Thursday, April 30, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୬ ମାସ ପରେ ଜେଲରୁୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ବିଧାୟକଙ୍କ ମୁହଁରେ ହାଇକୋର୍ଟଙ୍କ ତାଲା

by Our Correspondent
12 Jun, 2021- 06:41 PM
in Latest News, News
0
୬ ମାସ ପରେ ଜେଲରୁୁ ମୁକୁଳିଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଝାରପଡ଼ା ଜେଲ୍ ରେ ୬ ମାସ ବନ୍ଦୀ ଜୀବନ କାଟିବା ପରେ ଆଜି ଜେଲ୍ ରୁ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଥିବା ଷଷ୍ଠ ମାମଲାରେ ହାଇକୋର୍ଟ ଗତକାଲି ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କ ବିରୋଧରେ ଥିବା ୬ ଟି ମାମଲାରେ ମୋଟ ୬୯ ଲକ୍ଷ ୪୫ ହଜାର ଟଙ୍କା ନିମ୍ନ ଅଦାଲତରେ ଜମା କରିବା ପରେ ଜେଲ୍ ରୁ ଖଲାସ ହୋଇଥିଲେ । ତେବେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନ ଦେବା ପାଇଁ ହାଇକୋର୍ଟ ସର୍ତ୍ତ ରଖିଥିବାରୁ ଶ୍ରୀ ପାଣିଗ୍ରାହୀ ପାଟି ବନ୍ଦ ରଖି ଚୁପଚାପ ଘରକୁ ଫେରିଛନ୍ତି ।

ଜେଲ୍ ରୁ ଖଲାସ ପ୍ରକ୍ରିୟା ସରିବା ପରେ ଅପରାହ୍ନ ପ୍ରାୟ ୫ଟା ବେଳେ ପ୍ରଦୀପ ପାଣିଗ୍ରାହୀ ଜେଲ୍ ରୁ ବାହାରିଥିଲେ । ଜେଲ୍ ଭିତର ଗେଟ୍ ପାଖରେ ପୂର୍ବରୁ ଅପେକ୍ଷା କରିଥିବା ପତ୍ନୀ ତାଙ୍କୁ ପାଛୋଟି ଆଣିଥିଲେ । ସେମାନଙ୍କ ଗାଡ଼ି ପାଖରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିମାନେ ବିଧାୟକଙ୍କ ପ୍ରତିକ୍ରିୟା ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ନ କହି ଗାଡ଼ିରେ ବସିପଡ଼ିଥିଲେ । ପତ୍ନୀ ମଧ୍ୟ ଗଣମାଧ୍ୟମକୁ କିଛି କହିବାକୁ ମନା କରିଦେଇଥିଲେ ।

ଠକେଇ ଅଭିଯୋଗରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ କ୍ରାଇମବ୍ରାଞ୍ଚ ତାଙ୍କ ବାସଭବନରୁ ଗିରଫ କରିଥିଲା । ଗିରଫ ପୂର୍ବରୁ ଏବଂ ପରେ ଗଣମାଧ୍ୟମ କ୍ୟାମେରା ଆଗରେ ବିଧାୟକ ପ୍ରବଳ ତୋଡ଼ ଦେଖାଇଥିଲେ । ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆକ୍ରୋଶମୂଳକ କହି ପତ୍ନୀ ମଧ୍ୟ ପ୍ରବଳ ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ । ତୁହାକୁ ତୁହା ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ବିରୋଧରେ ବର୍ଷିଥିଲେ । ତେବେ ୬ ମାସ ଜେଲ୍ ଦଣ୍ଡ କାଟିଥିବା ବିଧାୟକ ଆଜି ପତ୍ନୀଙ୍କ ସହ ଚୁପଚାପ ଘରକୁ ଫେରିଆସିଛନ୍ତି ।

ସୂଚନାଥାଉକି, ଏକଦା ବିଜେଡ଼ିର ଏହି ପ୍ରଭାବଶାଳୀ ନେତା, ପୂର୍ବତନ ମନ୍ତ୍ରୀଙ୍କ କାରନାମା ଜଣାପଡ଼ିବା ପରେ ଦଳ ସୁପ୍ରିମୋ କଠୋର ହୋଇଥିଲେ । ଗତ ନଭେମ୍ବର ୨୯ ତାରିଖରେ ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।

ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ସଙ୍ଗୀନ ମାମଲା ଅଛି । ପୂର୍ବତନ ଆଇଏଫଏସ୍ ଅଭୟ ପାଠକଙ୍କ ପୁଅ ତଥା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ସାମନାରେ ରଖି ବିଧାୟକ ସ୍ଥାନୀୟ ଯୁବକଙ୍କଠାରୁ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି । ଟାଟା ମୋଟର୍ସର ଏମଡି ଭାବେ ଜାଲ୍ ପରିଚୟ ଦେଇଥିବା ଆକାଶଙ୍କ ନାଁରେ ଗୋପାଳପୁର ଅଞ୍ଚଳର ଅନେକ ଯୁବକଙ୍କଠାରୁ ବିଧାୟକ ଟଙ୍କା ଆଦାୟ କରି ଜାଲ୍ ନିଯୁକ୍ତିପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । ବିଧାୟକଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ୬ ଟି ଏବଂ ଗୋଳନ୍ଥରା ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା ।

ତଳକୋର୍ଟରୁ ଜାମିନ୍ ନାମଂଜୁର ହେବା ପରେ ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ପୂର୍ବରୁ ପର୍ଯ୍ୟାୟକ୍ରମେ ୫ ଟି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ । ଷଷ୍ଠ ମାମଲାରେ ଗତକାଲି ହାଇକୋର୍ଟରୁ ସେ ଜାମିନ୍ ପାଇଥିଲେ ।

Previous Post

ବାତିଲ ହେବନି ୟୁଜି, ପିଜି ପରୀକ୍ଷା!

Next Post

ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ !

Next Post
ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ !

ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA