Thursday, June 18, 2026 01:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେଲେ

ଜଳିଛି ୭୦%, ଏମସ୍ ରେ ଚାଲିଛି ଚିକିତ୍ସା

by Our Correspondent
19 Jul, 2025- 05:19 PM
in Crime, Latest News, News
1 min read
0
ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେଲେ

ଭୁବନେଶ୍ୱର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନମଣ୍ଡଳୀ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଆଜି ଏକ ଜଘନ୍ୟ ଓ ଭୟଙ୍କର କାଣ୍ଡ ଘଟିଛି । ଯୁକ୍ତ ଦୁଇ ପାଠ ପଢ଼ୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ କିଛି ଦୁର୍ବୃତ୍ତ କିରୋସିନୀ ଢ଼ାଳି ଜାଳି ଦେଇଛନ୍ତି । ଏଥିରେ ତାଙ୍କ ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସ୍ ରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଏମସ ପକ୍ଷରୁ କୁହାଯାଇଛି । ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କୁ ପ୍ରଥମେ ବଳାତ୍କାର ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି । ଏହି ଜଘନ୍ୟ ଘଟଣାଟି ସାରା ରାଜ୍ୟରେ ପୁଣି ଆଲୋଡ଼ନ ସୃଷ୍ଟି କରିଛି ।

ଆଜି ସକାଳ ସାଢ଼େ ୮ଟା ବେଳେ ଏହି ଅଘଟଣ ଘଟିଛି । ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ବଳଙ୍ଗା ଥାନା ଏବଂ ଗୋପୀନାଥପୁର ପଞ୍ଚାୟତ ଅନ୍ତର୍ଗତ ନୂଆ ଗୋପାଳପୁର ମୁସଲିମ୍ ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାଙ୍କର ଜଣେ ସାଙ୍ଗକୁ ବହି ଫେରାଇବାକୁ ଯାଉଛନ୍ତି କହି ଘରୁ ବାହାରକୁ ଯାଇଥିଲେ । ତେବେ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ପହଞ୍ଚିଥିଲା ବେଳେ ହଠାତ୍ ଏକ ମଟରସାଇକେଲରୁ ୩ ଜଣ ଦୁର୍ବୃତ୍ତ ନାବାଳିକାଙ୍କ ମୁହଁରେ ରୁମାଲ୍ ବାନ୍ଧି ଟେକି ନେଇଥିଲେ । ଅନତି ଦୂରରେ ଥିବା ବାୟାବର ଗ୍ରାମ ନିକଟବର୍ତ୍ତୀ ଭାର୍ଗବୀ ନଦୀପଠାର ଏକ ନିକାଞ୍ଚନ ଜାଗାକୁ ସେମାନେ ତାଙ୍କୁ ଆଣିଥିଲେ । ସେଠାରେ ଝିଅଟିକୁ ସେମାନେ କ’ଣ କରିଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲା ବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରେ କିରୋସିନୀ ଢ଼ାଳି ନିଆଁ ଲଗାଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ।

ଝିଅଟି ହୁତୁ ହୁତୁ ଜଳୁଥିବା ବେଳେ ବଞ୍ଚାଅ ବଞ୍ଚାଅ ଚିତ୍କାର କରି ଗାଁ ଆଡକୁ ଦୌଡ଼ି ଦୁଃଖିଶ୍ୟାମ ସେନାପତି ନାମକ ଜନୈକ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲେ । ସେତେବେଳେ ତାଙ୍କ ଦେହରେ କିଛି ପୋଷାକ ନ ଥିଲା । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ଦୁଃଖିଶ୍ୟାମ ଚମକି ଯାଇଥିଲେ ମଧ୍ୟ ସାହାସର ସହ ତାଙ୍କର ଜୀବନ ବଞ୍ଚାଇବାକୁ ଲାଗି ପଡ଼ିଥିଲେ । ଝିଅଟିର ଦେହରୁ ନିଆଁ ଲିଭାଇ ଫ୍ୟାନ୍ ତଳେ ଶୁଆଇ ତାଙ୍କୁ ପୋଷାକ ପିନ୍ଧାଇ ଦେଇଥିଲେ । ଅନ୍ୟମାନଙ୍କ ସହାୟତାରେ ଝିଅଟିର ଚିକିତ୍ସା ପାଇଁ ପ୍ରଥମେ ବଳଙ୍ଗା ଡାକ୍ତରଖାନା ଏବଂ ସେଠାରୁ ଏମସ୍ ଅଣାଯାଇଥିଲା ।

ଝିଅଟିକୁ ଉଦ୍ଧାର କରିଥିବା ଦୁଃଖିଶ୍ୟାମଙ୍କ କହିବାନୁଯାୟୀ, ଘଟଣା ସମ୍ପର୍କରେ ସେ ଝିଅ ବିଶେଷ କିଛି କହିନାହିଁ । କେବଳ ଘରୁ ବହି ଫେରାଇବାକୁ ଜଣେ ସାଙ୍ଗଙ୍କ ପାଖକୁ ଯାଉଥିବା ବେଳେ ମଟରସାଇକେଲରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ନଦୀପଠାକୁ ଟେକି ନେଇଥିଲେ ଏବଂ କିରୋସିନୀ ଢ଼ାଳି ନିଆଁ ଲଗାଇଥିବା କହିଛନ୍ତି । ସେମାନେ କିଏ ବୋଲି ପଚାରିବାରୁ ତାଙ୍କୁ ଚିହ୍ନିନାହାନ୍ତି ବୋଲି କହିଛନ୍ତି । ତାଙ୍କ ପ୍ରତି ଆଉ କ’ଣ ହୋଇଛି କି କ’ଣ ଅଧିକ କହିପାରିନାହାନ୍ତି ।

ଘଟଣାସ୍ଥଳରେ ପୀଡ଼ିତାଙ୍କ ପୋଷାକ, ଚପଲ, ଚୁଡି, କାନ ରିଙ୍ଗ୍ ପଡ଼ିଥିଲା । ପୁଲିସ ତାହାକୁ ଜବତ କରିବା ପରେ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଅନୁସନ୍ଧାନ ଆରମ୍ଭ ହୋଇଛି । ପୁରୀ ଏସପି ପିନାକ ମିଶ୍ର ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଛାନଭିନ୍ କରୁଛନ୍ତି । ତେବେ ଝିଅର ଦେହରୁ ପୋଷାକ, ଚୁଡ଼ି, କାନ ରିଙ୍ଗ୍ କେମିତି ବାହାରିଲା ତାହାର ଅନୁସନ୍ଧାନକୁ ସମସ୍ତଙ୍କର ଅପେକ୍ଷା ଅଛି । କାରଣ ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କୁ ଅପହରଣ କରାଯାଇ ବଳାତ୍କାର ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି ।

ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ମହିଳା ହିଂସା ତଥା ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ଦଳ ରଣହୁଙ୍କାର ଦେଇଛନ୍ତି । ଏମସ୍ ରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ବିଜେଡି ଓ କଂଗ୍ରେସ ନେତାଙ୍କ ଭିଡ଼ ଲାଗିଥିବା ବେଳେ ଯୁବ ଓ ଛାତ୍ର କର୍ମୀମାନେ ସରକାରଙ୍କ ଅପାରଗତା ବିରୋଧରେ ରାଗ ଝାଡ଼ିଛନ୍ତି । ଭିତରକୁ ବିରୋଧୀ ଦଳର ନେତାମାନଙ୍କୁ ଛଡ଼ା ଯାଉ ନ ଥିବା ବେଳେ ଶାସକ ଦଳର ଦୁଇ ବିଧାୟକ ବାବୁ ସିଂ ଓ ଆଶ୍ରିତ ପଟ୍ଟନାୟକ ଭିତରକୁ ଯାଉଥିବା ବେଳେ ବିରୋଧୀ ଦଳର ଯୁବ ଓ ଛାତ୍ର କର୍ମୀମାନେ ପ୍ରତିରୋଧ କରିଥିଲେ । ଦୁହିଁଙ୍କୁ ଯିବାକୁ ଦେଇ ନ ଥିଲେ । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ବଳଙ୍ଗାର ଏହି ବର୍ବର କାଣ୍ଡକୁ ନେଇ ସମସ୍ତଙ୍କ ଟାର୍ଗେଟ୍ କୁ ଆସିଛନ୍ତି ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟୁଇଟ୍ କରି ସେ ଏହି ଏଘଟଣ ପାଇଁ ନିଜର ବ୍ୟଥା ଜଣାଇଥିଲେ ମଧ୍ୟ ବିରୋଧୀଙ୍କ ରୋଷର ଶିକାର ହୋଇଛନ୍ତି । ତାଙ୍କର ଇସ୍ତଫା ଦାବିରେ ମହିଳା କଂଗ୍ରେସ କର୍ମୀମାନେ ତାଙ୍କ ବାସଭବନ ଘେରାଉ କରିଛନ୍ତି ।

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ସରକାରଙ୍କ ନିଷ୍କ୍ରିୟତାର ସମାଲୋଚନା କରିଛନ୍ତି । ସରକାରଙ୍କ ନିଷ୍କ୍ରିୟତା ଏବଂ ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ରାଜ୍ୟରେ ମହିଳାମାନେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡ଼ିଥିବା ସେ କହିଛନ୍ତି । ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଓଡ଼ିଶାର ଛାତ୍ରୀ ଏବଂ ମହିଳାମାନଙ୍କୁ ସରକାର ନିର୍ଭର ପ୍ରତିଶ୍ରୁତି ଦେବେ କି ବୋଲି ଶ୍ରୀ ପଟ୍ଟନାୟକ ପଚାରିଛନ୍ତି ।

ପିସିସି ସଭାପତି ଭକ୍ତଚରଣ ଦାସ ମଧ୍ୟ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସରକାର, ପ୍ରଶାସନ ଓ ପୁଲିସ ପ୍ରତି ଅପରାଧୀମାନଙ୍କର ଆଉ ଭୟ ନାହିଁ । ଛାତ୍ରୀ ଓ ମହିଳାମାନେ ଅସୁରକ୍ଷିତ । ଏତିକିବେଳେ ବିଜେପି ସରକାର ଅତ୍ୟନ୍ତ ସମ୍ବେଦନଶୂନ୍ୟ ହୋଇ ନିଜର ଡିଣ୍ଡିମ ପିଟି ଚାଲିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

Previous Post

୧୯ ବର୍ଷରେ ପାଦ ଥାପିଲା ସୋଆ

Next Post

ଜୁଲାଇ ୨୧ରୁ ଏଆଇସିଟିଇ ଏବଂ ଆଇବିସିଏସ୍ ପକ୍ଷରୁ ପାଂଚ ଦିନିଆ ଏଫଡିପି

Next Post
ଜୁଲାଇ ୨୧ରୁ ଏଆଇସିଟିଇ ଏବଂ ଆଇବିସିଏସ୍ ପକ୍ଷରୁ ପାଂଚ ଦିନିଆ ଏଫଡିପି

ଜୁଲାଇ ୨୧ରୁ ଏଆଇସିଟିଇ ଏବଂ ଆଇବିସିଏସ୍ ପକ୍ଷରୁ ପାଂଚ ଦିନିଆ ଏଫଡିପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA