Thursday, June 25, 2026 02:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ

ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ

by Our Correspondent
29 Nov, 2020- 12:33 PM
in Latest News, News, Politics
1 min read
0
ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ

ଭୁୁବନେଶ୍ୱର: ଜନ ପ୍ରତିନିଧି ହୋଇ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ଭାବୀ ସମୁଦି ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟ ପଛରେ ଏ ନେତାଙ୍କର ଥିଲା ସନ୍ଦେହଜନକ ଭୂମିକା । ଟାଟା ମୋଟର୍ସ ର ଏମଡି ବୋଲାଇ ବେକାର ଯୁବକ ଯୁବତୀଙ୍କୁ ଲୁଟ୍ କରୁଥିବା ଭାବୀ ଜ୍ୱାଇଁଙ୍କ କଳା କାରନାମା ପଛରେ ଥିଲା ୟାଙ୍କର ଆଶିର୍ବାଦ । ରାଜନୀତିରେ ପ୍ରତିପତ୍ତିଥାଳୀ ଏଇ ନେତା କେବଳ ପାଠକ ପରିବାର ସମ୍ପର୍କରେ ନ ଥିଲେ ବରଂ ଯାବତୀୟ କଳା କାରନାମାରେ ସଂପୃକ୍ତି ଥିବାର ଡର୍ଜନ ଡର୍ଜନ ଅଭିଯୋଗ ତାଙ୍କ ନାଁରେ ।

ନାୟକର ମୁଖା ପିନ୍ଧି ଖଳନାୟକ ସାଜିଥିବା ଏହି ନେତା ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳରୁ ବହିଷ୍କୃତ କରିଛନ୍ତି ବିଜେଡ଼ି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟରୁ ବହିଷ୍କାର କରାଯାଇଥିବା ବିଜେଡ଼ି ସାଧାରଣ ସମ୍ପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି । ବିଜେଡ଼ିରୁ ତଡ଼ା ଖାଇବା ସହ ପ୍ରଦୀପଙ୍କ ରାଜନୈତିକ କ୍ୟାରିୟର୍ ଏକ ପ୍ରକାର ଖତମ୍ ହୋଇଯାଇଛି ।

ଏକଦା ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ଥିଲେ ପ୍ରଦୀପ ପାଣିଗ୍ରାହୀ । ୨୦୦୯, ୨୦୧୪ ଏବଂ ୨୦୧୯ ରେ ବିଜେଡ଼ି ଟିକେଟରେ ବିଧାୟକ ହୋଇଥିଲେ । ଗତ ସରକାରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ଦେଇଥିଲେ । ତେବେ କ୍ଷମତା ଓ ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦର ଫାଇଦା ନେଇ ବିଭିନ୍ନ କେଳେଙ୍କାରୀରେ ସଂପୃକ୍ତ ହୋଇଥିବାର ଅଭିଯୋଗମାନଙ୍କ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିବାରେ ଲାଗିଥିଲା ।

ଏପରିକି ଗତ ନିର୍ବାଚନରେ ସେ ଦଳବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିଲେ ଏବଂ ଦଳୀୟ ପାଣ୍ଠି ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଲୁଟେରା ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପରିବାର ସହ ତାଙ୍କର ସମ୍ପର୍କ ଏବଂ କଳା କାରନାମାର ଗୁମର ଭିଜିଲାନସ୍ ହାତରେ ଲାଗିବା ପରେ ପ୍ରଦୀପଙ୍କ ପାଇଁ କ୍ଲାଇମାକ୍ସ ଆଣିଛି ।

ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କ ବିରୋଧରେ ନବୀନଙ୍କ କଠୋର ପଦକ୍ଷେପ ନେଇଥିବାରୁ ସମସ୍ତେ ସ୍ୱାଗତ କରିଛନ୍ତି । ଦୁର୍ନୀତିକୁ ନବୀନ ପଟ୍ଟନାୟକ ପ୍ରଶୟ ଦିଅନ୍ତି ନାହିଁ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ପୁନର୍ବାର ପ୍ରମାଣିତ ହୋଇଛି ।

ଲୁଟେରା ପାଠକ ବାପ,ପୁଅଙ୍କ କଳା ସାମ୍ରାଜ୍ୟର ଛାନଭିନ୍ ଆରମ୍ଭ କରିଥିବା ୨୦ ଜଣିଆ ଏସଆଇଟି ଟିମ୍ ହାବୁଡ଼ରୁ ପ୍ରଦୀପ ପାଣିଗ୍ରାହୀ ଖସିପାରିବେ ନାହିଁ । ତାଙ୍କର ଛତ୍ରଛାୟାରେ ରହି ଅଭୟ ପାଠକ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ଲୁଟିଥିବା ଏବଂ ଟାଟା ମୋଟର୍ସର ଏମଡି ପରିଚୟରେ ପୁଅ ଆକାଶ ପାଠକ ବେକାର ଯୁବକଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଇ ଅର୍ଥ ଲୁଟିବାର ଅଭିଯୋଗ ଉପରେ ତଦନ୍ତର ସାମନା କରିବେ ।

ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କରେ ରୋଚକ ତଥ୍ୟ ଭିଜିଲାନସ୍ ନଜରକୁ ଆସିଛି । ଗୋପାଳପୁରରେ ଟାଟା ପ୍ରକଳ୍ପ ପାଇଁ ଜମି ହରାଇ କ୍ଷତିପୂରଣ ପାଉଥିବା ଲୋକଙ୍କୁ ଜାଲରେ ଫସାଇବାର ଚକ୍ରାନ୍ତ ହୋଇଥିଲା । ସେମାନଙ୍କ ପିଲାଙ୍କୁ ଟାଟାରେ ଚାକିରି କରାଇଦେବାର ମିଛ ଜାଲ ବିଛାଯାଇଥିଲା । ଏଥିରେ ଆକାଶ ପାଠକକୁ ଢ଼ାଲ୍ କରାଯାଇଥିଲା । ନିଜକୁ ଟାଟା ମୋଟର୍ସର ଏମଡି ବୋଲାଇ ପୁନେରେ ଆକାଶ ଏକ ଅଫିସ୍ ଖୋଲିଥିଲା । ଟାଟାରେ ମ୍ୟାନେଜମେଣ୍ଟ ଟ୍ରେନି ଓ ଗ୍ରାଜୁଏଟ୍ ଇଂଜିନିୟର ଟ୍ରେନି ପଦବୀ ନାଁରେ ବିଜ୍ଞାପନ ଦେଇଥିଲା ।

ଉଚ୍ଚ ଦରମାର ଏହି ଚାକିରି ପାଇଁ ଗୋପାଳପୁର ନିର୍ବାଚନମଣ୍ଡଳୀର ଅଧିକାଂଶ ଯୁବକ ଯୁବତୀ ଆବେଦନ କରିଥିଲେ । ସାକ୍ଷାତକାର ପରେ ସେମାନଙ୍କୁ ଜାଲ୍ ନିଯୁକ୍ତିପତ୍ର ଦିଆଯାଇ ଜଣ ପିଛା ଲକ୍ଷାଧିକ ଟଙ୍କା ଆଦାୟ କରିଥିଲା ଆକାଶ । ଏହି ଜାଲିଆତିର ମୁଖ୍ୟ ସୂତ୍ରଧର ପ୍ରଦୀପ ପାଣିଗ୍ରାହୀ ବୋଲି ତଦନ୍ତକାରୀ ଭିଜିଲାନସ୍ ଅଧିକାରୀମାନେ ସନ୍ଦେହ କରୁଛନ୍ତି ।

ସୂଚନାଥାଉକି, ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଆକାଶର ବିବାହ ସ୍ଥିର ହୋଇସାରିଥିଲା । ଡିସେମ୍ବର ୧୧ ତାରିଖରେ ରାଜସ୍ଥାନର ଜୟପୁର ପ୍ୟାଲେସ୍ ରେ ସେମାନଙ୍କ ହାତଗଣ୍ଠି ପଡିଥାଆନ୍ତା । ବିବାହ ପାଇଁ ୧୦ କୋଟି ଟଙ୍କାର ବଜେଟ୍ ହୋଇଥିବା ଜାଣିବାକୁ ମିଳିଛି ।

ମୁଁ ଜନବିରୋଧୀ କାର୍ଯ୍ୟ କରିନି- ପ୍ରଦୀପ ପାଣିଗ୍ରାହୀ

ମୁଁ କୌଣସି ଜନବିରୋଧୀ କାର୍ଯ୍ୟ କରିନାହିଁ ବୋଲି ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ନାଁରେ କ’ଣ ଆରୋପ ଅଛି ତାର ପ୍ରମାଣ ଦିଆଯାଉ ବୋଲି ଚାଲେଂଜ କରିଛନ୍ତି । ନିର୍ବାଚନ ବେଳେ ଦଳୀୟ ପାଣ୍ଠି ହେରଫେର କରିନାହାନ୍ତି କି ବାଲି, ମୋରମ୍ କାରବାରରେ ତାଙ୍କର ସଂପୃକ୍ତି ନାହିଁ । ତାଙ୍କ ପାଖରେ କେତେ ସମ୍ପତ୍ତି ତାହାର ଅନୁସନ୍ଧାନ କରାଯାଉ ବୋଲି ପ୍ରଦୀପ ଆହ୍ୱାନ ଦେଇଛନ୍ତି ।

Previous Post

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏଆଇଜି ମଧ୍ୟରେ ବୁଝାମଣା

Next Post

ପାଠକ ବାପପୁଅଙ୍କୁ କ୍ଲିନ୍ ଚିଟ୍, ସାମ୍ବାଦିକଙ୍କୁ ହାରକିନ୍

Next Post
ପାଠକ ବାପପୁଅଙ୍କୁ କ୍ଲିନ୍ ଚିଟ୍, ସାମ୍ବାଦିକଙ୍କୁ ହାରକିନ୍

ପାଠକ ବାପପୁଅଙ୍କୁ କ୍ଲିନ୍ ଚିଟ୍, ସାମ୍ବାଦିକଙ୍କୁ ହାରକିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA