Thursday, December 11, 2025 03:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ?

ନବୀନଙ୍କୁ ଚିଠି ଲେଖି ପଦ ଛାଡ଼ିଲେ ଦେବାଶିଷ

by Our Correspondent
25 Nov, 2025- 04:31 PM
in Latest News, News, Politics
1 min read
0
ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ?

Debashis - 1

ଭୁବନେଶ୍ୱର: ‘ଇନ୍ ଦ ରାଙ୍କ୍  ଅଫ୍ ଭାଇସ୍ ପ୍ରେସିଡେଣ୍ଟ’ କ’ଣ? ବିଜେଡି ସିନିୟର୍ ସିଟିଜନ୍ ସେଲ୍ ର ଏହି ପଦବୀରେ ଆପଣ ମତେ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଅର୍ଥ ମୁଁ ବୁଝିପାରିଲିନି ସାର୍ । ଲାଗୁଛି ଏହା ଏକ ବ୍ୟୁରୋକ୍ରାଟିକ୍ ତାମସା । ଏହି ପଦବୀ ପାଇ ନିଜକୁ ଅପମାନିତ ମନେ କରୁଛି । ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଏଭଳି ପଦବୀକୁ ମୁଁ ଗ୍ରହଣ କରିପାରୁନି । ଆପଣଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ କରିବି ।’

ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଆଜି ଏହି ମର୍ମରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ତାଙ୍କୁ ଦିଆଯାଇଥିବା ଉପସଭାପତି ପାହ୍ୟା ପଦକୁ ପ୍ରତ୍ୟାଖ୍ୟାନ କରି ନିଜର ଅସନ୍ତୋଷ ଝାଡ଼ିଛନ୍ତି । ଦେବାଶିଷ ଲେଖିଛନ୍ତି-

ପ୍ରବାଦ ପୁରୁଷ ବିଜୁ ବାବୁ କିମ୍ବା ଆପଣଙ୍କ ଅନୁଗତମାନଙ୍କର ବିଜେଡିରେ ସ୍ଥାନ ଥିବା ମୋର ସନ୍ଦେହ ହେଉଛି । ବିଜୁ ଲିଗାସୀଠାରୁ ଦୂରେଇ ଏହି ଦଳ ଅନ୍ୟ ଚିନ୍ତାଧାରା, ଆଦର୍ଶ ଓ କାର୍ଯ୍ୟକ୍ରମକୁ ଆପଣେଇଛି । ଆପଣଙ୍କ ପ୍ରତି ଶ୍ରଦ୍ଧା ଓ ଆନୁଗତ୍ୟ ସତ୍ତ୍ୱେ ଦଳର ଏହି ନୂଆ କାର୍ଯ୍ୟଧାରା ମୋତେ ବ୍ୟଥିତ କରିଛି । କେବଳ ମୁଁ ନୁହେଁ, ବିଜେଡିର ହଜାର ହଜାର କର୍ମୀଙ୍କର ଆପଣ ଆଶାବାଡ଼ି । ମୁଁ ଦୃଢ଼ ନିଶ୍ଚିତ ଯେ ଆପଣଙ୍କ ନେତୃତ୍ୱରେ ଆମେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କର ବିଶ୍ୱାସ ଫେରିପାଇବା ।

ଗତ ସାଧାରଣ ନିର୍ବାଚନରେ ଦଳ ବିପର୍ଯ୍ୟୟର କାରଣ ଖୋଜାଗଲା ନାହିଁ କି ନିରାକରଣ ହେଲା ନାହିଁ । ପାଟି ଖୋଲି କିଏ କୁହନ୍ତୁ ନ କୁହନ୍ତୁ ବିଜେଡି ବିପର୍ଯ୍ୟୟର କାରଣ ସମସ୍ତଙ୍କୁ ଜଣା । ମାତ୍ର ଦଳ ଏ ପର୍ଯ୍ୟନ୍ତ ବାସ୍ତବତାକୁ ଗ୍ରହଣ କଲା ନାହିଁ । ନିର୍ବାଚନରେ ଜୟ ପରାଜୟ ବଡ଼ କଥା ନୁହେଁ । ମାତ୍ର ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଭଳି ହାରିବା କଥାକୁ ସହଜରେ ଗ୍ରହଣ କରିହେଉନାହିଁ । ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଯେ କୌଣସି ଶକ୍ତିଙ୍କୁ ପ୍ରତିରୋଧ କରିବେ ବୋଲି ଆଶା । ଆପଣ ଚାହିଁଲେ ଦଳ ମଜବୁତ ରହିପାରିବ ।

ଖାଲି ଏହି ଚିଠି ନୁହେଁ, ଗଣମାଧ୍ୟମରେ ମଧ୍ୟ ବିସ୍ଫୋରଣ କରିଛନ୍ତି ଦେବାଶିଷ । କହିଛନ୍ତି, ବିଜୁ ଜନତା ଦଳ ପୂର୍ବଦଳ ହୋଇ ରହିନାହିଁ । ଏହା ବ୍ୟୁରୋକ୍ରାଟିକ୍ ଦଳ ହୋଇଯାଇଛି । ଏବେ ବି ଦଳକୁ ଭିକେ ପାଣ୍ଡିଆନ୍ ଚଳାଉଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ପରିଚାଳିତ ହେଉନାହିଁ । ୱକଫ୍ ବିଲ୍ ରେ ଯାହା ଘଟିଗଲା ତାହା ଦୁର୍ଭାଗ୍ୟଜନକ । ସଂସଦରେ ଆମକୁ ଭୀଷଣ ଅପମାନିତ ହେବାକୁ ପଡ଼ିଲା । ନବୀନ ବାବୁଙ୍କୁ ଫୋନ୍ କରି ଏ ବିଷୟ ଜଣାଇଥିଲି । ସେ ଦେଖା ହେବାକୁ କହିଥିଲେ । ମାତ୍ର ସେବେଠାରୁ ତାଙ୍କ ପାଖ ମଡ଼ାଇ ଦିଆଯାଉନାହିଁ । ସ୍ୱାସ୍ଥ୍ୟ ଆଳରେ ମୋତେ ଦେଖା କରାଇ ଦେଉନାହାନ୍ତି । ନବୀନ ବାବୁ ନୂଆପଡ଼ା ପ୍ରଚାରକୁ ଗଲେ, ମୋତେ ଦେଖା ଦେବାରେ ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି ଦେବାଶିଷ ।

ସୂଚନାଥାଉକି, ୱକଫ୍ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟକୁ ବିରୋଧ କରିଥିଲେ ଦେବାଶିଷ । ସଂସଦରେ ବିଲ୍ କୁ ବିରୋଧ କରାଯିବ ବୋଲି ନବୀନ ବାବୁ ପ୍ରଥମରୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହା ବଦଳିଗଲା । ବିବେକାନୁମୋଦିତ ଭୋଟ ଆଳରେ ବିଲ୍ କୁ ସମର୍ଥନ କରିବାକୁ କୁହାଗଲା । ବିଲ୍ କୁ ବିରୋଧ କରି ମୁନ୍ନା ଖାଁ ତାଙ୍କର ବିବେକ ପ୍ରକଟ କରିଥିଲା ବେଳେ ଦେବାଶିଷ ବିଜେଡି ନିଷ୍ପତ୍ତିର ପ୍ରତିବାଦରେ ଭୋଟିଂରୁ ବିରତ ରହିଥିଲେ । ବିଜେଡିର ନିଷ୍ପତ୍ତି ବଦଳିବା ପଛରେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ସେ । ସେବେଠାରୁ ସେ ଦଳରେ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଆଜି ଦେବାଶିଷ ସାମନ୍ତରାୟ ଦଳୀୟ ପଦ ଛାଡ଼ିବା ଏବଂ ଗଣମାଧ୍ୟମରେ ବିସ୍ଫୋରଣ କରିବା ପରେ ତାଙ୍କ ପଛକୁ ବାହାରିଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂ । ଦେବାଶିଷଙ୍କ ମତ ଓ ମନ୍ତବ୍ୟକୁ ସେ ସମର୍ଥନ କରିଛନ୍ତି । ନବୀନ ପଟ୍ଟନାୟକ ଆଉ କାହାରି ଉପରେ ଭରସା ନ କରି ନିଜେ ଦଳର ନେତୃତ୍ୱ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Previous Post

କଂଗ୍ରେସର ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

Next Post

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି

Next Post
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19125 shares
    Share 7650 Tweet 4781
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5806 shares
    Share 2322 Tweet 1452
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA