Thursday, June 25, 2026 04:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଠକ ବାପପୁଅଙ୍କୁ କ୍ଲିନ୍ ଚିଟ୍, ସାମ୍ବାଦିକଙ୍କୁ ହାରକିନ୍

ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଲମ୍ବାଚଉଡା ବୟାନ

by Our Correspondent
29 Nov, 2020- 06:56 PM
in Latest News, News, Politics
1 min read
0
ପାଠକ ବାପପୁଅଙ୍କୁ କ୍ଲିନ୍ ଚିଟ୍, ସାମ୍ବାଦିକଙ୍କୁ ହାରକିନ୍

ଭୁୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ହେବାର କିଛି ସମୟ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ସରକାରୀ ବାସଭବନରେ ପତ୍ନୀଙ୍କୁ ପାଖରେ ବସାଇ ଗଣମାଧ୍ୟମ କ୍ୟାମେରା ଆଗରେ ଲମ୍ବାଚଉଡା ବୟାନ ଦେଇଛନ୍ତି । ଏଥିରେ ସାମ୍ବାଦିକମାନଙ୍କୁ ସାମ୍ବାଦିକତାର ପାଠ ପଢ଼ାଇବା ସହ ଦୁର୍ନୀତି କରି ଜେଲ୍ ଯାଇଥିବା ଭାବୀ ସମୁଦି ଓ ଜ୍ୱାଇଁଙ୍କୁ କ୍ଲିନ୍ ଚିଟ୍ ଦେଇ ସପକ୍ଷରେ ଢ଼େର୍ ଓକିଲାତି କରିଛନ୍ତି । ଚତୁରତାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବା ବେଳେ ନାଁ ନ ନେଇ ନିର୍ଦ୍ଦିଷ୍ଟ ଅଫିସରଙ୍କୁ ଟାର୍ଗେଟ୍ କରିଛନ୍ତି । । ନିଜକୁ ସ୍ୱଚ୍ଛ ବୋଲି ଦାବି କରି ଜନବିରୋଧୀ କାର୍ଯ୍ୟର ପ୍ରମାଣ ଦିଅ ବୋଲି ଚାଲେଂଜ କରିଛନ୍ତି । ।

ପ୍ରଦୀପ କହିଥିଲେ, ସେ ସତ୍ୟପଥରେ ରହି ଦଳ ପାଇଁ କାର୍ଯ୍ୟ କରୁଥିଲେ । ମାତ୍ର ଦୁଇବର୍ଷ ହେଲା ସବୁ ଗଡ଼ବଡ଼ ହୋଇଛି । ସରକାରରେ ଦେଖାଯାଉଥିବା ବିଭିନ୍ନ ବିଭ୍ରାଟ୍ ବିଶେଷକରି କୋଭିଡ୍ ପରିଚାଳନାରେ ବିଭ୍ରାଟ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବା ତାଙ୍କ ପାଇଁ କାଳ ହେଲା ବୋଲି କହିଥିଲେ । ତେବେ କାହାରିକୁ ତାଙ୍କର ଡର ନାହିଁ ଏବଂ ସବୁ ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ବୋଲି ଦମ୍ଭ ଦେଖାଇଥିଲେ ।

ଏହି ପରିପ୍ରେକ୍ଷୀରେ ଭାବୀ ସମୁଦି କୁବେର ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ସତୀତ୍ୱର ସାର୍ଟିଫିକେଟ୍ ବା କ୍ଲିନଚିଟ୍ ଦେଇଥିଲେ ପ୍ରଦୀପ । ସରକାରୀ ଉଚ୍ଚ ପଦବୀରେ ଥାଇ ଅଚଳାଅଚଳ ସମ୍ପତ୍ତି ଆହରଣ କରିଥିବା ଅଭୟ ପାଠକଙ୍କୁ ବେଷ୍ଟ ଅଫିସର୍ ବୋଲି କହିଥିଲେ । ଆକାଶକୁ ସୁନା ପିଲା ବୋଲି ବର୍ଣ୍ଣନା କରି ସେ ଟାଟା ମୋଟର୍ସର ଏମଡି ପଦରେ ଥିବା ଖବର ମିଛ ନୁହେଁ ବୋଲି ଯୁକ୍ତି କରିଥିଲେ । ଚାର୍ଟର ଫ୍ଲାଇଟ୍ ରେ ପାଠକ ପରିବାର ସହ ପୁନେ ବୁଲିବାକୁ ଯାଇଥିବା ପ୍ରଦୀପ ସ୍ୱୀକାର କରିଥିଲେ ।

ଆକାଶ ଆକାଉଣ୍ଟରେ ୮ କୋଟି ଟଙ୍କା ଥିବା ଖବର ସମ୍ପୂର୍ଣ୍ଣ ମିଛ । ଭିଜିଲାନସ୍ ଖାନତଲାସୀରୁ ଗଣମାଧ୍ୟମକୁ ଦିଆଯାଇଥିବା ତଥ୍ୟ ସତ ନୁହେଁ ବୋଲି ଜୋର୍ ଦେଇଥିଲେ । ଗଣମାଧ୍ୟମ ଏହାର ଅନୁସନ୍ଧାନ କରି ପ୍ରକୃତ ସତ୍ୟ ବାହାର କରନ୍ତୁ ବୋଲି ଓଲଟି ପରାମର୍ଶ ଦେଇଥିଲେ ।

ପାଠକ ବାପପୁଅଙ୍କ ଉପରେ ଭିଜିଲାନସ୍ ଚଢ଼ଉ ଖବରକୁ ନେଇ ସରକାର ଓ ଗଣମାଧ୍ୟମ ଉପରେ ରାଗ ଝାଡିଥିଲେ ପ୍ରଦୀପ । ନେତା, ଅଫିସର ଓ ସାମ୍ବାଦିକମାନେ ନିଜ ଇଚ୍ଛାରେ କାର୍ଯ୍ୟ କରୁନାହାନ୍ତି । ସାମ୍ବାଦିକମାନେ ନିଜେ ଅନୁସନ୍ଧାନ ନ କରି ଭିଜିଲାନସ୍ ସୂଚନାକୁ ଆଧାର କରି ଖବର ଦେଉଥିବାରୁ ଉତକ୍ଷିପ୍ତ ହୋଇଥିଲେ । ତାଙ୍କୁ ପ୍ରଶ୍ନ ପଚାରୁଥିବା ସାମ୍ବାଦିକମାନଙ୍କୁ କେଉଁ ଚାନେଲ୍ ରୁ ଆସିଛ ବୋଲି ଏକପ୍ରକାର ଜେରା କରୁଥିଲେ ପ୍ରଦୀପ । ନନ୍ଦିଘୋଷ ଟିଭି ନାଁ ଶୁଣି ଅଧିକ ଚିହିଁକି ଉଠିଥିଲେ ।

ତେବେ ଅଭୟଙ୍କର ଆୟ ବର୍ହିଭୂତ ବିପୁଳ ସମ୍ପତ୍ତି କେଉଁଠୁ ଆସିଲା ଏବଂ ପୁଅ ଆକାଶ ବିରୋଧରେ ଟାଟା ମୋଟର୍ସ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ରେ କରିଥିବା ଜାଲିଆତି ଅଭିଯୋଗର ସ୍ପଷ୍ଟ ଜବାବ ଦେଇ ପାରିନଥିଲେ । ତାଙ୍କ ନିର୍ବାଚନମଣ୍ଡଳୀର ୬୮ ଜଣ ଯୁବକ ଆକାଶ ଦ୍ୱାରା ଚାକିରି ଠକେଇର ଶିକାର ହେବା ଏବଂ ଚାକିରି ପାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେବା ମିଛ କି ବୋଲି ପ୍ରଶ୍ନକୁ ଏଡ଼େଇ ଦେଇଥିଲେ ପ୍ରଦୀପ୍ତ ପାଣିଗ୍ରାହୀ ।

ଛାତ୍ର ଜୀବନଠାରୁ ଆରମ୍ଭ କରି ଦୀର୍ଘ ୨୦ ବର୍ଷର ରାଜନୈତିକ ଜୀବନରେ ସେ କୌଣସି ବେଆଇନ କି ଜନବିରୋଧୀ କାର୍ଯ୍ୟ କରିନାହାନ୍ତି । ତାଙ୍କ ବିରୋଧରେ ନିର୍ବାଚନ ବେଳେ ଦଳବିରୋଧୀ କାର୍ଯ୍ୟ, ଦଳୀୟ ପାଣ୍ଠି ଲୁଟ୍, ବାଲି ଓ ମୋରମ୍ ମାଫିଆଙ୍କୁ ପ୍ରୋତ୍ସାହନ ଦେଇ ଟଙ୍କା ଖାଇବା ଭଳି ଆରୋପ ଲଗାଯାଉଥିବା ନିଜ ଆଡୁ ବଖାଣିଥିଲେ । ତେବେ ଏହି ଆରୋପରେ ସତ୍ୟତା ନାହିଁ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି ଦାବି କରିଥିଲେ ।

ପ୍ରଦୀପଙ୍କ ଗୁମର ଖୋଲିଲେ କଂଗ୍ରେସ ନେତା

ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ ହେବା ଘଟଣାକୁ ବିଜେଡ଼ି ସମେତ କଂଗ୍ରେସ ଓ ବିଜେପି ବିଧାୟକମାନେ ସ୍ୱାଗତ କରିଛନ୍ତି । ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ହୋଇଛି ଏବଂ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅନେକ ବିଧାୟକ ଦାବି କରିଛନ୍ତି ।

ସେପଟେ ବ୍ରହ୍ମପୁର ବିଜେପି ଶାଖା ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ପାଖରେ ଫେରାଦ ହୋଇଥିଲା ବେଳେ ଗତ ନିର୍ବାଚନରେ ସୋରଡାରୁ କଂଗ୍ରେସ ପ୍ରାର୍ଥୀ ଥିବା ସଂଗ୍ରାମ କେଶରୀ ମହାନ୍ତି ଏକ ପ୍ରେସ୍ ମିଟ୍ ରେ ପ୍ରଦୀପଙ୍କ ବ୍ଲାକ୍ ମନିର ଗୁମର ଖୋଲିଛନ୍ତି । ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁ ଏବଂ ଜମି ମାଫିଆ ନିର ପାଢ଼ୀ ତାଙ୍କର ଢ଼ାଲ ଏବଂ ସେମାନଙ୍କ ଜରିଆରେ କୋଟି କୋଟି ଟଙ୍କା ଖଟାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ଡାହାଣ ହାତ ବିଧାୟକ ପୂର୍ଣ୍ଣ ସ୍ୱାଇଁଙ୍କ ସମ୍ପତ୍ତି ୨୦୦୯ ମସିହାରେ ୧ ଲକ୍ଷ ୫୩ ହଜାର ଥିଲା । ମାତ୍ର ଏବେ କୋଟି କୋଟି ଟଙ୍କାର ମାଲିକ । ସାରୁଆ ସାହିରେ ୪ ତାଲା ବିଲଡିଂ, ୨୦ ଏକର ଜମି, ୩ ଏକର ୧୨୦ ଡିସିମିଲ୍ ଜମିକୁ ଜବରଦଖଲ କରି ସେଠି ଟିଭିଏସ୍ ସୋ ରୁମ୍ କରିବା ପଛରେ ପ୍ରଦୀପଙ୍କ ପ୍ରଚ୍ଛନ୍ନ ହାତ ରହିଛି । ଗଂଜାମ ଜିଲ୍ଲାରେ ନିଜକୁ ପ୍ରତିପତ୍ତିଶାଳୀ ଦେଖାଉଥିବା ପ୍ରଦୀପଙ୍କ ବେନାମୀ ଟଙ୍କା ଏଭଳି ବିଭିନ୍ନ ଜାଗାରେ ଲାଗିଥିବା ସେ ଅଭିଯୋଗ କରିଛନ୍ତି ।

Previous Post

ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ

Next Post

୧୦ ଦିନରେ ବନ୍ଦ ହୋଇଗଲା ବିଧାନସଭା

Next Post
୧୦ ଦିନରେ ବନ୍ଦ ହୋଇଗଲା ବିଧାନସଭା

୧୦ ଦିନରେ ବନ୍ଦ ହୋଇଗଲା ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA