Saturday, June 27, 2026 10:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’

by Our Correspondent
25 Nov, 2025- 06:53 PM
in Latest News, News
1 min read
0
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି

ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବା ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ଆସନ୍ତା ୧୦ ବର୍ଷ ଭିତରେ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ । ଏଥିପାଇଁ ଭିତ୍ତିଭୂମି, ଶିଳ୍ପ ଓ ଦକ୍ଷତା ବିକାଶ ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଉତ୍କଳ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଅନୁଷ୍ଠିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନକ୍ଲେଭ’ କୁ ଆଜି ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ୟ ଅଭିବୃଦ୍ଧି ହାସଲ ପାଇଁ ଶିଳ୍ପ ବିପ୍ଲବ ଜରୁରୀ । ବର୍ତ୍ତମାନ ଓଡ଼ିଶାରେ ପ୍ରକୃତ ଶିଳ୍ପ ଆରମ୍ଭ ହୋଇଛି, ଯାହା ଓଡ଼ିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯାଇ ୮୪ଟି ଶିଳ୍ପର ଶିଳାନ୍ୟାସ ହୋଇଛି ଏବଂ ଏହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇପାରିଛି ।

ବେଦାନ୍ତ ଗ୍ରୁପ, ଆଦାନୀ, ଜେ.ଏସ୍. ଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍, ଜୋହୋ ଗ୍ରୁପ୍ ପକ୍ଷରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଇନ୍‌ଭେଷ୍ଟମେଣ୍ଟ ବର୍ତ୍ତମାନ ପାଇପଲାଇନ୍‌ରେ ଅଛି । ଟେକ୍ସଟାଇଲ୍, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ଇନ୍‌ଭେଷ୍ଟମେଣ୍ଟ ଆସୁଛି । ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ରୋଡ୍, ରେଲ୍‌ୱେ, ପୋର୍ଟ ଓ ଏୟାରପୋର୍ଟ ସବୁ କ୍ଷେତ୍ରର ଭିତ୍ତିଭୂମିକୁ କେନ୍ଦ୍ର ଓ ରାଜ୍ୟର ଡବଲ୍ ଇଞ୍ଜିନ୍ ସରକାର ବ୍ୟାପକ ଭାବେ ସୁଦୃଢ଼ କରୁଛନ୍ତି। ଏ କ୍ଷେତ୍ରରେ ଆମକୁ UCCIL ଭଳି ଶିଳ୍ପସଂଘମାନେ ସହଯୋଗର ହାତ ବଢ଼ାଇଛନ୍ତି । ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସହରକୁ ରାଜ୍ୟର ଏକ ଟେକ୍ନୋଲୋଜି ହବ୍‌ରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଭୁବନେଶ୍ୱରରେ ଫିନ୍‌ଟେକ୍, ଇନ୍‌ସିଓର୍‌ଟେକ୍ କମ୍ପାନୀ ପ୍ରତିଷ୍ଠା କରାଯାଉଛି। ବଡ଼ ବଡ଼ ଆଇଟି କମ୍ପାନୀ ସହିତ ଦୁଇଟି ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରାଯାଇଛି । କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍‌ ଯୋଗୁଁ କଟକ-ଭୁବନେଶ୍ୱର ଟୁଇନ୍‌ ସିଟିର ବ୍ୟାପକ ସମ୍ପ୍ରସାରଣ ହେବାକୁ ଯାଉଛି । ଭୁବନେଶ୍ୱରକୁ ଆମେ ଦେଶର ଇଷ୍ଟର୍ଣ୍ଣ ରିଜିଅନ୍‌ରେ ଏକ ମେଗା ଟେକ୍‌-ସିଟି ଭାବରେ ବିକଶିତ କରିବାକୁ ଯାଉଛୁ ।

ଏହି ଅବସରରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ, ଗୋଟିଏ ବର୍ଷ ମଧ୍ୟରେ ଓଡିଶାରେ ସରକାର ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ଓଡିଶାକୁ ଏକ ଉତ୍କୃଷ୍ଟ ସମ୍ଭାବନାର ରାଜ୍ୟଭାବେ ବିକଶିତ କରିଛନ୍ତି। ଯୁବଶକ୍ତିକୁ ନିଯୁକ୍ତି, ଓଡିଶାରେ ଶିଳ୍ପର ମାନବୃଦ୍ଧି ଏ ସମସ୍ତ ଆଜି ଓଡିଶାକୁ ଏକ ସମୃଦ୍ଧ ଓଡିଶାରୂପେ ବିକାଶ କରିବା ପାଇଁ ଆଗେଇ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଆଜି ଓଡିଶାରେ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି।

କାର୍ଯ୍ୟକ୍ରମରେ UCCIL ପକ୍ଷରୁ ପ୍ରସ୍ତୁତ ‘ସମୃଦ୍ଧ ଓଡିଶା ୨୦୩୬’ ନାମକ ସ୍ମରଣିକା ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡର ପ୍ରେସିଡେଣ୍ଟ ଡ. ପ୍ରବୋଧ ମହାନ୍ତି, ସମୃଦ୍ଧ ଓଡିଶା ୨୦୩୬ ଆୟୋଜନ କମିଟିର ଚେୟାରମ୍ୟାନ୍ ଡ. ବ୍ରହ୍ମା ମିଶ୍ର, ଡିଆରଡିଓ ଡିଜି, ଇଲେକ୍ଟ୍ରୋନିକ୍‌ସ ଆଣ୍ଡ କମ୍ୟୁନିକେସନ ସିଷ୍ଟମ ଡଃ. ବି.କେ ଦାସ, ଏମ୍‌.ଜି.ଏମ୍‌ମିନେରାଲ ଲିମିଟେଡର ସି.ଏମ୍‌.ଡି ଏବଂ ଅତିରିକ୍ତ UCCIL ନିର୍ଦ୍ଦେଶକ ପଙ୍କଜ ଲୋଚନ ମହାନ୍ତି, ଏସାର୍‌ ମିନ୍‌ମେଟ୍ ଲିମିଟେଡର ଏମ୍‌.ଡି ତଥା ଅତିରିକ୍ତ ନିର୍ଦ୍ଦେଶକ, UCCIL ଶଶୀ ଶେଖର ମହାନ୍ତି, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍(କର୍ପୋରେଟ୍ ଆଫାୟାର୍ସ)ର ପ୍ରେସିଡେଣ୍ଟ ତଥା ଅତିରିକ୍ତ ନିର୍ଦ୍ଦେଶକ UCCIL ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ ବିଭିନ୍ନ ସଂସ୍ଥାର ବିଶିଷ୍ଟ ଶିଳ୍ପପତିଗଣ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ରାଙ୍କ୍ ଅଫ୍ ଭାଇସ୍ ପ୍ରେସିଡେଣ୍ଟ କ’ଣ?

Next Post

କିସ୍‍ ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

Next Post
କିସ୍‍ ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

କିସ୍‍ ରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ଶାଲ୍‍ ଓ ସ୍ୱେଟର ବଣ୍ଟନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA