ଭୁୁବନେଶ୍ୱର: ରାଜନୈତିକ ଜୀବନରେ ବିଫଳତାର ସ୍ପର୍ଶ ପାଇନାହାନ୍ତି । ଦୀର୍ଘ ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ସମଗ୍ର ଭାରତବର୍ଷର ଅଦ୍ୱିତୀୟ ନେତା । କୋଟି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ । ଲଗାତର ୫ ଥରର ମୁଖ୍ୟମନ୍ତ୍ରୀ । ସଫଳତାର ଏହି ମହାନାୟକ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ଜନ୍ମଦିନ । ତାଙ୍କୁ ୭୭ ପୂରି ୭୮ ଚାଲିଲା । ୫୧ ବର୍ଷ ବୟସରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପାଦ ଦେଇଥିଲେ । ମାତ୍ର ନିଜର ପରିଚୟ ସୃଷ୍ଟି କରିବାକୁ ତାଙ୍କୁ ବେଶୀ ଦିନ ଲାଗିଲା ନାହିଁ । ଉଚ୍ଚ ବ୍ୟକ୍ତିତ୍ୱ ଓ ଦୃଢ଼ ନେତୃତ୍ୱ ତାଙ୍କୁ ବହୁ ଉପରକୁ ନେଇଗଲା । ସରଳ, ସଚ୍ଚୋଟ ଓ ଜନପ୍ରିୟ ନେତା ଭାବେ ସେ ଇତିହାସ ପାଲଟିଗଲେଣି । ବୟସର ଚାପ ତାଙ୍କ ସଫଳତାର ଯାତ୍ରାକୁ ଅଟକାଇ ପାରିନି ।
ଏହି ମହାନ୍ ଜନନେତାଙ୍କ ପବିତ୍ର ଜନ୍ମଦିନରେ ତାଙ୍କୁ ସବୁଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ‘ମିଡ୍ ଡେ ଓଡ଼ିଶା’ ପରିବାର ପକ୍ଷରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା । ଈଶ୍ୱର ତାଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଏବଂ ଦୀର୍ଘାୟୁ, ନିରାମୟ ରଖନ୍ତୁ । ଏହା ହିଁ କାମନା ।
ସୂଚନାଥାଉକି, ଏଥର ବି ନବୀନ ତାଙ୍କର ଜନ୍ମଦିନ ପାଳନ କରୁନାହାନ୍ତି । ଗତମାସରେ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ସେ ଜନ୍ମଦିନ ପାଳନ କରିନାହାନ୍ତି । ଶୁଭେଚ୍ଛୁମାନଙ୍କୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।







