Thursday, May 21, 2026 10:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୯ ବର୍ଷରେ ପାଦ ଥାପିଲା ସୋଆ

ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ଲକ୍ଷ୍ୟ: କୁଳପତି

by Our Correspondent
18 Jul, 2025- 11:39 PM
in Latest News, News
1 min read
0
୧୯ ବର୍ଷରେ ପାଦ ଥାପିଲା ସୋଆ

ଭୁବନେଶ୍ୱର : ଗୁଣବତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ୧୮ ବର୍ଷ ପୂରଣ କରି ୧୯ରେ ପାଦ ଥାପିଥିବା ବେଳେ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ କରିବାର ଲକ୍ଷ୍ୟ ରଖିଛି ।ନ୍ୟାସନାଲ୍ ଇନଷ୍ଟିଚ୍ୟୁଟୁନାଲ୍ ରାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗ୍ ୨୦୨୪ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରିଥିବା ବେଳେ ୟୁଜିସି ପକ୍ଷରୁ କ୍ୟାଟେଗୋରୀ ୱାନ୍ ର ମାନ୍ୟତା ପାଇଥିବା କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ଶୁକ୍ରବାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।

ସୋଆ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ ୧୯୫୬ର ଧାରା ୩ ଅନୁଯାୟୀ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡିମ୍ଡ ଟୁ ବି ୟୁନିଭର୍ସିର୍ଟିର ମାନ୍ୟତା ପାଇଥିଲା । ଏକ ନମ୍ର ପ୍ରୟାସରୁ ନିଜର ଯାତ୍ରା ଆରମ୍ଭ କରିଥିବା ସୋଆ ଦୀର୍ଘ ପଥ ଅତିକ୍ରମ କରିସାରିଥିବା ବେଳେ ଗବେଷଣାକୁ ଅଧିକ ମହତ୍ୱ ଦେଉଥିବା ସରକାରୀ ଅନୁଦାନ ସହାୟତାରେ ବର୍ତମାନ ଏହି ବିଶ୍ୱବିଦ୍ୟାଳୟର ୧୧୫ ଟି ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ପ୍ରଫେସର ନନ୍ଦ ପ୍ରକାଶ କରିବା ସହ ଏହାର ୧୮ଟି ବହୁବିଧ ଗବେଷଣା କେନ୍ଦ୍ର ଓ ୬୦ଟି ଲାବୋରେଟୋରୀ କାର୍ଯ୍ୟକ୍ଷମ ଥିବା କହିଛନ୍ତି ।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ୧୮ ବର୍ଷ ପରେ ସୋଆ ବର୍ତମାନ କେଉଁ ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେବ ସେ ନେଇ ଆତ୍ମଚିନ୍ତନ କରିବାର ସମୟ ଆସିଛି । ସେ କହିଥିଲେ ଯେ ସୋଆ ଏଭଳି ଏକ ପ୍ରକଳ୍ପ ସମ୍ପର୍କରେ ଚିନ୍ତା କରିବା ଉଚିତ୍ ଯେଉଁଥିରେ ସ୍ୱାସ୍ଥ୍ୟ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଜୈବ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିବା ଗବେଷକମାନେ ମିଳିତ ସହଭାଗିତାରେ କାର୍ଯ୍ୟ କରି ଏକ ଡାଟାବେସ୍ ପ୍ରସ୍ତୁତ କରିବେ ଯେଉଁଥିରେ କି ବହୁବିଧ ସହଭାଗିତାର ଆବଶ୍ୟକତା ରହିଥିବ । ଏହି କାର୍ଯ୍ୟ ଆନ୍ତର୍ଜାତିକ ସ୍ତରରେ କରିବା ଆବଶ୍ୟକ ଯେପରି କି ସାରା ଦେଶ ସୋଆର ଏହି କାର୍ଯ୍ୟକୁ ଅନୁଶୀଳନ କରିବ ବୋଲି ସେ କହିଛନ୍ତି ।

ସମାଜକୁ ନିଜର ଅବଦାନ ଦେବା ନିମନ୍ତେ ସବୁ କ୍ଷେତ୍ରରେ ଉକ୍ରର୍ଷ ପ୍ରତିପାଦିତ କରିବା ସୋଆର ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ । ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ସୋଆର ଗବେଷକମାନେ ସାଧାରଣ ଓ ସୁଲଭ ମୂଲ୍ୟରେ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ଉଦ୍ଭାବନ କରିପାରିଛନ୍ତି । ଏହି ସଂକ୍ରାନ୍ତରେ ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିସର୍ଚ୍ଚ ଡେଭେଲ୍ପମେଂଟ କର୍ପୋରେସନ୍ ସହିତ ଏକ ଟେକ୍ନୋଲୋଜି ଲାଇସେନ୍ସ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ମଧ୍ୟରୁ ଦୁଇଟି ଉତ୍ପାଦ ବଜାରରେ ଉପଲବ୍ଧ ବୋଲି ସେ କହିଥିଲେ ।

ବିଶ୍ୱବିଦ୍ୟାଳୟର ଗବେଷଣା ସନ୍ଦର୍ଭର ସଂଖ୍ୟା କିଛି ବର୍ଷ ତଳେ ମାତ୍ର ୩୦୦ ଥିବା ବେଳେ ଏହା ବୃଦ୍ଧି ପାଇଁ ବର୍ତମାନ ୧୫,୮୦୦ରେ ପହଂଚିଛି । ପ୍ରତ୍ୟେକ ବର୍ଷ ୩୦୦ ପିଏଚ୍ଡି ଗବେଷକ ସୋଆରେ ନିଜ ନାମ ପଞ୍ଜିକୃତ କରୁଛନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ୨୦୨୦ ମସିହାରେ କୋଭିଡ୍ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଓଡିଶା ସରକାରଙ୍କ ସହଯୋଗରେ ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ସୋଆ ପକ୍ଷରୁ ରାଜ୍ୟରେ ୫ଟି କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯିବା ସହ ଏହାର ଡାକ୍ତର, ନର୍ସ ଓ ପାରାମେଡିକ ଅବିରତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଅନେକ ଜୀବନ ବଂଚାଇବାରେ ସହାୟକ ହୋଇଥିଲେ ।

ପ୍ରାୟ ୨୬୦୦୦ ରୁ ଊଦ୍ଧ୍ୱର୍ ଶଯ୍ୟାରେ ରାଜ୍ୟର କୋଭିଡ ରୋଗୀମାନଙ୍କର ଚିକିତ୍ସା ସୋଆ ପକ୍ଷରୁ କରାଯାଇଥିଲା । କୋଭିଡ ମହାମାରୀ ବେଳେ ପ୍ରାୟ ଅଢ଼େଇ ବର୍ଷରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ୫୦,୦୦୦ ରୁ ଊଦ୍ଧ୍ୱର୍ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ବକ୍ତବ୍ୟ ରଖିଥିଲେ । ସୋଆ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇସେନ୍ସର ଡିନ୍ ପ୍ରଫେସର ଦିବ୍ୟଜ୍ୟୋତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

କିସ୍‍ କାର୍ଯ୍ୟକୁ ପ୍ରଶଂସା: ଜାତିସଂଘ ରେକର୍ଡରେ ସ୍ଥାନୀତ

Next Post

ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେଲେ

Next Post
ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେଲେ

ଉପମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ନାବାଳିକାଙ୍କୁ ଜାଳିଦେଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA