ଭୁବନେଶ୍ୱର: ଚଳିତ ମାସ ଶେଷ ସପ୍ତାହରେ ପ୍ରକାଶ ପାଇପାରେ ମାଟ୍ରିକ୍ ରେଜଲ୍ଟ । ମୂଲ୍ୟାୟନ ସଠିକ୍ କରିବାକୁ ଉଦ୍ୟମ ହେଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଯୁକ୍ତ ଦୁଇ ମୂଲ୍ୟାୟନ ସଂକ୍ରାନ୍ତରେ ବିଶେଷଜ୍ଞ କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପକ୍ଷରେ, ଆସନ୍ତା ୧୭ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କର ୟୁଟ୍ୟୁବ୍ ଜରିଆରେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବ । ସୋମବାରରୁ ଶୁକ୍ରବାର ୧୦.୪୫ରୁ ଦିନ ୧ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ପ୍ରତି ବିଷୟକୁ ସପ୍ତାହରେ ୨୦ଟି କ୍ଲାସ୍ ପାଇଁ ଯୋଜନା ହୋଇଛି । ସବୁ ଜିଲ୍ଲାର ଡିଇଓମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।
ସ୍କୁଲ କେବେ ଖୋଲିବ ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ କହିଥିଲେ ତାହା ସେ କହିପାରିବେ ନାହିଁ । ସେ ସଂକ୍ରାନ୍ତରେ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।