Thursday, October 22, 2026 03:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚର୍ଚ୍ଚାରେ ନବୀନଙ୍କ ପୋଷ୍ଟ୍

ସିଜେପି ନେତାଙ୍କ ଖଲାସ ଦାବି

by Our Correspondent
21 Oct, 2026- 07:16 PM
in Latest News, News
1 min read
0
ଚର୍ଚ୍ଚାରେ ନବୀନଙ୍କ ପୋଷ୍ଟ୍

ଭୁବନେଶ୍ୱର : ଗିରଫ ହୋଇଥିବା ସିଜେପିର ଦୁଇ ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ତୁରନ୍ତ ଖଲାସ କରିବା ପାଇଁ ଦାବି କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେମାନଙ୍କ ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି ଯଥାଶୀଘ୍ର ଜେଲ୍ ରୁ ମୁକ୍ତି ଦେବା ପାଇଁ ସୋସିଆଲ୍ ମିଡିଆ ଜରିଆରେ ଅପିଲ୍ କରିଛନ୍ତି ।

ନବୀନ ଲେଖିଛନ୍ତି ଯେ ନିଷେଧାଞ୍ଚଳରେ ହେଲେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ପାଇଁ କାହାରିକୁ ଗିରଫ କରି ଦୀର୍ଘ ସମୟ ବନ୍ଦୀ କରି ରଖିବା ଉଚିତ୍ ନୁହେଁ । ଆଇନର ଶାସନ ଏବଂ ସାମ୍ବିଧାନିକ ଅଧିକାର ଉପରୁ ଦେଶର ଯୁବବର୍ଗଙ୍କର ବିଶ୍ୱାସ ଯେଭଳି ତୁଟି ନ ଯାଏ, ସେଥିପ୍ରତି ବିଚାର ବିଭାଗ ଏବଂ କାର୍ଯ୍ୟନିର୍ବାହୀ ନିଶ୍ଚିତ ସଜାଗ ରହିବା କଥା ।

ଗତକାଲି ‘ଏକ୍ସ’ ରେ ନବୀନଙ୍କର ଏହି ପୋଷ୍ଟ୍ ଟି ରାଜନୀତିରେ ନିଆଁ ଲଗାଇ ଦେଇଛି । ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହାକୁ ସମର୍ଥନ କରିଛନ୍ତି । ସିଜେପି ମୁଖ୍ୟ ଅଭିଜିତ୍ ଦୀପକେ ନବୀନଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ ତାଙ୍କୁ ଦେଶର ଅନ୍ୟତମ ବୁଦ୍ଧିମାନ ରାଜନେତା ବୋଲି ବର୍ଣ୍ଣନା କରିଛନ୍ତି । ନବୀନଙ୍କର ସାହାସକୁ ସେ ପ୍ରଂଶସା କରିଛନ୍ତି ।

ଅନ୍ୟପକ୍ଷରେ, ରାଜ୍ୟ ବିଜେପି ପକ୍ଷରୁ ଏକ ପୋଷ୍ଟରେ ନବୀନଙ୍କୁ କଟୁ ସମାଲୋଚନା କରାଯାଇଛି । ଗିରଫ ସିଜେପି ନେତାଙ୍କୁ ବିଦେଶୀ ପ୍ରାୟୋଜିତ ଭାରତ ବିରୋଧୀ ବୋଲି ଆଖ୍ୟା ଦେଇ ୨୪ ବର୍ଷର ମୁଖ୍ୟମନ୍ତ୍ରୀ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ବିଜେପିର ଏହି ସମାଲୋଚନାକୁ ଅନେକ କିନ୍ତୁ ନାପସନ୍ଦ କରିଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ନବୀନଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରି ବିଜେଡିର ସମଦୂରତା ନୀତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି । ନବୀନ ଦିଗହରା ବୋଲି ସେ କହିଛନ୍ତି ।

ଦୁର୍ଭାଗ୍ୟଜନକ: ବିଜେଡି

ନବୀନ ପଟ୍ଟନାୟକଙ୍କ ସିଜେପି ପ୍ରସଙ୍ଗରେ ଆଭିମୁଖ୍ୟକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯେଉଁଭଳି ଭାଷାରେ ସମାଲୋଚନା କରିଛନ୍ତି, ତାହା ରାଜନୈତିକ ଶିଷ୍ଟାଚାର ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଉଛି। ଜଣେ ବିରୋଧୀ ଦଳ ନେତାଙ୍କ ମତାମତ ସହ ସହମତ ନହେବା ସରକାରୀ ଦଳର ଅଧିକାର, କିନ୍ତୁ ତାହାର ଜବାବ ଯୁକ୍ତି ଓ ତଥ୍ୟ ମାଧ୍ୟମରେ ଦେବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା କହିଛନ୍ତି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଦିଗହରା କହିବା ପୂର୍ବରୁ ରାଜ୍ୟ ସରକାର ନିଜ ଦିଗ ଓ ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସ୍ପଷ୍ଟ ଉତ୍ତର ଦେବା ଆବଶ୍ୟକ। ଗଣତନ୍ତ୍ରରେ ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା, ସରକାରଙ୍କ ନୀତିକୁ ସମୀକ୍ଷା କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା କରିବା। ଏହାକୁ ଦେଶବିରୋଧୀ ମାନସିକତା ସହ ଯୋଡ଼ିବା ଅର୍ଥ ଗଣତାନ୍ତ୍ରିକ ମତଭେଦକୁ ଅସହିଷ୍ଣୁତାର ଚଷମାରେ ଦେଖିବା। ଦେଶର ସ୍ୱାର୍ଥ ଓ ସମ୍ବିଧାନର ମର୍ଯ୍ୟାଦା ସମସ୍ତଙ୍କ ପାଇଁ ସମାନ। କିନ୍ତୁ ଦେଶପ୍ରେମର ପ୍ରମାଣପତ୍ର ବାଣ୍ଟିବାର ଅଧିକାର କୌଣସି ରାଜନୈତିକ ଦଳର ଏକଚାଟିଆ ନୁହେଁ। କୌଣସି ନେତାଙ୍କ ମତ ସହ ଅସହମତି ଥିଲେ, ତାହାର ଉତ୍ତର ଯୁକ୍ତି ଓ ତଥ୍ୟରେ ଦିଆଯାଉ। କେବଳ ରାଜନୈତିକ ଫାଇଦା ପାଇଁ ଜାତୀୟତାବାଦର ଆଢ଼ୁଆଳରେ ବିରୋଧୀଙ୍କୁ ଟାର୍ଗେଟ୍ କରିବା ବନ୍ଦ ହେଉ।

 

Previous Post

ଶିଳ୍ପପତିଙ୍କ ସହ କଥା ହେବାକୁ ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ

Next Post

ରାଜସ୍ୱ ମନ୍ତ୍ରୀଙ୍କ ‘କୋଟିଆ’ ସମୀକ୍ଷା

Next Post
ରାଜସ୍ୱ ମନ୍ତ୍ରୀଙ୍କ ‘କୋଟିଆ’ ସମୀକ୍ଷା

ରାଜସ୍ୱ ମନ୍ତ୍ରୀଙ୍କ 'କୋଟିଆ' ସମୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA