Thursday, June 25, 2026 01:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ଧା ହେବା ଲୋକଙ୍କ ସହ ବନ୍ଧୁ ହୋଇଗଲେ ବିଧାୟକ

ଧର୍ମଶାଳାରେ ଲଘୁଖଣିଜ ସମ୍ପଦ ଚୋରାଚାଲାଣ ଅଣାୟତ୍ତ: ବିଜେଡି

by Our Correspondent
21 Mar, 2025- 11:42 PM
in Latest News, News
1 min read
0
ବନ୍ଧା ହେବା ଲୋକଙ୍କ ସହ ବନ୍ଧୁ ହୋଇଗଲେ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ଅଣାୟତ ଅବସ୍ଥାରେ ପହଞ୍ଚିଛି ବୋଲି ଆଜି ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟା

ଶ୍ରୀ ବଳବନ୍ତରାୟ କହିଥିଲେ ଯେ, ବର୍ତ୍ତମାନର ବିଧାୟକ ହିମାଂଶୁ ସାହୁ ତାଙ୍କ ବୟାନରେ ଅଧିକାଂଶ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ କାର୍ଯ୍ୟରେ ବିଜେଡି କର୍ମୀମାନେ ନିୟୋଜିତ ହୋଇଛନ୍ତି ବୋଲି ଅଭିଯୋଗ କରିବା ସହିତ ବିଜେଡି ସରକାର ସମୟରେ ଧର୍ମଶାଳା ଅଞ୍ଚଳରୁ ବେଆଇନ ଖଣି ଖନନ ପାଇଁ ଜୋରିମାନା ଆକାରରେ ୩୦୦ ଶହ କୋଟିରୁ ଊଦ୍ଧ୍ୱ ର୍ଫାଇନ୍ ଆଦାୟ କରାଯାଇଥିଲା ବୋଲି ସ୍ୱୀକାର କରିଛନ୍ତି । ବିଧାୟକ ଭାବେ ନିର୍ବାଚିତ ହେବା ପରେ ଶ୍ରୀ ସାହୁ କେହି ଖଣି ଚୋର ବର୍ତ୍ତିବେ ନାହିଁ, ସମସ୍ତେ ବନ୍ଧାହେବେ ବୋଲି ବୟାନ ଦେଇଥିଲେ । କିନ୍ତୁ, ଏହି ବୟାନ ଦେବାର ୭ ମାସରୁ ଊଦ୍ଧ୍ୱ ର୍ବିତି ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କେହି ବନ୍ଧା ହେଲେ ନାହିଁ । ବାସ୍ତବରେ ବନ୍ଧା ହେବା ପାଇଁ ତାଲିକାରେ ଥିବା ତଥାକଥିତ ଖଣିଚୋରମାନଙ୍କ ସହିତ ବିଧାୟକ ଶ୍ରୀ ସାହୁ ବନ୍ଧୁ ହୋଇଯାଇଛନ୍ତି, ଯେଉଁଥିପାଇଁ ଆଉ ବାନ୍ଧିବାର ଆବଶ୍ୟକତା ନାହିଁ ।

ଗିରଫ କରିବା ଓ ଖଣି ଓ ରାଜସ୍ୱ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ବିଧାୟକ ଗୋଟିଏ ପରେ ଗୋଟିଏ ଲଘୁ ଖଣିଜ ବ୍ୟବସାୟୀଙ୍କୁ ନିଜ ଆଡ଼କୁ ନେଉଛନ୍ତି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନିରଞ୍ଜନ ରାଉତଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିର୍ବାଚନ ସମୟରେ ହୋଇଥିବା ଏକ ଗୋଷ୍ଠୀ ସଂଘର୍ଷ ମାମଲାରେ ୩୨ ଜଣଙ୍କ ମଧ୍ୟରୁ ୩୧ ଜଣଙ୍କୁ ବେଲ୍ ମିଳି ସାରିଥିଲା ବେଳେ ସେହି କେସ୍ ରେ ଏଫଆଇଆରେ ନ ଥିଲେ ମଧ୍ୟ ୩୦୭ ଦଫା ଲଗାଇ ଶ୍ରୀ ରାଉତଙ୍କୁ ଜେଲ୍ ରେ ରଖାଯାଇଛି ଏବଂ ଜେଲରେ ଥିବା ସମୟରେ ଗୋଟିଏ ପରେ ଗୋଟିଏ ମିଥ୍ୟା ମୋକଦ୍ଦମା ରୁଜୁ କରି ଶ୍ରୀ ରାଉତଙ୍କ ଖଣି, ବିଧାୟକ ନିଜ ଲୋକଙ୍କ ଜରିଆରେ ଲୁଟିବାରେ ଲାଗିଛନ୍ତି । ସେହିପରି ପ୍ରହଲ୍ଲାଦ ଲେଙ୍କାଙ୍କ ନାମରେ ମଧ୍ୟ ବାରମ୍ବାର ମିଥ୍ୟା କେସ୍ ରୁଜୁ ହେଉଛି । ବିଧାୟକ ଶ୍ରୀ ସାହୁ ପ୍ରଶାସନକୁ ପ୍ରଭାବିତ କରି ଖଣି ଲିଜଧାରୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରୁଛନ୍ତି ।

ସାରା ରାଜ୍ୟରେ ଲଘୁ ଖଣିଜସମ୍ପଦ ଚୋରାଚାଲାଣ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଥିବା ବେଳେ ରାଜ୍ୟରେ ସବୁଠାରୁ ଅଧିକ ଲଘୁ ଖଣିଜ ସମ୍ପଦ ଥିବା ଧର୍ମଶାଳା ଅଞ୍ଚଳର ଜେନାପୁର ଥାନା ଅଧୀନରେ କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁ ନାହିଁ । ଓଲଟା, ସ୍ଥାନୀୟ ଜନସାଧାରଣ ଚୋରାଚାଲାଣକୁ ବିରୋଧ କରି ଗାଡି ରୋକୁ ଥିବାବେଳେ, ପୋଲିସ ତାକୁ ମୁକୁଳାଇ ଦେବାର ଏକାଧିକ ଘଟଣା ଦେଖିବାକୁ ମିଳିଛି । ଧର୍ମଶାଳାର ଦଳିତ, ଅବହେଳିତ ଓ ନିଷ୍ପେସିତଙ୍କୁ ଛାଡ଼ି ବିଧାୟକ ଏବେ ଖଣିମାଲିକ, କ୍ରସର ମାଲିକ ଓ ଠିକାଦାରଙ୍କୁ ଆପଣେଇଛନ୍ତି ।

ଅପରପକ୍ଷରେ, ଧର୍ମଶାଳା ଅଞ୍ଚଳରେ ଥିବା ରାମକୋ ସିମେଣ୍ଟ କାରଖାନାରେ କାର୍ଯ୍ୟରତ କିଛି ସ୍ଥାନୀୟ ଯୁବକଙ୍କୁ ବିଜେଡି ସମର୍ଥକ ବୋଲି ବିଧାୟକଙ୍କ ନିଦେ୍ର୍ଦଶରେ ଚାକିରିରୁ ବିଦା କରାଯାଇଛି ଓ କିଛି ଯୁବକଙ୍କୁ ଓଡିଶା ବାହାରକୁ ବଦଳି କରାଯାଇଛି ବୋଲି ଶ୍ରୀ ବଳବନ୍ତରାୟ କହିଥିଲେ । ଏଣୁ, ଧର୍ମଶାଳା ଅଞ୍ଚଳରେ ଲଘୁଖଣିଜ ସମ୍ପଦ ଚୋରାଚାଲାଣ ବର୍ତ୍ତମାନ କାହା ପ୍ରୋତ୍ସାହନରେ ଚାଲିଛି ଏଥିରୁ ସ୍ପଷ୍ଟ ହେଉଛି । ଧର୍ମଶାଳା ଅଞ୍ଚଳରେ ଚାଲିଥିବା ଲଘୁଖଣି ଜସମ୍ପଦ ଲୁଟ୍ଉ ପରେ ରାଜ୍ୟ ସରକାର ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେଡି ଦାବି କରୁଛି ବୋଲି ଶ୍ରୀ ବଳବନ୍ତରାୟ କହିଥିଲେ ।

Previous Post

ଲଣ୍ଡନରେ ଚାକିରି ଅଫର୍; ଓଡ଼ିଶା ଛାଡ଼ିବେ ପାଣ୍ଡିଆନ୍!

Next Post

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି

Next Post
୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA