Tuesday, July 8, 2025 03:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଝାଡ଼ଖଣ୍ଡ ରାଜନୀତିକୁ ଫେରିଯିବେ ରଘୁବର !

ଜାତୀୟ ଗଣମାଧ୍ୟମରେ ଓଡ଼ିଶା ରାଜ୍ୟପାଳଙ୍କ ଚର୍ଚ୍ଚା

by Our Correspondent
11 Sep, 2024- 01:31 PM
in Latest News, National, News, Politics
1 min read
0
ଝାଡ଼ଖଣ୍ଡ ରାଜନୀତିକୁ ଫେରିଯିବେ ରଘୁବର !

ଭୁବନେଶ୍ୱର: ରାଜ୍ୟପାଳ ରଘୁବର ଦାସଙ୍କର ଓଡ଼ିଶାରେ ଆଉ ମନ ଲାଗୁନାହିଁ । ଝାଡ଼ଖଣ୍ଡ ନିର୍ବାଚନ ପାଖେଇ ଆସୁଥିବାରୁ ସେଠାକୁ ମନ ଚାଲିଯାଇଛି । ନିଜର ପାରମ୍ପରିକ ଆସନରୁ ନିର୍ବାଚନ ଲଢ଼ି ପୁନର୍ବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିଛନ୍ତି । ସେଥିପାଇଁ ଘନ ଘନ ଝାଡ଼ଖଣ୍ଡ ଗସ୍ତ କରି ଜାମସେଦପୁରରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଝାଡ଼ଖଣ୍ଡକୁ ଫେରି ଆସିବା ପାଇଁ ଇତିମଧ୍ୟରେ ବିଜେପି ହାଇକମାଣ୍ଡଙ୍କୁ ସେ ନିଜର ଇଚ୍ଛା ଜଣାଇଥିଲେ ମଧ୍ୟ ତାଙ୍କର ଜାମସେଦପୁର(ଇଷ୍ଟ) ବିଧାନସଭା ଆସନକୁ ଫେରି ପାଇବାର ଗ୍ୟାରେଣ୍ଟି ପାଇନାହାନ୍ତି । ଯେଉଁଥିପାଇଁ ରଘୁବର ଏବେ ଟେନସନ୍ ରେ ରହିଥିବା ଏକ ଜାତୀୟ ୱେବ୍ ପୋର୍ଟାଲ୍ ରେ ଖବର ପ୍ରକାଶ ପାଇଛି ।

ଏକଦା ଝାଡ଼ଖଣ୍ଡ ରାଜନୀତିରେ ଅନ୍ୟତମ କ୍ଷମତା କେନ୍ଦ୍ର ଥିଲେ ରଘୁବର ଦାସ । ତେବେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସେ ୨୦୧୯ ନିର୍ବାଚନରେ ଜାମସେଦପୁର(ଇଷ୍ଟ) ବିଧାନସଭା ଆସନରୁ ହାରିଯାଇଥିଲେ । ତାଙ୍କୁ ହରାଇଥିଲେ ସ୍ୱାଧୀନ ଭାବେ ଲଢ଼ୁଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥୀ ସରୟୁ ରାୟ । ଏହି ଆସନରୁ ରଘୁବର କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୯ ନିର୍ବାଚନରେ ବିଜେପିକୁ ପରାସ୍ତ କରି ଜେଏମଏମ ଶାସନ କ୍ଷମତା ଅକ୍ତିଆର କରିବା ପରେ ରଘୁବାର ଦାସଙ୍କ କାଟତି କମିଗଲା । ପରବର୍ତ୍ତୀ ସମୟରେ ରାଜ୍ୟ ବିଜେପିରେ ବାବୁଲାଲ ମାରାଣ୍ଡିଙ୍କ ରାସ୍ତା ସଫା କରିବା ପାଇଁ ୨୦୧୩ ରେ ରଘୁବରଙ୍କୁ ରାଜ୍ୟପାଳ କରି ଓଡ଼ିଶା ପଠାଇ ଦିଆଗଲା । ଏଥିପାଇଁ ରଘୁବର ଅମଙ୍ଗ ଥିଲେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ମାନିବାକୁ ସେ ବାଧ୍ୟ ହୋଇଥିଲେ ।

ମାତ୍ର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଚଳିତବର୍ଷ ଶେଷରେ ହେବାକୁ ଥିବା ବେଳେ ରଘୁବରଙ୍କର ତାଙ୍କର ପୁରୁଣା ଗାଦି ପ୍ରତି ଲୋଭ ବଢ଼ିଛି । ରିପୋର୍ଟ ଅନୁଯାୟୀ, ନିକଟରେ ସେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ୍ ଶାହଙ୍କୁ ଭେଟିଥିଲେ ଏବଂ ରାଜ୍ୟ ରାଜନୀତିକୁ ଫେରିବାର ଆଗ୍ରହ ପ୍ରକାଶ କରିଥିଲେ । ଏହାପରଠାରୁ ଜାମସେଦପୁରରେ ସେ ଫୁଲ ଜୋସ୍ ରେ ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ।

ଓଡ଼ିଶାର ରାଜ୍ୟପାଳ ଥାଇ ମଧ୍ୟ ଅଗଷ୍ଟ ୫ରେ ସେ ଜାମସେଦପୁରଠାରେ ସୂର୍ଯ୍ୟ ମନ୍ଦିରର ଜଳାଭିଷେକ ଯାତ୍ରା, ପରଦିନ ସୂର୍ଯ୍ୟ ମନ୍ଦିରର ଗଙ୍ଗା ଆରତି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଅଗଷ୍ଟ ୨୬ ରେ ସେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମରେ ଯୋଗଦେଇ ପରଦିନ ଅମିତ୍ ଶାହଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ । ନିକଟରେ ଜାମସେଦପୁରଠାରେ ସେ ବିଭିନ୍ନ ଗଣେଶ ମଣ୍ଡପ ବୁଲି ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।

ତେବେ ଝାଡ଼ଖଣ୍ଡ ରାଜନୀତିକୁ ଫେରିବାରେ ତାଙ୍କ ପାଇଁ କଣ୍ଟା ହୋଇଛନ୍ତି ସରୟୁ ରାୟ । କାରଣ ଇତିମଧ୍ୟରେ ଶ୍ରୀ ରାୟ ଜେଡି(ୟୁ)ରେ ଯୋଗଦେଇ ଦଳର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଘନିଷ୍ଠ ହୋଇଯାଇଛନ୍ତି । କେନ୍ଦ୍ରରେ ଏନଡିଏର ଅଂଶୀଦାର ଦଳ ଜେଡି(ୟୁ) ସହ ଝାଡ଼ଖଣ୍ଡ ବିଧାନସଭାରେ ବିଜେପିର ଆସନ ବୁଝାମଣାରେ ଜାମସେଦପୁର(ଇଷ୍ଟ) ଆସନରୁ ସରୟୁ ଲଢ଼ିବେ ବୋଲି ନିଶ୍ଚିତ ରହିଛନ୍ତି । କୌଣସି ପରିସ୍ଥିତିରେ ଏହି ବିଧାନସଭା ଆସନଟିକୁ ଜେଡି(ୟୁ) ହାତଛଡ଼ା କରିବ ନାହିଁ ।

ଅନ୍ୟପକ୍ଷରେ, ଏହି ଆସନଟି ରଘୁବରଙ୍କର ପାରମ୍ପରିକ ଆସନ ହୋଇଥିବାରୁ ଏହି ଆସନ ଛାଡ଼ିବାକୁ ସେ ରାଜି ହେବେ ନାହିଁ । ଏଥିପାଇଁ ବିଜେପି ନେତୃତ୍ୱଙ୍କ ସହ ସେ ଆଗୁଆ କଥାବାର୍ତ୍ତା କରିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ବିଜେପିରେ ସବୁ କିଛି ନେତୃତ୍ୱଙ୍କ ନିଷ୍ପତ୍ତିରେ ଚାଲେ ଏବଂ ସେହି ନିଷ୍ପତ୍ତିକୁ ସେ ଅପେକ୍ଷା କରିଥିବା ରଘୁବର ସଂପୃକ୍ତ ୱେବ୍ ପୋର୍ଟାଲକୁ କହିଛନ୍ତି । ତେବେ ସେ ପୂର୍ବ ଜାମସେଦପୁର ଆସନରୁ ହିଁ ଲଢ଼ିବାକୁ ଯୋଜନା ରଖିଥିବା ଜଣାପଡ଼ିଛି ।

ଝାଡ଼ଖଣ୍ଡ ରାଜନୀତିକୁ ଫେରି ଆସିବାରେ ରଘୁବରଙ୍କ ପାଇଁ ଆଉ ଏକ ସମସ୍ୟା ବି ରହିଛି । ୨୦୧୪ରେ ଓବିସି ବର୍ଗର ରଘୁବର ଝାଡ଼ଖଣ୍ଡର ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜ୍ୟରେ ଏହି ବର୍ଗଙ୍କ ସଂଖ୍ୟା ହେଉଛି ୪୫ ପ୍ରତିଶତ । ସେମାନଙ୍କ ସମର୍ଥନ ଯୋଗୁଁ ବିଜେପି ରାଜ୍ୟରେ ସରକାରକୁ ଆସିଥିଲା ଏବଂ ପୁରସ୍କାର ସ୍ୱରୂପ ରଘୁବର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମାତ୍ର ତାଙ୍କ ଶାସନ କାଳରେ ତାଙ୍କ ବିରୋଧରେ ଆଦିବାସୀ ମାରଣ ନୀତିର ଅଭିଯୋଗ ଆସିଥିଲା । ୨୦୧୯ରେ ବିଜେପି କ୍ଷମତା ହରାଇର ଏହା ଏକ ପ୍ରମୁଖ କାରଣ ଥିଲା । ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ୨୮ ଟି ବିଧାନସଭା ଆସନରୁ ବିଜେପି ମାତ୍ର ଦୁଇଟି ଆସନ ପାଇଥିଲା ।

ପରବର୍ତ୍ତୀ ସମୟରେ ବିଜେପି ଏହି କ୍ଷତିକୁ ଭରଣା କରିବା ପାଇଁ ଯଥେଷ୍ଟ ଉଦ୍ୟମ କରିଥିଲା । ରଘୁବରଙ୍କୁ ରାଜ୍ୟପାଳ କରି ଓଡ଼ିଶା ପଠାଇ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ନେତା ଅର୍ଜୁନ ମୁଣ୍ଡାଙ୍କ କେନ୍ଦ୍ରମନ୍ତ୍ରୀ କରିଥିଲା । ମାରାଣ୍ଡିଙ୍କୁ ରାଜ୍ୟ ସଂଗଠନ ଉପରେ ସ୍ୱାଧୀନ ଦାୟିତ୍ୱ ନ୍ୟସ୍ତ କରିଥିଲା । ତାହା ସତ୍ତ୍ୱେ ଗତ ଲୋକସଭା ନିର୍ବାଚନରେ ବିଜେପି ୫ଟି ଯାକ ଆଦିବାସୀ ଆସନ ହରାଇଥିବାରୁ ଦଳୀୟ ନେତୃତ୍ୱ ନୂତନ ରଣନୀତିରେ ଆଗକୁ ବଢ଼ୁଛନ୍ତି । ଜେଏମଏମ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସେରେନ୍ ଙ୍କୁ ବିଜେପିକୁ ଅଣାଯିବା ସହ ଦଳ ବ୍ୟାପକ ରଣନୀତି ପ୍ରସ୍ତୁତ କରିଛି । ବିଜେପିର ନୂତନ ରଣନୀତି ଏବଂ ପାରମ୍ପରିକ ଆସନ ଫେରିପାଇବାର ଆଶଙ୍କା ଭିତରେ ରଘୁବରଙ୍କ ରାଜନୈତିକ ଯାତ୍ରା ଆଗକୁ କେମିତି ରହୁଛି ଦେଖିବାର କଥା ।

ସୂଚନାଥାଉକି, ଓଡ଼ିଶାର ରାଜ୍ୟପାଳ ଭାବେ ରଘୁବର ଦାସ ସକ୍ରିୟ ଥିଲେ ମଧ୍ୟ ତାଙ୍କ ବିରୋଧରେ ଦଳୀୟ ରାଜନୀତିରେ ପରୋକ୍ଷ ସଂପୃକ୍ତିର ଅଭିଯୋଗ ହୋଇଆସୁଛି । ବିଜେଡି ସରକାରଙ୍କ ବିରୋଧରେ ଏକ ମାହୋଲ ତିଆରି କରିବାରେ ତାଙ୍କର ଏକ ଗୁରୁ ଭୂମିକା ରହିଥିବା ଆଲୋଚନା ହୁଏ । ନିକଟରେ ତାଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ନୂଆ ବିଜେପି ସରକାର ତାଙ୍କୁ ସୁରକ୍ଷା ଯୋଗାଇ ଥିବାରୁ ବିବାଦ ଉପରୁ ଚର୍ଚ୍ଚା ହଟିନାହିଁ ।

Previous Post

ରେଭେନସା ବିବାଦ: ଟୁଇଟ୍ କରି ଝାଡ଼ିଲେ ନବୀନ

Next Post

ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

Next Post
ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

ଆଈ ମା ଗପ ଛାଡ଼, କାମ କରି ଦେଖାଅ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA