Saturday, June 27, 2026 03:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ନାହାନ୍ତି ପ୍ରଫୁଲ୍ଲ କର

ଚିରନିଦ୍ରାରେ କମଳ ଦେଶ ରାଜକୁମାର

by Our Correspondent
17 Apr, 2022- 11:55 PM
in Latest News, News
1 min read
0
ଆଉ ନାହାନ୍ତି ପ୍ରଫୁଲ୍ଲ କର

ଭୁବନେଶ୍ୱର: ବିଶିଷ୍ଟ ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉ ଇହଜଗତରେ ନାହାନ୍ତି । ୮୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଓଡ଼ିଶାର ଘରେ ଘରେ ପରିଚିତ ସଙ୍ଗୀତ ଜଗତର ଏହି ବାଦଶାହଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ସଙ୍ଗୀତ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ବୟସାଧିକ କାରଣ ଯୋଗୁଁ ଶ୍ରୀଯୁକ୍ତ କର ବେଳେ ବେଳେ ଅସୁସ୍ଥ ରହୁଥିଲେ । କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲ୍ ଯାଇ ଫେରିଥିଲେ । ଆଜି ସତ୍ୟନଗର ବାସଭବନରେ ସେ ଖାଇପିଇ ଶୋଇଥିବା ବେଳେ ରାତି ସାଢ଼େ ୯.୩୦ ବେଳକୁ ହଠାତ୍ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଥିଲା । ପୁଅ ମହାଦୀପ କରଙ୍କଠାରୁ ଗଣମାଧ୍ୟମ ତାଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲା ।

ଦୀର୍ଘ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଜଗତରେ ରାଜ କରିଥିବା ପ୍ରଫୁଲ୍ଲ କର ଏକାଧାରରେ ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର ଓ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଚଳଚ୍ଚିିତ୍ର ସଙ୍ଗୀତଠାରୁ ଆରମ୍ଭ କରି ଆଧୁନିକ ସଙ୍ଗୀତ ଓ ଭଜନରେ ସେ ଏକ ସ୍ୱତନ୍ତ୍ର ଧାରାର ପ୍ରବର୍ତ୍ତକ ଥିଲେ । ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତରେ ସେ ଥିଲେ ପ୍ରବୀଣ । ତାଙ୍କର ସବୁ ଗୀତଗୁଡ଼ିକ କାଳଜୟୀ ହୋଇ ରହିଛି । ପ୍ରଫୁଲ୍ଲ କର ଓଡ଼ିଆ ସଙ୍ଗୀତ ଜଗତକୁ ଏକ ନୂଆ ସୋପାନରେ ପହଞ୍ଚାଇଥିଲେ । କେବଳ ସଙ୍ଗୀତ ନୁହେଁ, ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବଳ ଦଖଲ ଥିଲା । ଜଣେ ବିଶିଷ୍ଟ ସ୍ତମ୍ଭକାର ଭାବରେ ସେ ସୁଖ୍ୟାତି ଅର୍ଜନ କରିଥିଲେ ।

ଭାରତ ସରକାରଙ୍କ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଏବଂ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଚଳଚିତ୍ର ସମ୍ମାନ ଜୟଦେବ ପୁରସ୍କାର ସମେତ ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଥିଲେ । ୮ ଥର ଶ୍ରେଷ୍ଠ ସଙ୍ଗୀତକାର ପୁରସ୍କାର ପାଇଥିଲେ ସେ ।

ସୋମବାର ଦିନ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

Previous Post

ବିଜୁବାବୁଙ୍କୁ ମନେ ପକାଇଲେ

Next Post

ଏକ ଯୁଗର ଅବସାନ…

Next Post
ଏକ ଯୁଗର ଅବସାନ…

ଏକ ଯୁଗର ଅବସାନ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA