Tuesday, May 26, 2026 12:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭ୍ରମାତ୍ମକ ଖବର ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

by Our Correspondent
16 Nov, 2025- 06:13 PM
in Latest News, News
1 min read
0
ଭ୍ରମାତ୍ମକ ଖବର ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ

ଭୁବନେଶ୍ୱର: ଗଣତନ୍ତ୍ରକୁ ସୁଦୃଢ଼ ଓ ସକ୍ରିୟ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଠିକ ଖବର ପରିବେଷଣ ଓ ଗଠନମୂଳକ ସମାଲୋଚନା ଗଣତନ୍ତ୍ରକୁ ଋଦ୍ଧିମନ୍ତ କରିଥାଏ । ମାତ୍ର ସାମ୍ପ୍ରତିକ ଦୁନିଆରେ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରସାରିତ ଖବର ଭ୍ରମାତ୍ମକ ଭାବେ ପ୍ରସାରିତ ହେଉଥିବାରୁ ପ୍ରେସ୍‌ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସ୍ୱୟଂ ନିୟନ୍ତ୍ରିତ ଗଣମାଧ୍ୟମ ସମାଜ ଗଠନ ସହ ଗଣତନ୍ତ୍ରର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବାର ନଜିର୍‌ ରହିଛି । ତେଣୁ ଦାୟିତ୍ୱସଂପନ୍ନ ଗଣମାଧ୍ୟମ ପ୍ରତନିଧି ପ୍ରତ୍ୟେକ ଖବରର ସତ୍ୟତା ଯାଞ୍ଚ କରି ଲୋକଲୋଚନକୁ ଆଣିବା ବିଧେୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଲେ ଯେ ଗଣମାଧ୍ୟମ ସର୍ବଦା ଗଣତନ୍ତ୍ରର ସୁରକ୍ଷା ଦିଗରେ ନିଜର ନୀତି ସ୍ପଷ୍ଟ କରିଆସିଛି । ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଚଳିତ ବର୍ଷର ଶୀର୍ଷକ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ’ ଉପରେ ଆଲୋକପାତ କରି ଭ୍ରମାତ୍ମକ ତଥା ଭୁଲ ଖବରରୁ ଦୂରେଇ ରହି ଜନସାଧାରଣଙ୍କୁ ସଠିକ୍‌ ସୂଚନା ପ୍ରଦାନ କରି ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମ ନିଜେ ନିଜର ଭୂମିକା ନିର୍ଣ୍ଣୟ କରୁ ବୋଲି ସେ କହିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଦେବୀଲାଲ ମିଶ୍ର କହିଲେ ଯେ ଖବର ପ୍ରସାରଣ ପୂର୍ବରୁ ପ୍ରତ୍ୟେକ ତଥ୍ୟର ଗଭୀର ସମୀକ୍ଷାର ଆବଶ୍ୟକତା ରହିଛି । ଭ୍ରମାତ୍ମକ ଖବର ଗଣତନ୍ତ୍ର ଓ ସମାଜ ପ୍ରତି କ୍ଷତିକାରକ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ପୌରୋହିତ୍ୟ କରି କହିଥିଲେ ଯେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସମୟରେ ପ୍ରତିଯୋଗୀମାନେ ସବୁବେଳେ ଗଣମାଧ୍ୟମ ଉପରେ ନିର୍ଭର କରି ଆସିଛନ୍ତି । ଗଣମାଧ୍ୟମ ତଥ୍ୟକୁ ଆଧାର କରି ସେମାନେ ଅନେକ ସ୍ତରରେ ସଫଳ ହେବା ସହ ନିଜର ଜ୍ଞାନବୃଦ୍ଧି କରିପାରିଛନ୍ତି । ତେଣୁ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମଗୁଡ଼ିକ ଖବର ପ୍ରସାରଣ ସମୟରେ ଭ୍ରମାତ୍ମକ ଖବରଠୁ ଦୂରେଇ ରହିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିର୍ଦ୍ଦେଶକ (ବୈଷୟିକ) ଗୁର୍‌ବୀର୍‌ ସିଂ କହିଲେ ଯେ ଭୁଲ ଖବର ବେଳେବେଳେ ଉଦ୍ଦେଶ୍ୟମୂଳକ ନହୋଇଥିଲେ ମଧ୍ୟ ସମାଜ ଓ ଗଣତନ୍ତ୍ର ନିମନ୍ତେ କ୍ଷତିକାରକ ହୋଇଥାଏ । ଏଣୁ ଖବର ପ୍ରସାରଣ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ସଚେତନ ରହିବା ନିହାତି ଆବଶ୍ୟକ । ବୈଠକରେ ବରିଷ୍ଠ ସାମ୍ବାଦିକ ପୀତବାସ ମିଶ୍ର ମଧ୍ୟ ନିଜର ମତ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଅନୁଷ୍ଠିତ ମହାବିଦ୍ୟାଳୟସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବିର୍ଲା ଗ୍ଲୋବାଲ୍‌ ବିଶ୍ୱବିଦ୍ୟାଳୟର ସୁଶ୍ରୀ ସିମରନ୍‌ ପ୍ରଥମ, ଉତ୍କଳ ବିଶ୍ୱବିଦ୍ୟାଳୟର ଶାଶ୍ୱତୀ ପ୍ରିୟଦର୍ଶିନୀ ଦ୍ଵିତୀୟ ଓ ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟର ବର୍ଷା ନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ । ସେହପରି ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟର ସାମିନା ଟି. ଗଣ୍ଡୱା ପ୍ରଥମ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରିଷ୍ଣା ପ୍ରିୟଦର୍ଶିନୀ ହୋତା ଦ୍ୱିତୀୟ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଅର୍ଚ୍ଚିତା ଭଞ୍ଜ ତୃତୀୟ ସ୍ଥାନ ନିମନ୍ତେ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଆୟୋଜିତ ସମ୍ବାଦପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବାରୁ ଶ୍ରୀ ଶଶାଙ୍କ ଶେଖର ଦାଶ, ‘ପେପରମ୍ୟାନ୍‌ ଇଣ୍ଡିଆ’ଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ସମ୍ବାଦପତ୍ର ପ୍ରଦର୍ଶନୀକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଉଦ୍‌ଘାଟନ କରିଥିଲେ । ଏହି ପ୍ରଦର୍ଶନୀରେ ବହୁ ପୁରାତନ ତଥା ଦେଶ ବିଦେଶର ସମ୍ବାଦପତ୍ର ସ୍ଥାନିତ ହୋଇଛି । ଏଥିରେ ୯୩ଟି ପତ୍ରପତ୍ରିକା, ୧୭ଟି ବିଦେଶୀ ଖବରକାଗଜ, ୨୪୦ଟି ଓଡ଼ିଆ ଦୈନିକ ଓ ପୁରାତନ ଖବରକାଗଜ ସମେତ ୫୦୧ଟି ଖବରକାଗଜ ଓ ପତ୍ରପତ୍ରିକା ସ୍ଥାନିତ ହୋଇଛି ।

ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୂଚନା ଅଧିକାରୀ ରୋଜାଲିନ୍‌ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନଙ୍କ ସମେତ ବହୁ ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବ ଯୋଗଦେଇଥିଲେ ।

Previous Post

ଡିସେମ୍ବର ୧ରୁ ୩ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ

Next Post

କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

Next Post
କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

କିମ୍‍ସରେ ‘କହୋଟେକ୍‍’ର ଦଶମ ସଂସ୍କରଣ ଉଦ୍‍ଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA