Thursday, April 30, 2026 02:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

by Our Correspondent
13 Feb, 2025- 09:37 PM
in News
1 min read
0
ସୋଆ ପ୍ରଫେସରଙ୍କ ଉଦ୍ଭାବନକୁ ଆମରିକୀୟ ପ୍ୟାଟେଂଟ ମିଳିଲା

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ ନିମନ୍ତେ ଉଦ୍ଭାବନ କରାଯାଇଥିବା ଏକ ଯନ୍ତ୍ରକୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ୟାଟେଂଟ ମିଳିଛି । ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆସିପାରେ ବୋଲି କୁହାଯାଉଛି ।

ଏକ କଲମ ପରି ଦେଖାଯାଉଥିବା ଏହି ଯନ୍ତ୍ର ବାୟୋପ୍ସି ପଦ୍ଧତିର ସରଳୀକରଣ କରିବା ସହ ଏଥିରେ ଟେଲି ସ୍କି୍ରନିଂ ତଥା ଫାଇବର ଅପଟିକ୍ ଲାଇଟର ବ୍ୟବସ୍ଥା ଅଛି । ଏହି ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ଓ ସହଯୋଗ) ପ୍ରଫେସର (ଡକ୍ଟର) ନୀତା ମହାନ୍ତି ।

ପ୍ରଫେସର (ଡକ୍ଟର) ମହାନ୍ତି ପୂର୍ବରୁ ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ଭାବେ କାର୍ଯ୍ୟ କରିଛନ୍ତି । ସେ କହିଛନ୍ତି ଯେ ବାୟୋପ୍ସି ଦ୍ୱାରା ହିଁ ରୋଗ ନିର୍ଦ୍ଧାରଣ ହେବା ଅତ୍ୟନ୍ତ ଅବଶ୍ୟକ ମାତ୍ର ଏହି ପଦ୍ଧତି ଠିକ୍ ଭାବେ ଅନୁସୃତ ନ ହେଲେ ଏହା ରୋଗ ନିର୍ଦ୍ଧାରଣରେ ଭ୍ରମ ସୃଷ୍ଟି କରିପାରେ ଏବଂ ରୋଗୀର ଜୀବନ ପ୍ରତି ବିପଦ ଘଟିପାରେ ।

ପ୍ରଫେସର (ଡକ୍ଟର) ମହାନ୍ତି କହିଛନ୍ତି ଯେ ପୂର୍ବରୁ ଏହି ଉଦ୍ଭାବନ ନିମନ୍ତେ ସେ ଦୁଇଟି ଭାରତୀୟ ପାଟେଂଟ ନିମନ୍ତେ ଆବେଦନ କରିଥିଲେ ଏବଂ ତାହା ଯଥାକ୍ରମେ ୨୦୨୩ ଓ ୨୦୨୪ ମସିହାରେ ମଞ୍ଜୁରୀ ପାଇଥିଲା । ଏହା ନିମନ୍ତେ ୨୦୧୯ ମସିହାରେ ତାଙ୍କୁ ଡିଜାଇନ୍ ପ୍ୟାଟେଂଟ ମିଳିଥିଲା । ସେ ୨୦୧୯ ମସିହାରେ ଶେଷ ଭାଗରେ ଆମେରିକାର ପ୍ୟାଟେଂଟ ନିମନ୍ତେ ଆବେଦନ କରିଥିଲେ ଓ ଏହା ନିକଟରେ ତାଙ୍କୁ ମିଳିଛି ।

ଏହି ଉଦ୍ଭାବନକୁ ୨୦୨୧ ମସିହାରେ ଗ୍ଲୋବାଲ୍ ଆଉଟରିଚ୍ ସେଂଟ୍ରାଲ୍ ଇନୋଭେସନ୍ ପୁରସ୍କାର ମିଳିଥିଲା ଏବଂ ଓଡ଼ିଶା ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ଏହାକୁ ଗତବର୍ଷ ନୂଆଦିଲ୍ଲୀ ଠାରେ ଗ୍ଲୋବାଲ୍ ବାୟୋ-ଇଣ୍ଡିଆ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା ।

ପ୍ରଫେସର (ଡକ୍ଟର) ମହାନ୍ତି ତାଙ୍କର ଏହି ଗବେଷଣାରେ ସୋଆ ବିଶ୍ୱବିଦ୍ୟାଳୟର ଇଂଟେଲେକ୍ଚୁଆଲ୍ ପ୍ରପର୍ଟି ରାଇଟ୍ସ ସେଲ୍ରୁ ମିଳିଥିବା ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇବା ସହିତ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ସୋଆ ପରାମର୍ଶଦାତା ମଣ୍ଡଳୀର ଅଧ୍ୟକ୍ଷ୍ୟ ପ୍ରଫେସର ଦାମୋଦର ଆଚାର୍ଯ୍ୟଙ୍କ ଠାରୁ ମିଳିଥିବା ଉତ୍ସାହ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।

ପ୍ରଫେସର (ଡକ୍ଟର) ମହାନ୍ତିଙ୍କ ଗବେଷଣାକୁ ସାଇନ୍ସ ଆଣ୍ଡ ଟେକ୍ନୋଲଜି ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳଥିବା ବେଳେ ଷ୍ଟାର୍ଟ ଅପ୍ ଓଡ଼ିଶା ଦ୍ୱାରା ଅନୁମୋଦନ ପାଇଥିଲା । ଏହି ଗବେଷଣା ଭୁବନେଶ୍ୱର ସ୍ଥିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ର ବ୍ରିକସ ଡିବିଟି ଆଇଏଲ୍ଏସ୍ ବାୟୋଇନ୍କୁ୍ୟବେଟରରେ କରାଯାଇଥିଲା ।

ଏହି ଉଦ୍ଭାବନ ଦ୍ୱାରା ରୋଗୀ ମାନଙ୍କର ଶୀଘ୍ର ରୋଗ ନିରୂପଣ ହେବା ସହିତ ମୁଖ ଗହ୍ୱର କର୍କଟ ପରି ରୋଗ ଗୁଡ଼ିକର ମୁକାବିଲା କରିବା ସହଜ ହେବ ।

 

Previous Post

ସନା ମହାକୁଡ଼ଙ୍କୁ ନବୀନଙ୍କ ତାଗିଦ୍

Next Post

ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

Next Post
ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

ବକେୟା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA