Thursday, April 23, 2026 08:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

ବିଜେଡି ସୁପ୍ରିମୋଙ୍କ ତେର୍ଚ୍ଛା ବାଣ

by Our Correspondent
11 Sep, 2024- 06:38 PM
in Latest News, News
1 min read
0
ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

ଭୁବନେଶ୍ୱର: ବଡ଼ ପାଟିରେ କହିଲେ ମିଛ ସତ ହୁଏ ନାହିଁ । ତିନି ମାସ ହୋଇଗଲା । ଏବେ ଆଈ ମା ଗପ ଛାଡ଼ । କାମ କରି ଦେଖାଅ ।

ରାଜ୍ୟର ବିଜେପି ସରକାରଙ୍କୁ ଆଜି ଏମିତି ଭାଷାରେ ନିଶାନା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ଭତ୍ତା ସବୁଥିରେ ଏହି ସରକାର ଦୋମୁହାଁ ନୀତି ଆପଣାଇଛନ୍ତି । ସବୁଥିରେ ମିଛ କହୁଛନ୍ତି । ମିଛ କହି ନିର୍ବାଚନ ଜିତି ପାର, କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ଲୋକଙ୍କ ହୃଦୟ ଜିତିବାକୁ ହେଲେ ସେବା ହିଁ ମୁଖ୍ୟ ବୋଲି କହିଛନ୍ତି ନବୀନ ।

ଶଙ୍ଖ ଭବନଠାରେ ଯୁବ ବିଜେଡି ଜିଲ୍ଲା କର୍ମକର୍ତ୍ତାଙ୍କର ଆଜି ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦବୋଧନ ଦେଇ ନବୀନ କହିଥିଲେ, ଆପଣମାନଙ୍କ ପରିଶ୍ରମ ଯୋଗୁଁ ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନେ୍ଦାଳନରେ ପରିଣତ ହୋଇପାରିଛି । ଆମର ଆଦର୍ଶ ହେଉଛି ସେବା, ସ୍ୱାଭିମାନ, ସଂଗ୍ରାମ ଓ ସଚେତନତା । ରାଜନୀତି ଅର୍ଥ କେବଳ କ୍ଷମତା ନୁହେଁ । ପ୍ରତ୍ୟେକଟି ମଣିଷ, ଆମର ଜନ୍ମମାଟି ଏବଂ ସର୍ବୋପରି ମାନବିକତାର ସେବା କରିବାର ଏହା ହେଉଛି ଏକ ମାଧ୍ୟମ ।

ଏହି ପରିପ୍ରେକ୍ଷୀରେ ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପିକୁ ପୁଣି ଥରେ ତେର୍ଚ୍ଛା ବାଣ ମାରିଥିଲେ ନବୀନ । କହିଥିଲେ, କିଛି ବ୍ୟକ୍ତି ଏବେ ତାଙ୍କ ମତକୁ ଅନ୍ୟମାନଙ୍କ ଉପରେ ଲଦିବାକୁ ଉଦ୍ୟମ କରୁଛନ୍ତି । ଆଉ କିଛି ବ୍ୟକ୍ତି ଅତି ତଳସ୍ତରକୁ ଚାଲିଯାଇ ଆମର ମହାପୁରୁଷମାନଙ୍କୁ ଗାଳି କରିବାକୁ ପଛାଉ ନାହାନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା? ଏହା କ’ଣ ଆମ ମହାପୁରୁଷମାନଙ୍କ ପ୍ରତି ସମ୍ମାନ? ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ଏହି ନେତାମାନେ କେଉଁ ଗୌରବ ଛାଡ଼ି ଦେଇଯିବେ?

ଦଳର ଯୁବ କର୍ମକର୍ତ୍ତାଙ୍କୁ ନବୀନ କହିଥିଲେ, ଗତ ନିର୍ବାଚନରେ ବିଜେଡି ୪୧.୦୨% ଭୋଟ ପାଇଥିଲା । ଭୋଟ ସଂଖ୍ୟା ଦୃଷ୍ଟିରେ ଆମେ ସବା ଆଗରେ ଥିଲୁ । ଓଡ଼ିଶାବାସୀଙ୍କ ସ୍ନେହ ଓ ଭଲ ପାଇବା ହେଉଛି ଆମର ବଡ଼ ଶକ୍ତି । ବିଜୁ ବାବୁଙ୍କର ଯୁବ ଶକ୍ତି ଉପରେ ବହୁତ ଭରସା ଥିଲା । ଆମ ଯୁବ ବନ୍ଧୁମାନଙ୍କ ସାମର୍ଥ୍ୟ ଉପରେ ମୋର ପୂରା ଭରସା ଅଛି । ଆମର ଯୁବ ସଂଗଠନକୁ ଆହୁରି କ୍ରିୟାଶୀଳ କରିବାକୁ ହେବ । ଆମର ସଦସ୍ୟତା ଅଭିଯାନରେ ଅଧିକରୁ ଅଧିକ ସଦସ୍ୟଙ୍କୁ ସାମିଲ କରାଯିବା ଉପରେ ଧ୍ୟାନ ଦିଅନ୍ତୁ ।

ସେ ପୁଣି କହିଥିଲେ, ବିଜେଡି ସରକାର ସମୟରେ ଯୁବ ସଶକ୍ତିକରଣ ଉପରେ ଆମେ ବିଶେଷ ଧ୍ୟାନ ଦେଇ କାମ କରୁଥିଲୁ । ଏକ ଜ୍ଞାନ ସମାଜ ନିର୍ମାଣ କରି ବିଶ୍ୱ ସହ ଆମର ଯୁବାବର୍ଗଙ୍କୁ ଯୋଡିବା ଆମର ଲକ୍ଷ୍ୟ ରହିଛି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ତର୍ଜାତୀୟସ୍ତରରେ ପରିଚୟ ସୃଷ୍ଟି କରିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଧ୍ୟ ଆମ ଯୁବକମାନେ ସୁନାମ କରୁଛନ୍ତି । ଏ ଧାରାକୁ ଜାରି ରଖାଯିବା ଦରକାର ।

ଏହି ଅବସରରେ ମିଛ ଓ ଅପପ୍ରଚାର ପଣ୍ଡ ପାଇଁ ସୋସିଆଲ୍ ମିଡିଆରେ ସକ୍ରିୟ ରହିବାକୁ ସେ ଯୁବ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ସମ୍ମିଳନୀରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅଶୋକ ପଣ୍ଡାଙ୍କ ସମେତ ଦଳର ଅନେକ ବିଧାୟକ ଓ ରାଜ୍ୟସଭା ସାଂସଦ ଉପସ୍ଥିତ ଥିଲେ ।

Previous Post

ଝାଡ଼ଖଣ୍ଡ ରାଜନୀତିକୁ ଫେରିଯିବେ ରଘୁବର !

Next Post

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି

Next Post
ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA