Friday, June 26, 2026 06:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଡୁଆରେ ମନ୍ତ୍ରୀ ସମୀର ଦାଶ

ଧର୍ମେନ୍ଦ୍ରଙ୍କ ଅଡିଓ ଖୁଲାସା କଲା ବିଜେପି

by Our Correspondent
27 Sep, 2022- 11:52 PM
in Crime, Latest News, News, Politics
1 min read
0
ଅଡୁଆରେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁ ସାମନାକୁ ଆସିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଧର୍ମେନ୍ଦ୍ରଙ୍କ ଶେଷ ଅଡିଓ କଲ୍ ଖୁଲାସା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ତାଙ୍କର ବନ୍ଧୁ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଏହି କଲ୍ କରିଛନ୍ତି । ରାଜନୈତିକ ଓ ପାରିବାରିକ ଅଶାନ୍ତି କାରଣରୁ ସେ କଠୋର ନିଷ୍ପତ୍ତି ନେବାକୁ ଯାଉଛନ୍ତି ଏବଂ ସେଥିପାଇଁ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହ ତାଙ୍କର ପତ୍ନୀ, ଶ୍ୱଶୁର ଏମିତି ୭ ଜଣଙ୍କୁ ଦାୟୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିଜେ ସାମ୍ବାଦିକ ଅକ୍ଷୟ ନାୟକ ଉପସ୍ଥିତ ରହି ଧର୍ମେନ୍ଦ୍ର ତାଙ୍କ ସହ କରିଥିବା କଥାବାର୍ତ୍ତା ବଖାଣିଥିଲେ ।

ଅକ୍ଷୟଙ୍କ କହିବାନୁଯାୟୀ, ଆତ୍ମହତ୍ୟା କରିବା ରାତିରେ ହିଁ ରାତି ୧୧ଟାରୁ ୧୨ଟା ଭିତରେ ଧର୍ମେନ୍ଦ୍ର ତାଙ୍କୁ ଫୋନ୍ କରି ପ୍ରାୟ ଘଣ୍ଟାଏ କାଳ କଥାବାର୍ତ୍ତା କରିଥିଲେ । ତାଙ୍କୁ ଅତି ଆତ୍ମୀୟ ବନ୍ଧୁ ଭାବୁଥିବାରୁ ମନର କଷ୍ଟ କହୁଛନ୍ତି ଏବଂ ଏହା ଶେଷ କଲ୍ ହୋଇପାରେ ବୋଲି ଜଣାଇ ଦେଇଥିଲେ । ଏହାକୁ ରେକର୍ଡ କରି ପଛରେ ସାର୍ବଜନୀନ କରିବାକୁ ମଧ୍ୟ କହିଥିଲେ ।

ରାଜନୈତିକ, ପାରିବାରିକ ଏବଂ ଆର୍ଥିକ ସମସ୍ୟାରେ ସେ ଭାରାକ୍ରାନ୍ତ ହୋଇଥିଲେ ଏବଂ ଏଥିପାଇଁ ମନ୍ତ୍ରୀ ସମୀର ଦାଶ, ପତ୍ନୀ, ଶ୍ୱଶୁରଙ୍କ ସମେତ ମୋଟ ୭ ଜଣଙ୍କ ନାଁ ନେଇ ସେମାନଙ୍କୁ ଦାୟୀ କରିଥିଲେ । ବିଭିନ୍ନ ସମୟରେ ସମୀର ଦାଶ ତାଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଗାଳିମନ୍ଦ କରି କୁତ୍ସାରଟନା କରୁଥିବା ଧର୍ମେନ୍ଦ୍ର କହିଥିଲେ ।

ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ପୂର୍ବରୁ ସିଧାସଳଖ ଦାୟୀ କରିଥିଲେ ପ୍ରଭାତୀ ପରିଡ଼ା । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗତକାଲି ବିଜେପିର ଏକ ପ୍ରତିନିଧି ଦଳ ପୁଲିସ କମିସନରଙ୍କୁ ଭେଟିଥିଲେ । ଆଜି ସାମ୍ବାଦିକ ସମ୍ମିଳନୀ କରି ସେହି ଚର୍ଚ୍ଚିତ ଅଡିଓ କଲ୍ ଖୁଲାସା କରିଛନ୍ତି ।

ପ୍ରଭାତୀ ଏବଂ ଅକ୍ଷୟଙ୍କ ସହ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ମନ୍ତ୍ରୀ ସମୀର ଦାଶଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସେମାନେ ଦାବି କରିଛନ୍ତି ।

ତେବେ ଏହା ଉପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।

Previous Post

ବେଙ୍ଗାଲୁରୁରେ ନବୀନ

Next Post

ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ

Next Post
ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ

ମୃତ ଦିନ ମଜୁରିଆ ମହିଳାଙ୍କ ଚକ୍ଷୁ ଦାନ କଲେ ପରିବାରବର୍ଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA