Tuesday, July 7, 2026 02:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସନା ମହାକୁଡ଼ଙ୍କୁ ନବୀନଙ୍କ ତାଗିଦ୍

ବିଜେପି ଯୋଗସୂତ୍ରରେ କି ଚମ୍ପୁଆ ବିଧାୟକ!

by Our Correspondent
13 Feb, 2025- 09:29 PM
in Latest News, News
1 min read
0
ସନା ମହାକୁଡ଼ଙ୍କୁ ନବୀନଙ୍କ ତାଗିଦ୍

ଭୁବନେଶ୍ୱର: କ୍ଷମତା ହରାଇବା ପରେ ନବୀନ ପଟ୍ଟନାୟକଙ୍କର ପୁରୁଣା ଦମ୍ଭ ଓ ଆତ୍ମବିଶ୍ୱାସ ଖସି ଯାଇଛି । ତାଙ୍କ ଦଳର କିଛି ବିଧାୟକ ବିଜେପି ଆଡ଼କୁ ଢ଼ଳୁଥିବା ଗଣମାଧ୍ୟମ ଖବରରେ ସମ୍ଭବତଃ ବିଚଳିତ ହୋଇପଡ଼ିଛନ୍ତି । ଆଜି ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଏଭଳି ଏକ ରୋଚକ ଦୃଶ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ବିଧାନସଭା ଆସିଲା ବେଳେ ତାଙ୍କୁ ଗୃହକୁ ପାଛୋଟି ନେବା ପାଇଁ କିଛି ଦଳୀୟ ବିଧାୟକ ବାହାରେ ଅପେକ୍ଷା କରିଥିଲେ । ସେମାନଙ୍କ ମଧ୍ୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଥିଲେ । ନବୀନ ଗାଡ଼ିରୁ ଓହ୍ଲାଇ ପ୍ରତି ନମସ୍କାର ମୁଦ୍ରାରେ ଆଗକୁ ପାଦ ବଢ଼ାଉଥିବା ବେଳେ ସନାଙ୍କୁ ଦେଖି ହଠାତ୍ ଚିହିଁକି ଯାଇଥିଲେ । କାଲି କାହିଁକି ବିଧାୟକ ଦଳ ବୈଠକରେ ନ ଥିଲ ବୋଲି ବିରକ୍ତିଭରା ସ୍ୱରରେ ପ୍ରଶ୍ନ କରିଥିଲେ । ନବୀନଙ୍କର ଏହି ଅଚାନକ ପ୍ରଶ୍ନବାଣରେ ସନା ଅପ୍ରସ୍ତୁତ ହୋଇଗଲେ । ଥତମତ ହୋଇ କିଛି କହିପାରିଲେ ନାହିଁ ।

ତେବେ ସନାଙ୍କର ଦେହ ଭଲ ନ ଥିଲା ବୋଲି ବିଧାୟକ ଶାରଦା ଜେନା ଉପରେ ପଡ଼ି ନବୀନଙ୍କୁ ଉତ୍ତର ଦେଇଥିଲେ । ନବୀନ ପଳଉଥିଲେ, ମାତ୍ର ମନ ବୋଧେ ବୁଝିଲାନି । ସନାଙ୍କୁ ପଚାରିଲେ- ଦେହ ଭଲ ନ ଥିଲା ନା ବିଜେପିକୁ ମୁହାଁଉଛନ୍ତି? ନବୀନଙ୍କର ଏହି ଦୁଇପଦିଆ ତେର୍ଚ୍ଛା ପ୍ରଶ୍ନ ବେଳେ ବିଧାୟକ, ସୁରକ୍ଷାକର୍ମୀ ଏବଂ ସାମ୍ବାଦିକମାନେ ଉପସ୍ଥିତ ଥିଲେ ଏବଂ କ୍ୟାମେରାରେ ତାହା କଏଦ ହୋଇଛି । ତେବେ ହୋ ହଲ୍ଲା ଯୋଗୁଁ ତାହା ସ୍ପଷ୍ଟ ଶୁଭୁନାହିଁ ।

ସୂଚନାଥାଉକି, ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ଗତକାଲି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାୟକ ଦଳର ନେତା ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ମାତ୍ର ସେହି ବୈଠକରେ ସନା ମହାକୁଡ଼ ଅନୁପସ୍ଥିତ ଥିଲେ । ଏମିତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସମ୍ପର୍କ ବଢ଼ାଇଥିବା ସନା ବିଜେପିକୁ ପଳାଇବେ ବୋଲି ଗଣମାଧ୍ୟମ ଚର୍ଚ୍ଚା କରୁଛନ୍ତି । ଆଉ ଏତିକିବେଳେ ବିଧାୟକ ଦଳ ବୈଠକରେ ତାଙ୍କର ଅନୁପସ୍ଥିତିକୁ ନବୀନ ବୋଧହୁଏ ସହଜରେ ଗ୍ରହଣ କରିନାହାନ୍ତି । ଯେଉଁଥିପାଇଁ ଆଜି ତାଙ୍କୁ ଦେଖିଲା ମାତ୍ରେ ପ୍ରଶ୍ନ ଛଳରେ ତାଗିଦ୍ କରିଛନ୍ତି ।

କେବଳ ସନା ମହାକୁଡ଼ ନୁହଁନ୍ତି, ବିଜେଡିର ଡର୍ଜନରୁ ଅଧିକ ବିଧାୟକ ବିଜେପି ଯୋଗସୂତ୍ରରେ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିଜେଡି ହାରିବା ପରେ ଦୁଇଜଣ ରାଜ୍ୟସଭା ସାଂସଦ ମମତା ମହନ୍ତ ଏବଂ ସୁଜିତ୍ କୁମାର ବିଜେପିକୁ ପଳାଇଥିବାରୁ ବିଧାୟକଙ୍କ କ୍ଷେତ୍ରରେ ସେଭଳି ଘଟିପାରେ ବୋଲି ଅନେକ ଆଶଙ୍କା କରୁଛନ୍ତି । ଏପରିକି ବିଜେଡି ଭାଙ୍ଗିଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏଭଳି ଚର୍ଚ୍ଚାରେ ନବୀନ ପଟ୍ଟନାୟକ ସତେ କ’ଣ ଭୟଭୀତ କି? ଆଜି ବିଧାନସଭା ପରିସରରେ ସର୍ବ ସମ୍ମୁଖରେ ନବୀନ ବାବୁ ସନା ମହାକୁଡଙ୍କୁ କାଲିର ବୈଠକରେ ଅନୁସ୍ଥିତିର ଜବାବ ମାଗି ତାଗିଦ୍ କରିବା ଏବଂ ବିଜେପି ନାଁ ଧରି ତେର୍ଚ୍ଛା ବାଣ ମାରିବା ତାଙ୍କ ଭୟକୁ ସୂଚୀତ କରୁଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ସେ ବିଜେପି ମୁହାଁ ନୁହଁନ୍ତି ବୋଲି ବିଧାୟକ ସନା ମହାକୁଡ଼ ପ୍ରତିକ୍ରିୟା ଦେଇଛନ୍ତି । ବିଜେଡି ସହିତ ଅଛନ୍ତି ଏବଂ ରହିବେ ବୋଲି କହିଛନ୍ତି । କହିଛନ୍ତି- ମୁଁ ଦଳଠାରୁ ଦୂରେଇ ଯାଇନି । ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ । ମୋହନ ମାଝୀ କେବଳ ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି । ସାରା ରାଜ୍ୟର ମୁଖ୍ୟମନ୍ତ୍ରୀ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଭୁଲ ନାହିଁ । କାଲି ବିଧାୟକ ଦଳ ବୈଠକରେ କାହିଁକି ଯୋଗ ଦେଇ ନ ଥିଲି ନବୀନ ବାବୁ ଜାଣିବାକୁ ଚାହିଁଥିଲେ । ମାତ୍ର ବିଜେପିକୁ ଯାଉଛି କି ବୋଲି ସେ ପଚାରିନାହାନ୍ତି । ସେ ଦଳର ମୁରବୀ । ବିଧାୟକ ଦଳ ବୈଠକରେ ମୋ ଅନୁପସ୍ଥିତି ସମ୍ପର୍କରେ ପଚାରିବାର ଅଧିକାର ଅଛି ।

Previous Post

ଜୀବନୀ ପୁସ୍ତକ ଡିଅର୍‌ ଡିଆର୍‌ ଉନ୍ମୋଚିତ

Next Post

ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

Next Post
ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA