Tuesday, June 23, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ଡକାଏତ କହି ଧୋଇଲେ ସୁଲତା

ଫେସବୁକ୍ ଲାଇଭ୍ ରେ ହଟଚମଟ

by Our Correspondent
29 Aug, 2024- 11:56 PM
in Latest News, News
1 min read
0
ବୈଜୟନ୍ତଙ୍କୁ ଡକାଏତ କହି ଧୋଇଲେ ସୁଲତା

ଭୁବନେଶ୍ୱର: ବୈଜୟନ୍ତ ପଣ୍ଡା, ଜାଗୀ ମଙ୍ଗତ କୌର.. କ’ଣ ଭାବୁଛନ୍ତି ଆପଣ ନିଜକୁ । ଆପଣଙ୍କ ପୋଷା ଓଟିଭି, ଓଡ଼ିଶା ରିପୋର୍ଟରଙ୍କୁ ଲଗାଇ ମୋତେ ବ୍ୟକ୍ତିଗତ ଆକ୍ଷେପ କରୁଛନ୍ତି? ମୋର ପୁଣି ପରିଚୟ ସଙ୍କଟ ଥିବା ପ୍ରଚାର କରୁଛନ୍ତି? ଆପଣଙ୍କୁ ଲାଜ ଲାଗୁନି? ଓହୋ.. ଆପଣ ଡକାଏତ ପରା । ସେଥିପାଇଁ ପରିଚୟ ସଙ୍କଟ ନାହିଁ । ମୁଁ ଜଣେ ସାଧାରଣ ମହିଳା ବୋଲି ପରିଚୟ ସଙ୍କଟରେ ଅଛି..ନା?? ଆପଣ ମତେ ଚିହ୍ନିନାହାନ୍ତି । ମୁଁ ବହୁତ ଶାନ୍ତ । ଆଉ ଯେତେବେଳେ ମୋ ଇଜ୍ଜତ ଉପରେ କିଏ ଅଙ୍ଗୁଳି ଉଠାଇବାକୁ ଚେଷ୍ଟା କରେ, ମୁଁ ବହୁତ ଫିଉରିୟସ୍ । କାହାକୁ ଛାଡ଼େନି । ପୂରା ଲଙ୍ଗଳା କରିଦେବି । ତଥ୍ୟ ପ୍ରମାଣ ସହ । ଚେତାବନୀ ଦେଲି । ବିଲକୁଲ୍ ମୋ ସାଥୀରେ ଲାଗିବେନି । ବି କେୟାରଫୁଲ୍!!

ଏ କୌଣସି ନାଟକର ସଂଳାପ ନୁହେଁ । ବିଜେଡିର ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଆଜି ଏକ ଫେସବୁକ୍ ଲାଇଭରେ ଏମିତି ସିଧା ସିଧା ଶୁଣାଇଛନ୍ତି । କୋଉ ଯାଇତାହି ନେତାଙ୍କୁ ନୁହେଁ, ବୈଜୟନ୍ତ ପଣ୍ଡାଙ୍କ ଭଳି ଅତ୍ୟନ୍ତ ପ୍ରଭାବଶାଳୀ ନେତାଙ୍କୁ ତାଙ୍କର କ୍ରୋଧଭରା ଖୋଲା ଚାଲେଂଜ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ହଟଚମଟ ସୃଷ୍ଟି କରିଛି । ପଣ୍ଡା କମ୍ପାନୀର ଓଟିଭି ଏବଂ ଓଡିଶା ରିପୋର୍ଟର ଲଗାତର ଭାବେ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଥିବା ଅଭିଯୋଗ ଆଣି ଫେସବୁକ୍ ଲାଇଭ୍ ଜରିଆରେ ସେ ଏହାର ଜବାବ ଦେଇଛନ୍ତି ।

ବୈଜୟନ୍ତ ଓ ଜାଗୀଙ୍କ ଉଦ୍ଦେଶ୍ୟରେ ସୁଲତା କହିଛନ୍ତି, ଆପଣଙ୍କ ହାତରେ ମିଡିଆ ସଂସ୍ଥା ଅଛି ବୋଲି କ’ଣ ଯାହାକୁ ପାଇଲେ ତାକୁ ବ୍ୟକ୍ତିଗତ ଆକ୍ଷେପ କରିବେ? ଥରେ ନୁହେଁ, ଅନେକ ଥର ମୋତେ ପର୍ସନାଲ୍ ଆଟାକ୍ କରିଛନ୍ତି । ଏବେ ସୁଲତା ଦେଓର ପରିଚୟ ସଙ୍କଟ ଅଛି ବୋଲି ପ୍ରଚାର କରିଛନ୍ତି । ବୈଜୟନ୍ତ ବାବୁ, ଆପଣ ଭୁଲି ଯାଆନ୍ତୁ ନାହିଁ । ଆପଣ ଲୋୟର ହାଉସ୍ ର ସଦସ୍ୟ ଆଉ ମୁଁ ଅପର୍ ହାଉସ୍ ର ସଦସ୍ୟ । ଆପଣ ଯଦି ପରିଚୟ ସଙ୍କଟ କଥା କହୁଛନ୍ତି ତେବେ ହୋଇପାରେ ଆପଣଙ୍କର ନାହିଁ । କାରଣ ଆପଣ ଡକାଏତ । ବେପାର ବଢ଼ାଇବାକୁ ରାଜନୀତିକୁ ଆସିଛନ୍ତି । ଆପଣଙ୍କ ପରିବାରରୁ କିଏ ଏବଂ କେମିତି ରାଜ୍ୟସଭା ଯାଇଥିଲେ ତାହା ଓଡ଼ିଶାବାସୀ ଭଲ ଭାବେ ଜାଣିଛନ୍ତି ।

ଆଉ ମୋ ପରିଚୟ ସଙ୍କଟ କଥା ପଚାରୁଛନ୍ତି? ମୁଁ ସାଧାରଣ ପରିବାରରୁ ସଂଘର୍ଷ କରି ଆସିଛି । ୨୪ ବର୍ଷ ଧରି ରାଜନୀତିରେ ଅଛି । ସରପଞ୍ଚରୁ ଆଜି ଏହି ଜାଗାରେ ପହଞ୍ଚିଛି । ଆପଣଙ୍କ ସବୁ କଥା ଖୋଲି କହିବି?? ଆପଣ ଆପଣଙ୍କ ବ୍ୟବସାୟିକ ସମୃଦ୍ଧି ପାଇଁ ନବୀନ ପଟ୍ଟନାୟକଙ୍କୁ ତେଲମାରି ରାଜ୍ୟସଭା ଯାଇଥିଲେ ନା ନାଇଁ? ଆପଣଙ୍କୁ ଲାଜ ଲାଗୁନି? ଟିକେ ସରମ ନାହିଁ ଆପଣଙ୍କର?

ମହାକାଳପଡ଼ାର ଦଳିତ ନାବାଳିକାକୁ ଆପଣଙ୍କ ଓଟିଭି ଅଫିସରେ ଗଣଦୁଷ୍କର୍ମ କରାଗଲା । ୩ ଅଭିଯୁକ୍ତ ଏବେ ଜେଲ୍ ରେ ଅଛନ୍ତି । ଆପଣ ସେକଥା ଭୁଲିଗଲେଣି କି?

କ୍ରୋମାଇଟ୍ ର ଏକ୍ସସେସ୍ ମାଇନିଂ ପାଇଁ ଆପଣଙ୍କୁ ଯାଜପୁର ଜିଲ୍ଲାପାଳ ନୋଟିସ୍ କରିଥିଲେ । ସେକଥା ଭୁଲିଗଲେ କି? ଆପଣ ଫାଇନ୍ କାହିଁକି ଦେବେନି?

ଖୋର୍ଦ୍ଧାରେ ଦଳିତଙ୍କ ଜମିକୁ ହଡ଼ପ କରିଥିଲେ । ସେକଥା ଭୁଲିଗଲେ କି?

୮୦୦ କୋଟି ଟଙ୍କା ବିଜୁଳି ପଇସା ଖାଇଥିଲେ । ସେକଥା ଭୁଲିଗଲେ?

କୋଣାର୍କରେ ଯୋଉ ୨୦୦ ଏକର ଜମି ଅଛି.. କହିବି!! ସମସ୍ତଙ୍କୁ ଜଣାଇବି କି?

ଆପଣ ନିଜକୁ ଏକଚାଟିଆ ଚାଲାକ ଭାବନ୍ତୁନୁ । ମୁଁ ଗୋଟେ ସାଧାରଣ ପରିବାରରୁ ଆସି ସଂଘର୍ଷ କରି ଏଠାରେ ପହଞ୍ଚିଛି । ଗୋଟେ ଟଙ୍କା କାହାରିଠୁ ଖାଇନି । ମୋ ନାଁରେ ଯଦି ଗୋଟେ ବି କଳାଦାଗ ଲାଗିଥିବ, ଯାହା କହିବ ତାହା କରିବି । ମୁଁ କେନ୍ଦ୍ରାପଡ଼ା ଝିଅ, ଯାଜପୁର ବୋହୂ । ମୋତେ ଡର ଦେଖାଇବେନି । ଯଦି ଅଣ୍ଡିରା ପୁଅ ଡାକ୍ତନ୍ତୁ ଆପଣଙ୍କ କ୍ୟାମେରାମ୍ୟାନ୍ କୁ ଧରି କୋଉଠିକୁ ଆସନ୍ତୁ । କଥା ହେବା । ଯଦି ସତସାହାସ ଅଛି ସାମନା କରନ୍ତୁ । ପଛରେ ରହି ଛୁୂରିକା ଘାତ କରନ୍ତୁନି । ଚୁଚୁନ୍ଦ୍ରା କାଣ୍ଡ କରନ୍ତୁନୁ । ଭଦ୍ରଲୋକଙ୍କୁ ଏହା ଶୋଭା ପାଏନି । ଆପଣଙ୍କୁ ଭଦ୍ରଲୋକ କହିବା ବି ମୋର ଭୁଲ୍ । ଭଦ୍ରଲୋକ ହୋଇଥିଲେ ଆପଣ ଜଣେ ମହିଳାଙ୍କ ବ୍ୟକ୍ତିଗତ ଆକ୍ଷେପ କରି ମିଛ ପ୍ରଚାର କରନ୍ତେ ନାହିଁ ।

ଆପଣ କିଭଳି ଭଦ୍ରଲୋକ ତାହା ଓଡ଼ିଶାବାସୀ ଜାଣନ୍ତି । ଆପଣ ପରା ବେପାର ପାଇଁ ରାଜନୀତିକୁ ଆସିଛନ୍ତି । ପ୍ୟାରୀବାବୁ ଆପଣଙ୍କୁ ଠିକ୍ ଚିହ୍ନିଥିଲେ । ସେଥିପାଇଁ ରାଜ୍ୟସଭା ପଠାଇବାକୁ ଚାହୁଁ ନ ଥିଲେ । ନବୀନ ବାବୁ ସରଳ ଲୋକ ବୋଲି ଫସିଗଲେ । ଅପେକ୍ଷା କରନ୍ତୁ । ଓଡ଼ିଶାର ରତ୍ନଭଣ୍ଡାରକୁ ଆପଣ କେମିତି ଲୁଟ୍ କରୁଛନ୍ତି, ତଥ୍ୟ ପ୍ରମାଣ ସହ କହିବି । ପାର୍ଲାମେଣ୍ଟରେ କହିବି । ପୂରା ଲଙ୍ଗଳା କରିବି । ଛାଡ଼ିବିନି ।

ତେବେ ସୁଲତାଙ୍କ ଏହି ଫେସବୁକ୍ ଲାଇଭ୍ ଉପରେ ବୈଜୟନ୍ତ ପଣ୍ଡା କି ତାଙ୍କ ଅଫିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

Previous Post

୧୫ କୋଟିର ପେଡ୍ ନ୍ୟୁଜ୍ !

Next Post

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

Next Post
ଖବର.. ଯାହାଙ୍କୁ ଯେମିତି ସୁହାଇଲା !

ଖବର.. ଯାହାଙ୍କୁ ଯେମିତି ସୁହାଇଲା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA