Friday, May 15, 2026 03:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

ଦକ୍ଷ ଓ ନିପୁଣ ଯୁବ ମୁଖପାତ୍ର ହେବାର ସୁଯୋଗ ନେବାକୁ ଆହ୍ୱାନ

by Our Correspondent
24 Nov, 2025- 08:13 PM
in Latest News, News
1 min read
0
କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ୱର : ଭାରତ ବର୍ଷରେ ଯୁବବର୍ଗଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ପିସିସି ଗଣମାଧ୍ୟମ, ଯୋଗାଯୋଗ ଓ ପ୍ରଚାର ବିଭାଗ ପକ୍ଷରୁ ଆଜି କଂଗ୍ରେସ ଭବନରେ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସହପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଜେଟି କୁସୁମ କୁମାର କହିଛନ୍ତି କଂଗ୍ରେସ ପକ୍ଷରୁ ଜାତୀୟ ମେଧା ଅନ୍ୱେଷଣ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଖର ମୁଖପାତ୍ର, ଦକ୍ଷ ଉପସ୍ଥାପକ, ନିପୁଣ ଗଣମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ସମୀକ୍ଷକ ପାଇଁ ଇଛୁକ ଥିବା ଯୁବବର୍ଗ ମାନେ ଆବେଦନ କରିପାରିବେ। ଜାରି କରାଯାଇଥିବା କ୍ୟୁଆର କୋଡ଼କୁ ଯାଇ ପ୍ରାର୍ଥୀ ଫର୍ମ ପୂରଣ କରି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ରାଜ୍ୟର ଯେଉଁ ଯୁବକ- ଯୁବତୀମାନେ କଂଗ୍ରେସ ଦଳର ପାନେଲିଷ୍ଟ କିମ୍ବା ମୁଖପାତ୍ର ହେବାକୁ ଚାହୁଁଛନ୍ତି ସେମାନେ ବହୁ ସଂଖ୍ୟାରେ ଆବେଦନ କରି ଏଥିରେ ଭାଗ ନେବା ପାଇଁ ସେ ଆହ୍ଵାନ କରିଥିଲେ।

ସେ କହିଥିଲେ ନଭେମ୍ବର ୩୦ ତାରିଖ ଭିତରେ ଯୁବକ – ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆବେଦନ କରିପାରିବେ।

ଅଂଶଗ୍ରହଣ ବା ଆବେଦନ କରିଥିବା ଯୁବକ- ଯୁବତୀ ମାନେ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ଏବଂ ଶେଷରେ ଜାତୀୟ ସ୍ତରକୁ ଯିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଥିଲେ, ଓଡିଶା ରାଜ୍ୟ ଉପରେ ଜଗନ୍ନାଥଙ୍କ ଆଶିର୍ବାଦ ରହିଥାଉ। ଦିନେ ଓଡ଼ିଆ କଂଗ୍ରେସର ଗଡ଼ ଥିଲା।ଏବେ ୨୫ ବର୍ଷ ହେବ ରାଜ୍ୟରେ କଂଗ୍ରେସ ସରକାର ନାହିଁ। କିନ୍ତୁ ୨୦୨୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳ କେଉଁଭଳି ଭଲ ପ୍ରଦର୍ଶନ କରି ସରକାରକୁ ଆସିବ ସେ ଦିଗରେ ଆମେ କାର୍ଯ୍ୟ ଆରମ୍ଭ କରିବୁ। ସବୁ ନେତାଙ୍କୁ ଏକାଠି କରି ଓଡିଶା କଂଗ୍ରେସ ଆଗକୁ ନେବାକୁ ଆମେ ଯୋଜନା କରିଛୁ। ମୁଁ ସମ୍ପୂର୍ଣ ଓଡିଶାକୁ ବୁଲି କେଉଁଭଳି କଂଗ୍ରେସ ଦଳକୁ ମଜବୁତ୍ କରାଯିବ, କାର୍ଯ୍ୟ କରିବି । କଂଗ୍ରେସ ନେତା ଓ କର୍ମୀ ଦଳକୁ ମଜବୁତ୍ କରିବାକୁ ଗୋଷ୍ଠୀ କରନ୍ତୁ କିନ୍ତୁ ଦୁର୍ବଳ କରିବାକୁ ନୁହେଁ ବୋଲି କହିଛନ୍ତି ସହପ୍ରଭାରୀ ଶ୍ରୀ ଯେଟ୍ଟି।

କଂଗ୍ରେସର ଟ୍ୟାଲେଣ୍ଟ ହଣ୍ଟ ଅନୁଷ୍ଠାନିକ ଉଦଘାଟନ ସମ୍ମିଳନୀକୁ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ ସଭାପତିତ୍ୱ କରିବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପିସିସିର ଉପସଭାପତି ତଥା ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଉପସ୍ଥିତିରେ ଓଡିଶା ସଂଯୋଜକ ସୁଦର୍ଶନ ଦାଶ କହିଲେ, କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ଯୁବବର୍ଗଙ୍କ ପାଇଁ ଏକ ଅଭିନଵ ପ୍ରୟାସ ଦଳ ପକ୍ଷରୁ କରାଯାଇଛି । ଯୁବବର୍ଗ କଂଗ୍ରେସ ଦଳରେ ମୁଖପାତ୍ର, ପାନେଲିଷ୍ଟ ଭାବରେ ସତ୍ୟର ସହ କଂଗ୍ରେସର ପକ୍ଷ ଦୃଢତାର ସହ ଉପସ୍ଥାପନା କରି ଦଳକୁ ମଜଭୁତ କରିବେ ତଥା ନିଜ ପ୍ରତିଭାର ନିଦର୍ଶନ ସର୍ବ ଭାରତୀୟ ସ୍ତରରେ ପ୍ରକାଶ କରିବାକୁ ସୁଯୋଗ ପାଇବେ । ତେଣୁ ପ୍ରତିଭାଶାଳୀ ଯୁବବର୍ଗ କଂଗ୍ରେସର ଆହ୍ୱାନ ଗ୍ରହଣ କରି ଅସୁରକ୍ଷିତ ହୋଇ ପଡିଥିବା ସମ୍ବିଧାନକୁ ସୁରକ୍ଷା ଦେବା ସହ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ ।

କାର୍ଯ୍ୟକ୍ରମର ସହ-ସଂଯୋଜକ ପ୍ରଶାନ୍ତ ଶତପଥୀ ନିଜ ବ୍ୟକ୍ତବ୍ୟରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଏହାଦ୍ୱାରା କିପରି ପ୍ରତିଭାବାନ ଯୁବବର୍ଗ ଲାଭାନ୍ୱିତ ହେବେ ଏବଂ ଏକ ସୁସ୍ଥ ସମୃଦ୍ଧ ଦେଶ ଗଢିବାରେ ଯୋଗଦାନ କରିପାରିବେ ତାହା କହିଥିଲେ । ତା ସହ କାର୍ଯ୍ୟକ୍ରମର ନିୟମାବଳୀ ବିଷୟରେ ଗଣମାଧ୍ୟମ ଆଗରେ ବର୍ଣନା କରିଥିଲେ । ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ପିସିସି ଉପସଭାପତି ସସ୍ମିତା ବେହେରା ନବ ନିଯୁକ୍ତ ଏଆଇସିସିର ଓଡିଶା ସହପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ। ।ଶ୍ରୀ ଜେଟ୍ଟୀଙ୍କ ଅଜାବାପା ସ୍ୱାଧୀନତା ସଂଗ୍ରାମୀ ଥିଲେ ତଥା ତାଙ୍କ ପରିବାର କିପରି କଂଗ୍ରେସ ପାଇଁ ତ୍ୟାଗ କରିଥିଲେ, ସେ ବିଷୟ କହିଥିଲେ।ଏହି ଅବସରରେ ଜାତୀୟ ମେଧା ଅନ୍ୱେଷଣ ପାଇଁ ବ୍ୟବହାର କ୍ୟୁଆର କୋଡ଼ ଥିବା ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା। ବୈଷୟିକ ସହାୟତା ସଂଯୋଜକ ତଥା ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଧନ୍ୟବାଦ୍ ଦେଇଥିବା ବେଳେ ପିସିସି ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର, ସାମାଜିକ ଗଣମାଧ୍ୟମ ଉପାଧ୍ୟକ୍ଷ ସନ୍ତୋଷ ପ୍ରଧାନ ଓ ମିଡିଆ ପ୍ଲାନର ବିଭୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ସୋଆରେ ଦ୍ୱିତୀୟ ଇନ୍‌ଟରନ୍ୟାସ୍‌ନାଲ ଏକ୍ସଟେନ୍‌ସନ୍ ଏଜୁକେସନ୍ କଂଗ୍ରେସ ୨୦୨୫ର ଶୁଭାରମ୍ଭ

Next Post

ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ?

Next Post
ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ?

ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ'ଣ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA