Wednesday, July 8, 2026 07:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଷ୍ଣୁପଦ ବିବାଦ: କାଠଗଡ଼ାରେ ମୋହନ ସରକାର

ସିବିଆଇରେ ହାଜର ହେଉନାହାନ୍ତି ବିଷ୍ଣୁପଦ

by Our Correspondent
16 Dec, 2024- 07:51 PM
in Latest News, News
1 min read
0
ବିଷ୍ଣୁପଦ ବିବାଦ: କାଠଗଡ଼ାରେ ମୋହନ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏସଟି/ଏସସି ଉନ୍ନୟନ, ଭିନ୍ନକ୍ଷମ ସଶକ୍ତିକରଣ ତଥା ଭାଷା ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପରେ ସରକାରୀ ଚଞ୍ଚକତାର ବହୁ ଗୁମର ଖୋଲିବାରେ ଲାଗିଛି । ରାଜ୍ୟର ଆଶ୍ରମ ସ୍କୁଲର ଉନ୍ନତିକରଣ ପାଇଁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ କାମ ଦିଆଯାଇଥିବା ଖବର ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଗଣମାଧ୍ୟମରେ ଏହି ଖବର ଆସୁ ଆସୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଥିଲେ । ତାଙ୍କ ସରକାର ଅମଳରେ କିଛି ବେଆଇନ କାମ ହୋଇନାହିଁ ବୋଲି ଦମ୍ଭ ଦେଖାଇଥିଲେ । ଯାହା ହୋଇଛି ପୁରୁଣା ସରକାର ଅମଳରେ ବୋଲି ହଲପ କରିଥିଲେ । ବେଆଇନ କାର୍ଯ୍ୟରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ମାତ୍ର ତାଙ୍କ ସରକାର ଅମଳରେ ଅର୍ଥାତ ଅକ୍ଟୋବର ୧୯ ତାରିଖରେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଲେଖିଥିବା ଚିଠି ପଦାକୁ ଆସିଲା ପରେ ଚୁପ୍ ପଡ଼ିଯାଇଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଇତିମଧ୍ୟରେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିବାର ୫ ଦିନ ବିତିଯାଇଥିଲେ ମଧ୍ୟ ନା ସେ ସିବିଆଇରେ ହାଜର ହେଉଛନ୍ତି ନା ରାଜ୍ୟ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ସୁତରାଂ ଏହି ମାମଲାରେ ମୋହନ ସରକାର ମଧ୍ୟ କାଠଗଡ଼ାକୁ ଟାଣି ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନୀତ କରିବା ପ୍ରସଙ୍ଗରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀର ସିଏମଡିଙ୍କୁ ଗତ ଅକ୍ଟୋବର ୨୪ ତାରିଖରେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଥିଲେ । ଯଥାଶୀଘ୍ର ଏହି କାମର ପ୍ଲାନ୍/ଏଷ୍ଟିମେଟ୍ ଏବଂ ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରିଥିଲେ । ନଭେମ୍ବର ୧୫ ତାରିଖରେ ରାଉରକେଲାରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଉତ୍ସବରେ ଭିତ୍ତିପ୍ରସ୍ତର ସ୍ଥାପନର ପ୍ରସ୍ତୁତି ପାଇଁ ମଧ୍ୟ ସେ ସଜାଗ କରାଇଥିଲେ । କାର୍ଯ୍ୟକ୍ରମର ଭାଗିଦାର ଭାବେ ତାଙ୍କୁ ଉକ୍ତ ଉତ୍ସବକୁ ନିମନ୍ତ୍ରଣ କରିଥିଲେ ପ୍ରମୁଖ ସଚିବ ଶ୍ରୀ ସେଠୀ ।

ଅନ୍ୟପକ୍ଷରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପକ୍ଷରୁ ବିଷ୍ଣୁପଦ ସେଠୀଙ୍କୁ ହୋଇଥିବା ଏକ ଚିଠି ସାମନାକୁ ଆସିଛି । ଡିସେମ୍ବର ୫ରେ କମ୍ପାନୀ ଜିଜିଏମ୍ ଚଞ୍ଚଲ ମୁଖାର୍ଜୀ ଏବଂ ଜିଏମ୍ ବି.କେ.ସିଂ ତାଙ୍କୁ ଭେଟିବା ଲାଗି ଅନୁମତି ମଗାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା କମ୍ପାନୀର ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ପାଇଁ ସେମାନେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଚାହିଁଥିଲେ । ବିଷ୍ଣୁପଦଙ୍କ ଅନୁମତିକ୍ରମେ ୫ ତାରିଖରେ ଏହି ଭେଟଘାଟ ହୋଇଥିଲା । ସାକ୍ଷାତ ବେଳେ ସ୍କୁଲ ଉନ୍ନତିକରଣ କାମର ଡିପିଆର୍ ଦିଆଯାଇଥିଲା ବୋଲି ଜିଏମ୍ ବି.କେ. ସିଂ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ ଏହା ଡିଲ୍ ଆଲୋଚନା ଥିଲା ବୋଲି ସନ୍ଦେହ କରାଯାଉଛି ।

ରୋଚକ କଥା ହେଉଛି, ଏହାର ଦୁଇଦିନ ପରେ ଅର୍ଥାତ୍ ୭ ତାରିଖରେ ହୋଟେଲ ମେ ଫେୟାରରୁ ଚଞ୍ଚଲ ମୁଖାର୍ଜୀଙ୍କୁ ସିବିଆଇ ଉଠାଇଥିଲା ବେଳେ ହୋଟେଲ ବାହାରୁ ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ର ଏବଂ ପେଣ୍ଟା ଏ ଷ୍ଟୁଡିଓର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କୁ ଟେକି ନେଇଥିଲା । ଦେବଦତ୍ତଙ୍କ କାରରୁ ୧୦ ଲକ୍ଷ ଟଙ୍କା ଜବତ କରିଥିଲା ସିବିଆଇ ।

ସିବିଆଇ ଏମାନଙ୍କୁ ଛକି ବସିବା ପଛର କାରଣ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏକ ବଡ଼ କାମ ପାଇଁ ଏଠାରେ ଡିଲ୍ ହେଉଥିଲା ବୋଲି କୁହାଯାଉଛି । ଏହି କାମ ଆଶ୍ରମ ସ୍କୁଲକୁ ହାଇସ୍କୁଲ ଏବଂ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲକୁ ଉନ୍ନୀତ କରିବାର କାମ ହୋଇପାରିଥାଏ ବୋଲି ସନ୍ଦେହ କରାଯାଉଛି ।

କୁହାଯାଉଛି, ବିନା ଟେଣ୍ଡରରେ ଓଡ଼ିଶାରେ ବିଭିନ୍ନ ସ୍କୁଲର ଉନ୍ନତିକରଣ କାମ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀକୁ ଦିଆଯାଉଥିଲା । କିନ୍ତୁ କମ୍ପାନୀରୁ ସବ ଲେଟ୍ ରେ କାମ ନେଉଥିଲେ ରାଜ୍ୟର କିଛି ଘରୋଇ ରିଏଲ୍ ଇଷ୍ଟେଟ୍ କମ୍ପାନୀ । ଯେଉଁଥିରେ ପ୍ରମୁଖ ଥିଲେ ଆଦିତ୍ୟ ଦେବ ଇନଫ୍ରା ଏବଂ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ । ଏହି ହିସାବରେ ପ୍ରକୃତରେ ସବୁ କାମ ଏମାନେ ପାଉଥିଲେ । ତେଣୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ପାଇଁ ଏମାନେ ମଧ୍ୟସ୍ଥି କରି ମାଲେମାଲ୍ ହେଉଥିଲେ ।

ଏହି ସିଣ୍ଡିକେଟରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଲିଙ୍କ୍ ର ତଥ୍ୟ ସିବିଆଇ ପାଖରେ । ସେଥିପାଇଁ ତାଙ୍କୁ ଜେରା କରିବାକୁ ଡାକରା ଦେଇଛି । ସେ କାହାରିକୁ କେତେବେଳେ ଭେଟୁଥିଲେ ତାହାର ତଥ୍ୟ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କଠାରୁ ପଚାରି ବୁଝିଛି ।

ଡିସେମ୍ବର ୧୧ ତାରିଖରେ ସିବିଆଇ ନିକଟରେ ହାଜର ହେବାକୁ ଶ୍ରୀ ସେଠୀଙ୍କୁ ନିର୍ଦ୍ଦେଶ ଥିଲା । ୧୦ ତାରିଖରେ ତାଙ୍କୁ ଏଥିପାଇଁ ଚିଠି ହୋଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ସେ ସିବିଆଇରେ ହାଜର ହୋଇନାହାନ୍ତି । ଗିରଫରୁ ବର୍ତ୍ତିବା ପାଇଁ ଓକିଲଙ୍କ ଜରିଆରେ ଆଜି ଜାମିନ ଆବେଦନ କରିବାର ଥିଲା । କିନ୍ତୁ ତାହା ହୋଇଛି ନା ନାହିଁ ଜଣାପଡ଼ିନାହିଁ । ସିବିଆଇକୁ ତଦନ୍ତରେ ସହଯୋଗ କରୁ ନ ଥିବାରୁ ତାଙ୍କ ଉପରେ ଯେ ବିପଦ ମାଡ଼ି ଆସୁଛି ତାହା ଜଳ ଜଳ ଦିଶୁଛି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋହନ ସରକାରଙ୍କୁ ଲୋକେ କାଠଗଡ଼ାକୁ ଟାଣିଲେଣି ।

ସୂଚନାଥାଉକି, ରିମାଣ୍ଡରେ ଆସି ଜେରା ହେଉଥିବା ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ ର ନିର୍ଦ୍ଦେଶକ ତଥା ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ହଠାତ୍ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ରିମାଣ୍ଡର ଶେଷ ଦିନ ଥିବାରୁ ସିବିଆଇ ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ । ମାତ୍ର ସନ୍ତୋଷ ତାହାକୁ ସାମନା କରିପାରିଲେନି । ତାଙ୍କର ଦେହ ଖରାପ ହୋଇଗଲା । ଝାଡ଼ା, ବାନ୍ତି ଫିଟିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିବାକୁ ପଡ଼ିଲା ।

ଅନ୍ୟ ଦୁଇ ଅଭିଯୁକ୍ତ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ର ଗ୍ରୁପ୍ ଜିଏମ୍ ଚଞ୍ଚଲ ମୁଖାର୍ଜୀ ଏବଂ ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଦେବଦତ୍ତ ମହାପାତ୍ରଙ୍କୁ ମଧ୍ୟ ଶେଷ ଦିନରେ ଜେରା କରାଯାଇଥିଲା । ଅପରାହ୍ନରେ ଏହି ତିନିଜଣଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ତାଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ବିଷ୍ଣୁପଦ ସେଠୀଙ୍କୁ ଗିରଫ ଦାବିରେ ଆଜି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ତାଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମାତ୍ର ଏହି ସମୟରେ ଏକ ଅଘଟଣ ଦେଖିବାକୁ ମିଳିଥିଲା । ବିରୁଡ଼ି ଆକ୍ରମଣର ଶିକାର ହୋଇଥିଲେ ବିକ୍ଷୋଭକାରୀ । ସେଠାରେ ଉପସ୍ଥିତ ପୁଲିସ ଏବଂ ସାମ୍ବାଦିକମାନେ ବି ବିରୁଡ଼ି ଆକ୍ରମଣରୁ ଛାଡ଼ ପାଇ ନ ଥିଲେ । ବିକ୍ଷୋଭକୁ ଭଣ୍ଡୁର କରିବା ପାଇଁ ଏହା ପ୍ରାୟୋଜିତ ଆକ୍ରମଣ ଥିଲା ବୋଲି ଯୁବ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି । ବିଷ୍ଣୁପଦ ଗିରଫ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେମାନେ ଧମକ ଦେଇଛନ୍ତି ।

ସୂଚନାଥାଉକି,  ୭ ତାରିଖ ସଂଧ୍ୟାରେ ହୋଟେଲ୍ ମେ ଫେୟାର୍ ସାମନାରୁ ସିବିଆଇ ଟିମ୍ ୪ ଜଣଙ୍କୁ ଉଠାଇ ନେଇଥିଲା । ୧୦୦ କୋଟିର କାମ ହାତେଇବା ପାଇଁ ଡିଲ୍ ହେବାକୁ ଯାଉଥିବା ବେଳେ ସିବିଆଇ ହାବୁଡରେ ଏମାନେ ପଡ଼ିଥିଲେ ବୋଲି ବିଶ୍ୱସ୍ତ ସୂତ୍ରର ସୂଚନା ଆଧାରରେ ଆମେ (ମିଡ ଡେ ଓଡିଶା) ଖବର କରିଥିଲୁ । ଏହି ଘଟଣାରେ ଜଣେ ବରିଷ୍ଠ ଅଧିକାରୀଙ୍କର ସଂପୃକ୍ତି ରହିଥିବା ଆମେ ପ୍ରଥମେ ଜଣାଇଥିଲୁ । ବରିଷ୍ଠ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପରେ ତାହା ସତ୍ୟ ବୋଲି ପ୍ରମାଣିତ ହୋଇଛି ।

Previous Post

ଆଉ ନାହାନ୍ତି ଜାକିର ହୁସେନ

Next Post

‘ଆମେ ନବୀନଙ୍କ ସହ ଅଛୁ, ରହିବୁ’

Next Post
‘ଆମେ ନବୀନଙ୍କ ସହ ଅଛୁ, ରହିବୁ’

'ଆମେ ନବୀନଙ୍କ ସହ ଅଛୁ, ରହିବୁ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA