍ଷ, ୪୨ ଆସନ ଅଣସଂରକ୍ଷିତ

Next Post

କୋଭିଡ୍ କଟକଣାରେ ହେବ ଓପିଏସସି ପରୀକ୍ଷା

Next Post
କୋଭିଡ୍ କଟକଣାରେ ହେବ ଓପିଏସସି ପରୀକ୍ଷା

କୋଭିଡ୍ କଟକଣାରେ ହେବ ଓପିଏସସି ପରୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA