Thursday, April 30, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଟିଏମସି ଫେରିଲେ ମୁକୁଲ ରାୟ

'ବର୍ତ୍ତମାନ ପରିସ୍ଥିତିରେ ବିଜେପିରେ କେହି ରହିପାରିବେନି'

by Our Correspondent
11 Jun, 2021- 05:48 PM
in Latest News, National, News, Politics
1 min read
0
ଟିଏମସି ଫେରିଲେ ମୁକୁଲ ରାୟ

କୋଲକତା: ପଶ୍ଚିମବଙ୍ଗ ବିଜେପିକୁ ବଡ଼ ଧକ୍କା । ଗତ ୪ ବର୍ଷ ଧରି ଦଳର ଫେସ୍ ବନିଥିବା ମୁକୁଲ ରାୟ ବିଜେପିରୁ ମୋହ ତୁଟାଇଛନ୍ତି । ପୁରୁଣା ଘର ମମତା ବାନାର୍ଜୀଙ୍କ ପାଖକୁ ଫେରି ଆସିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ବିଜେପିରେ କେହି ରହିପାରିବେନି ବୋଲି ମୁକୁଲ କହିଛନ୍ତି । ତାଙ୍କ ପୁଅ ଶୁଭା୍ରଂଶୁ ମଧ୍ୟ ଟିଏମସି ଫେରିଛନ୍ତି । ମୁକୁଲଙ୍କ ଟିଏମସି ପ୍ରତ୍ୟାବର୍ତ୍ତନକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ସ୍ୱାଗତ କରିଛନ୍ତି ।

ଆଜି ଅପରାହ୍ନ ସାଢ଼େ ଦୁଇଟାରେ ମୁକୁଲ ତାଙ୍କ ବାସଭବନରୁ ବାହାରି ସିଧା ଆସିଥିଲେ ତୃଣମୂଳ ଭବନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୁତୁରା ଅଭିଷେକ ମଧ୍ୟ ସେଠି ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା କାଳ ଆଲୋଚନା ହେବା ପରେ ଅପରାହ୍ନ ୪.୩୦ରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସ ଫେରିଥିବା ମୁକୁଲ ବିଧିବଦ୍ଧ ଭାବେ ଘୋଷଣା କରିବା ପରେ ଅଭିଷେକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁକୁଲଙ୍କ ରାଜନୈତିକ ଆଦର୍ଶ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିବାକୁ ସେ କାହିଁକି ବିଜେପି ଛାଡ଼ିଲେ ପରେ କହିବେ ବୋଲି କହିଥିଲେ ।

ତେବେ ମମତା କିନ୍ତୁ ଏହାର ରୋକଠୋକ ଜବାବ ଦେଇଥିଲେ । କହିଥିଲେ, ମୁକୁଲ ବିଜେପି ପାଇଁ ପ୍ରଚାର କରୁଥିଲେ ମଧ୍ୟ ତୃଣମୂଳ ବିରୋଧରେ କହିନାହାନ୍ତି । ବିଜେପି ଦ୍ୱାରା ଭୟଭୀତ ହୋଇ ସେ ବିଜେପିକୁ ଯାଇଥିଲେ । ଏହା ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଲା । ତେବେ ଆଦର୍ଶ କଥା କୁହନାହିଁ । ମୁଁ ବିଜେପି ମିଡ଼ିଆକୁ ଏଥିରେ ସନ୍ତୁଷ୍ଟ କରିପାରିବି ନାହିଁ । ବିଜେପି ବାଲା ତୃଣମୂଳକୁ କାହିଁକି ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ପଚାର । ବିଜେପି ଯାହା କରୁଛି ଆମେ କରିବୁ ନାହିଁ ବୋଲି ମମତା କହିଥିଲେ । ବିଜେପିରୁ ଆହୁରି ଅନେକ ନେତା ତୃଣମୂଳ ଫେରିଆସିବା ଏକ ପ୍ରଶ୍ନରେ ମମତା ସ୍ପଷ୍ଟ କରିଥିଲେ ଯେ ଯେଉଁମାନେ ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ବିଜେପିକୁ ଯାଇଛନ୍ତି ସେମାନଙ୍କୁ ଦଳରେ ଗ୍ରହଣ କରାଯିବ ନାହିଁ ।

ସୂଚନାଥାଉକି, ତୃଣମୂଳ କଂଗ୍ରେସରେ ଏକଦା ସେକେଣ୍ଡ ଇନ୍ କମାଣ୍ଡ ଥିଲେ ମୁକୁଲ ରାୟ । ମମତା ତାଙ୍କୁ ରାଜ୍ୟସଭା ପଠାଇବା ସହ ଉପା ସରକାରର ଦ୍ୱିତୀୟ ପାଳିରେ କେନ୍ଦ୍ରମନ୍ତ୍ରୀ କରାଇଥିଲେ । ମମତାଙ୍କର ଏହି ଘନିଷ୍ଠ ସହଯୋଗୀ ପରବର୍ତ୍ତୀ ସମୟରେ ଶାରଦା ଏବଂ ନାରଦା ଲାଞ୍ଚ ମାମଲାରେ ଫସିବା ପରେ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା ।

ତେବେ ତୃଣମୂଳ କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟ ମୁକୁଲ ଏହି ଦଣ୍ଡ ସହିବାକୁ ପ୍ରସ୍ତୁତ ନ ଥିଲେ । ୨୦୧୭ ନଭେମ୍ବରରେ ସେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପଶ୍ଚିମବଙ୍ଗରୁ ମମତାଙ୍କୁ ହଟାଇବା ପାଇଁ ବିଜେପିର ମୁଖ୍ୟ ଅସ୍ତ୍ର ହୋଇଥିଲେ ମୁକୁଲ । ଗତବର୍ଷ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପସଭାପତି ପଦରେ ନିଯୁକ୍ତି ଦିଆଯାଇଥିଲା । ଗତ ବିଧାନସଭା ନିର୍ବାଚନରେ ମମତାଙ୍କ ବିରୋଧରେ ବିଜେପିର ପ୍ରଚାର ରଣନୀତି ପ୍ରସ୍ତୁତ କରିଥିଲେ ମୁକୁଲ । ନଦିଆ ଜିଲ୍ଲା କ୍ରିଷ୍ଣନଗର ଉତ୍ତର ଆସନରୁ ନିଜେ ନିର୍ବାଚନ ଲଢ଼ି ଜିତିଥିଲେ ।

ତେବେ ନିର୍ବାଚନ ପରେ ମୁକୁଲଙ୍କ ହାବଭାବ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳ ନେତା କରିବା ତାଙ୍କ ପାଇଁ ଅସହ୍ୟ ଥିଲା ବୋଲି କୁହାଯାଉଛି । ଇତିମଧ୍ୟରେ ମୁକୁଲଙ୍କ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲା ବେଳେ ଟିଏମସିର ସେକେଣ୍ଡ ଇନ କମାଣ୍ଡ ତଥା ମମତାଙ୍କ ପୁତୁରା ଅଭିଷେକ ତାଙ୍କୁ ଦେଖିବାକୁ ଯାଇଥିଲେ । ଯାହା ହଟଚମଟ ସୃଷ୍ଟି କରିଥିଲା । ନିକଟରେ ଅନୁଷ୍ଠିତ ରାଜ୍ୟ ବିଜେପିର ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକକୁ ମୁକୁଲ ଆସି ନଥିବାରୁ ସେ ଟିଏମସି ଫେରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିଥିଲା ।

Previous Post

ଚାଲିଗଲେ ପ୍ରଫେସର ରାଧାମୋହନ

Next Post

ପୁଲିସ ଚାକିରି କରିବେ କିନ୍ନର

Next Post
ପୁଲିସ ଚାକିରି କରିବେ କିନ୍ନର

ପୁଲିସ ଚାକିରି କରିବେ କିନ୍ନର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA