Thursday, August 27, 2026 03:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦାଗ ଉପରେ ଗଦା ପ୍ରହାର !

ନବୀନଙ୍କ ଅପରେସନ୍ କ୍ଲିନ୍

by Our Correspondent
12 May, 2023- 11:34 PM
in Latest News, News, Politics
1 min read
0
ଦାଗ ଉପରେ ଗଦା ପ୍ରହାର !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ବର୍ଷକରୁ କମ ସମୟ । ସେଥିପାଇଁ ବିଜେଡି ତା’ର ରଣନୀତି ବନେଇ ସାରିଛି । ମନ୍ତ୍ରୀମାନଙ୍କଠାରୁ ଆରମ୍ଭ କରି ବିଧାୟକ ଓ ଆଶାୟୀମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀ ଜଗିବା ପାଇଁ କୁହାଗଲାଣି । ଏହି ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯେ ପୁଣି ଏକ ଅଦଳବଦଳ ହୋଇପାରେ ତାହା କେହି କଳ୍ପନା କରିନଥିଲେ । ମାତ୍ର ଆଜି ଅପ୍ରତ୍ୟାଶିତ ଭାବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏବଂ ଦୁଇମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ରାଜ୍ୟ ରାଜନୀତିକୁ ଚହଲେଇ ଦେଇଛି । ଆସନ୍ତା ଦୁଇ ତିନି ଦିନ ଭିତରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।

ତେବେ ଏହି ନାଟକୀୟ ଘଟଣାକ୍ରମର ରହସ୍ୟ କ’ଣ? ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବା ବେଳେ ଏଭଳି ଅଚାନକ ନିଷ୍ପତ୍ତି କ’ଣ ପାଇଁ? ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମେ’ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁପସ୍ଥିତ ରହୁଥିବା ବେଳେ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବ କେମିତି? କିଏ ନୂଆ ମନ୍ତ୍ରୀ ହେବେ? ଏମିତି ଅନେକ ପ୍ରଶ୍ନ ଏବେ ରାଜନୈତିକ ମାହୋଲକୁ ସରଗରମ କରିଛି ।

ତେବେ ସବୁ ଚର୍ଚ୍ଚା ଆଲୋଚନା ଭିତରେ ଗୋଟିଏ କଥା ସ୍ପଷ୍ଟ ଯେ ମୁଖ୍ୟମନ୍ତ୍ରୀ ତାଙ୍କର ଆଭିମୁଖ୍ୟ ବଦଳାଇନାହାନ୍ତି । ସେ ଯେତେବେଳେ ଶକ୍ତିଶାଳୀ ନେତା ହୁଅନ୍ତୁ ନା କାହିଁକି, ଦାଗୀ ନେତାଙ୍କର ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ନାହିଁ । ଆଜି ନହେଲେ କାଲି ନିଶ୍ଚିତ ବଳି ପଡ଼ିବେ । ଏହା ହିଁ ସତ୍ୟ ।

ସମୀର ଦାଶ ଏବଂ ଶ୍ରୀକାନ୍ତ ସାହୁ ସେମାନଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି । ସାଂଗଠନିକ କାର୍ଯ୍ୟରେ ଅଧିକ ସମୟ ଦେବା ପାଇଁ ସେମାନେ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ପ୍ରତିକ୍ରିୟା ଦେଇଛନ୍ତି । ମାତ୍ର ବାସ୍ତବତା ସେୟା ନୁହେଁ ବୋଲି ଆଲୋଚନା ହେଉଛି ।

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ସମୀର ଦାଶଙ୍କ ନାଁ ରେ ଅପବାଦ ଲାଗିଛି । ସେହି ଅପବାଦ ବିଜେଡି ପାଇଁ ଘାତକ ସାଜିଥିଲା ୧୧ ନଂ ଜିଲ୍ଲା ପରିଷଦ ଉପନିର୍ବାଚନରେ । ତେଣୁକରି ଏହି ଆସନଟିକୁ ଦଳ ହାତଛଡ଼ା କଲା । ସମୀର ବିଜେଡି ପାଇଁ ଭାରି ପଡ଼ିଗଲେ । ସେହିଭଳି ଶ୍ରୀକାନ୍ତୁ ସାହୁଙ୍କ ପଛରେ ତାଙ୍କ ଦଳର ଜଣେ ମହିଳା ନେତ୍ରୀଙ୍କ ଯୌନ ନିର୍ଯ୍ୟାତନା ଅପବାଦ ଲାଗିଛି ।

ମନ୍ତ୍ରୀପଦରୁ ସେମାନଙ୍କ ବିଦା ହେବା ପଛରେ ଏହି ଅପବାଦ ହିଁ ମୁଖ୍ୟ କାରଣ ବୋଲି ବିଶ୍ୱାସ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ବରଦାସ୍ତ କରନ୍ତି ନାହିଁ ବୋଲି ଲୋକଙ୍କ ପାଖକୁ ପୁଣିଥରେ ବାର୍ତ୍ତା ଯାଇଛି । ତାଙ୍କ ମନ୍ତ୍ରିମଣ୍ଡଳରେ ଦାଗୀ ନେତାଙ୍କର କୌଣସି ସ୍ଥାନ ନାହିଁ ବୋଲି ନବୀନଙ୍କ ଆଭିମୁଖ୍ୟ ପୁଣି ଥରେ ପ୍ରମାଣିତ ହୋଇଛି ।

ସୂଚନାଯୋଗ୍ୟ, ପଞ୍ଚମପାଳିର ୩ ବର୍ଷ ପରେ ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ନବକଳେବର କରିଥିଲେ । ୨୦ ଜଣ ଯାକ ମନ୍ତ୍ରୀଙ୍କର ଇସ୍ତଫା ମାଗିଥିଲେ । ନୂଆ ମନ୍ତ୍ରୀମଣ୍ଡଳରେ ୯ ଜଣ ପୁରୁଣା ମୁହଁଙ୍କୁ ସ୍ଥାନ ଦେଇଥିଲେ । ବିଦା ହୋଇଥିବା ୧୧ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ବିକ୍ରମ ଆରୁଖ ବାଚସ୍ପତି ପଦ ପାଇଥିଲେ । ତେବେ ଅପବାଦ ପାଇଁ ବିଦା ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରେ ପ୍ରତାପ ଜେନା, ଅରୁଣ ସାହୁ ଏବଂ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ବହୁତ ଚର୍ଚ୍ଚା ହୋଇଥିଲା ।

Previous Post

ବାଚସ୍ପତି ଆରୁଖ, ମନ୍ତ୍ରୀ ସମୀର ଓ ଶ୍ରୀକାନ୍ତଙ୍କ ଇସ୍ତଫା

Next Post

ବାପାଙ୍କ ରେକର୍ଡ ଭାଙ୍ଗିଲେ: ୪୮,୬୧୯ ଭୋଟ ବ୍ୟବଧାନରେ ଜିତିଲେ ଦୀପାଳି

Next Post
ବାପାଙ୍କ ରେକର୍ଡ ଭାଙ୍ଗିଲେ: ୪୮,୬୧୯ ଭୋଟ ବ୍ୟବଧାନରେ ଜିତିଲେ ଦୀପାଳି

ବାପାଙ୍କ ରେକର୍ଡ ଭାଙ୍ଗିଲେ: ୪୮,୬୧୯ ଭୋଟ ବ୍ୟବଧାନରେ ଜିତିଲେ ଦୀପାଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA