ଭୁବନେଶ୍ୱର: ପୁରୀ ଜିଲ୍ଲାର ୬ଟି ବିଧାନସଭା କ୍ଷେତ୍ର ପାଇଁ ୪ ଜଣ ପର୍ଯ୍ୟବେକ୍ଷକଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସତ୍ୟବାଦୀ ଓ ବ୍ରହ୍ମଗିରି ବିଧାନସଭା କ୍ଷେତ୍ର ପାଇଁ ପ୍ରମୋଦ ସାମଲ, ପୁରୀ ଓ କାକଟପୁର ପାଇଁ କାଶୀନାଥ ରଣା, ପିପିଲି ପାଇଁ ପ୍ରତାପ ଚନ୍ଦ୍ର ମଲ୍ଲିକ ଏବଂ ନିମାପଡ଼ା ବିଧାନସଭା କ୍ଷେତ୍ର ପାଇଁ ଭୂପେଶ ଚନ୍ଦ୍ର ପ୍ରଧାନ ନିଯୁକ୍ତିି ପାଇଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ୍ ବିଜ୍ଞପ୍ତି ଜଣାଇଛନ୍ତି ।