ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳାଙ୍କୁ ଏବେ ତାଳଚେର ଅଞ୍ଚଳର ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ସାଙ୍ଗରେ ଶ୍ୱଶୁର ଦେବେନ୍ଦ୍ର ପ୍ରଧାନଙ୍କୁ ବି ଦେଖିବାକୁ ମିଳିଲାଣି । ରାଜନୀତିରୁ ସନ୍ୟାସ ନେଇସାରିଥିବା ବିଜେପିର ଏକଦା ଏହି ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଦୀର୍ଘ ବର୍ଷ ପରେ ଲୋକମାନେ ମଞ୍ଚରେ ଦେଖିଛନ୍ତି । ବୋହୁ ସାଙ୍ଗରେ ତାଙ୍କୁ ଗୋଟିଏ ମଞ୍ଚରେ ଦେଖି ସାଧାରଣରେ କୌତୁହଳ ସୃଷ୍ଟି ହୋଇଥିବା ବେଳେ ନୂଆ ରାଜନୈତିକ ସମୀକରଣର ଆଭାସ ଆସିଛି ।







