Thursday, July 9, 2026 11:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ

by Our Correspondent
09 Jul, 2026- 07:38 PM
in Latest News, News
1 min read
0
ଓଡ଼ିଶା ମାଟିରୁ ନୀଳ ବିପ୍ଳବର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସାମୁଦ୍ରିକ ମତ୍ସ୍ୟକ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥବ୍ୟବସ୍ଥା’ ଇତିହାସରେ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ଭବ୍ୟ ଜାତୀୟସ୍ତରର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍ ମୁକ୍ତ ସାଗରରେ ଦୀର୍ଘସ୍ଥାୟୀ ମତ୍ସ୍ୟ ଉତ୍ପାଦନ ଲାଗି ଉଦ୍ଦିଷ୍ଟ ‘ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ଅନୁମୋଦନ ପତ୍ରର ଜାତୀୟ ଶୁଭାରମ୍ଭ କରିଛନ୍ତି। ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ଆୟୋଜିତ ଏହି ସମାରୋହରେ ଜାତୀୟ ସମବାୟ ରପ୍ତାନି ଲିମିଟେଡ୍ ସମେତ ବିଭିନ୍ନ ପ୍ରମୁଖ ମତ୍ସ୍ୟ ସମବାୟ ସମିତି ଏବଂ ମାଛଧରା ଜାହାଜର ମାଲିକମାନଙ୍କୁ ସ୍ୱତନ୍ତ୍ର ଅନୁମୋଦନ ପତ୍ର ବଣ୍ଟନ କରାଯାଇଛି, ଯାହା ଦ୍ୱାରା ଯୋଗ୍ୟ ଭାରତୀୟ ଜାହାଜଗୁଡ଼ିକୁ ଦେଶର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ବାହାରେ ଥିବା ଗଭୀର ଅନ୍ତର୍ଜାତୀୟ ସାମୁଦ୍ରିକ ଜଳସୀମାରେ ନିୟନ୍ତ୍ରିତ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଉଚ୍ଚ-ମୂଲ୍ୟବାନ ମାଛ ଧରିବା ପାଇଁ ଅନୁମତି ମିଳିପାରିବ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ଓଡ଼ିଆ ଭାଷାରେ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ ଓଡ଼ିଶାର ସାଂସ୍କୃତିକ ଓ ନୌବାଣିଜ୍ୟର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରି କହିଥିଲେ, ଓଡ଼ିଶାର ଐତିହାସିକ ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ଉତ୍ସବ ଏହି ମାଟିର ବୀର ସାଧବ ପୁଅମାନଙ୍କ ସମୁଦ୍ର ଯାତ୍ରା ଓ ସମୃଦ୍ଧ ନୌବାଣିଜ୍ୟ ପରମ୍ପରାର ଜ୍ୱଳନ୍ତ ପ୍ରତୀକ। ଆଜିର ଏହି ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ସେହି ପୁରାତନ ଗୌରବକୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପୁନର୍ଜୀବିତ କରିବାକୁ ଯାଉଛି। ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର-ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା ୨୦୨୫’ ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଏଲଓଏ କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣ-ହସ୍ତାନ୍ତରଯୋଗ୍ୟ ଅଟେ, ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ।

ସେ କହିଥିଲେ ଯେ, ଏହା ‘ରିଅଲକ୍ରାଫ୍ଟ ମାଛଧରା ଜାହାଜ ପଞ୍ଜିକରଣ ପୋର୍ଟାଲ୍’ ସହିତ ସମନ୍ୱିତ ହୋଇଥିବାରୁ ବ୍ୟବସ୍ଥିତ, ତଥ୍ୟ- ପରିଚାଳିତ ଏବଂ ପ୍ରତ୍ୟକ୍ଷ ନିରୀକ୍ଷଣଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇଥାଏ। ଏହି ପ୍ରକ୍ରିୟା ଅନଲାଇନ୍ ଏବଂ ବାସ୍ତବ ସମୟରେ ଟ୍ରାକିଂ ହୋଇପାରୁଥିବାରୁ ଏହା ମତ୍ସ୍ୟଜୀବୀ ଓ ଜାହାଜ ପରିଚାଳକମାନଙ୍କ ପାଇଁ ନିୟମର ଅନୁପାଳନକୁ ସରଳ କରିବ। ଏହି ଜାହାଜଗୁଡ଼ିକ ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିକୁ ଏକ ନୂଆ ଉଚ୍ଚତାକୁ ନେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମାରୋହରେ ଯୋଗଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି ଯେ ଭାରତର ଦୀର୍ଘ ଉପକୂଳ ଏବଂ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାର ଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବେ ବୋଲି ସେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ମୁକ୍ତ ସାଗରରେ ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକ ଦ୍ୱାରା ମତ୍ସ୍ୟ ସମ୍ପଦର ଦୀର୍ଘସ୍ଥାୟୀ ଉପଯୋଗ ପାଇଁ ଏହି ‘ଲେଟର ଅଫ୍ ଅଥରାଇଜେସନ୍ ପ୍ରଦାନର ଜାତୀୟ ଶୁଭାରମ୍ଭ ଓଡ଼ିଶା ମାଟିରେ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ। ଆମ ସମୁଦ୍ର କେବଳ ଭୌଗୋଳିକ ସୀମା ନୁହେଁ, ବରଂ ରାଜ୍ୟର ୬ ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନରେଖା ଓ ପରିଚୟ ଅଟେ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ଐତିହାସିକ ନୂତନ ଅଧ୍ୟାୟରେ ପ୍ରବେଶ କରୁଛି।

ଓଡ଼ିଶାର ଦୀର୍ଘକାଳୀନ ବ୍ଲୁ-ଇକୋନୋମି ରୋଡମ୍ୟାପ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, “ଓଡ଼ିଶା ଭିଜନ-୨୦୩୬ ଏବଂ ବିକଶିତ ଭାରତ-୨୦୪୭ ସହ ସମନ୍ୱିତ କରି ଆମେ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକୁମେଣ୍ଟ’ ର ଶୁଭାରମ୍ଭ କରିଛୁ, ଯାହା ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ଉପକୂଳର ସର୍ବୋତ୍ତମ ଉପଯୋଗ କରିବ। ଆମର ପାରାଦୀପ, ଧାମରା, ଗୋପାଳପୁର ବନ୍ଦର ସହିତ ଚାନ୍ଦିପୁର ଓ ଅସ୍ତରଙ୍ଗ ଭଳି ସ୍ଥାନରେ ଫିସ୍ ଲ୍ୟାଣ୍ଡିଙ୍ଗ୍ ସେଣ୍ଟର, ହୋଲସେଲ ମାର୍କେଟ ଏବଂ ଆକ୍ୱା ପାର୍କ ଆଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ‘ରିଅଲ୍ କ୍ରାଫ୍ଟ’ ପୋର୍ଟାଲ ମାଧ୍ୟମରେ ସମ୍ପୂର୍ଣ୍ଣ ଅନଲାଇନ୍ ଏବଂ ସ୍ୱଚ୍ଛ ପ୍ରକ୍ରିୟାରେ ଏହି ବ୍ୟବସ୍ଥା ପରିଚାଳିତ ହେଉଛି। ନୌ-ବାଣିଜ୍ୟ କ୍ଷେତ୍ରରେ ଓଡ଼ିଶାର ହଜାର ହଜାର ବର୍ଷର ଗୌରବଶାଳୀ ଇତିହାସ ରହିଛି ଏବଂ ଆଜିର ଏହି ପଦକ୍ଷେପ ସେହି ପରମ୍ପରାକୁ ଆଗକୁ ବଢ଼ାଇବା ସହ ଓଡ଼ିଶାକୁ ପୂର୍ବ ଭାରତର ପ୍ରମୁଖ ମେରିନ୍ ହବ୍ ଭାବେ ସ୍ଥାପିତ କରିବ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଓଡିଶାରେ ମତ୍ସ୍ୟ ଉତ୍ପାଦନ, ମତ୍ସ୍ୟ ବ୍ୟବସାୟ ବିଶେଷକରି ମତ୍ସ୍ୟ ରପ୍ତାନୀ ପାଇଁ ବିପୁଳ ସମ୍ଭାବନା ରହିଛି। ପଡୋଶୀ ରାଜ୍ୟ ଗୁଡିକ ଏ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଓଡିଶାରେ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ବଢିବାରେ ଲାଗିଛି। ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡିଶା ଖୁବ୍ ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। ଗଭୀର ସମୁଦ୍ରରେ ମାଛ ଉତ୍ପାଦନ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ଓଡିଶା ପାଇଁ ଖୁବ୍ ସହାୟକ ହେବ ବୋଲି ସେ ମତ ଦେଇଥିଲେ।

ସମାରୋହରେ ସ୍ୱତନ୍ତ୍ର ଅଭିଭାଷଣ ପ୍ରଦାନ କରି କେନ୍ଦ୍ର ମତ୍ସ୍ୟ, ପ୍ରାଣୀସମ୍ପଦ, ଦୁଗ୍ଧ ଉତ୍ପାଦନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କେନ୍ଦ୍ର ସରକାରଙ୍କ ନୀତିଗତ ସଂସ୍କାର ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତୀୟ ସାମୁଦ୍ରିକ ମତ୍ସ୍ୟକ୍ଷେତ୍ରର ବିକାଶ ଲାଗି କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ଆମେ ବ୍ୟାପକ ସହାୟକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ କରିଛୁ।

ଏହି ଜାତୀୟସ୍ତରର ସମାରୋହରେ ଦେଶ ଏବଂ ରାଜ୍ୟର ଅନେକ ଶୀର୍ଷ ନେତୃତ୍ୱ ଓ ଅଧିକାରୀ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ଡକ୍ଟର ଅଭିଲାଖ୍ ଲିଖୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋକପାତ କରିଥିଲେ। ଏଥିସହିତ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରୁ ଆସିଥିବା ବରିଷ୍ଠ ଅଧିକାରୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱ, ବିଶିଷ୍ଟ ସାମୁଦ୍ରିକ ଉଦ୍ୟୋଗୀ, ମତ୍ସ୍ୟ ସମବାୟ ସମିତି ଓ ଏଫ୍‌ଏଫ୍‌ପିଓ ର ପ୍ରତିନିଧି ଏବଂ ବହୁ ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନେ ଯୋଗ ଦେଇଥିଲେ।

Previous Post

ରଥଯାତ୍ରାରେ ନିଲାମ ହେବ ‘ଓଡ଼ିଆ ଅସ୍ମିତା’!

Next Post

ବାରିପଦାରୁ ଆରମ୍ଭ ହେଲା ପ୍ରତିବାଦ

Next Post
ବାରିପଦାରୁ ଆରମ୍ଭ ହେଲା ପ୍ରତିବାଦ

ବାରିପଦାରୁ ଆରମ୍ଭ ହେଲା ପ୍ରତିବାଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA